ETV Bharat / state

ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ, ଏକପାଖିଆ ଆକ୍ରମଣ କରିଛି ପୋଲିସ କହିଲେ ଧର୍ମେନ୍ଦ୍ର

author img

By

Published : Mar 1, 2023, 2:23 PM IST

ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ପୋଲିସ ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ
Dharmendra pradhan on police BJP Yuva Morcha clash

ଭୁବେନେଶ୍ବର: ଗତକାଲି ରାଜଧାନୀର ଲୋଏର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ପୋଲିସ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ବିଜେପି କର୍ମୀଙ୍କ ଉପରେ କିଛି ପୋଲିସ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ଏକପାଖିଆ ବୋଲି ଟ୍ବିଟ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

  • ଗତକାଲି ଆମ ଦଳର ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିବା ସମୟରେ ପୋଲିସ ଯେଉଁଭଳି ଭାବରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାକୁ ମୁଁ କଠୋର ଭାଷାରେ ନିନ୍ଦା କରୁଛି ।

    — Dharmendra Pradhan (@dpradhanbjp) March 1, 2023 " class="align-text-top noRightClick twitterSection" data=" ">

ପୋଲିସ ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ ପ୍ରସଙ୍ଗରେ ଟ୍ବିଟ କରି ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି,'' ଗତକାଲି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଅପରାଧୀ ଭାବି ପୋଲିସ ଆକ୍ରମଣ କରିବା ଚିନ୍ତାଜନକ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୋଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି।''

  • ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ।

    — Dharmendra Pradhan (@dpradhanbjp) March 1, 2023 " class="align-text-top noRightClick twitterSection" data="

ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ।

— Dharmendra Pradhan (@dpradhanbjp) March 1, 2023 ">

ଏହା ବି ପଢନ୍ତୁ...ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ: ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨କର୍ମୀ ଗିରଫ

ସେ ଆହୁରି କହିଛନ୍ତି, ''ଓଡ଼ିଶାର ପୋଲିସ ପ୍ରଶାସନ ଶାସକ ଦଳରେ କାର୍ଯ୍ୟ କରିବା ପାଇଁ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିଛି ପୋଲିସ ଅଧିକାରୀ ଯେଉଁ ଭଳି ଭାବେ ଏକପାଖିଆ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ମୁଁ ଏହାକୁ କଠୋର ଭାଷାରେ ନିନ୍ଦା କରୁଛି ।''

ପ୍ରକାଶଥାଉ କି, ଗତକାଲି (ମଙ୍ଗଳବାର) ନବଦାସ ହତ୍ୟା ଘଟଣା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପି ଯୁବମୋର୍ଚ୍ଚା ଏକ ବିଶାଳ ରାଲି କରିଥିଲା । ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ରଣକ୍ଷେତ୍ର ପାଲଟିଥିଲା ଲୋଏର ପିଏମଜି । ଏହି ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏଥିରେ 22ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ 22 ଜଣ ବିଜେପି କର୍ମୀ ଗିରଫ ହୋଇଛନ୍ତି । ଶାସକ ଦଳ କର୍ମୀଙ୍କ ସମ୍ପୃକ୍ତି ଗନ୍ଧ ଥିବା କହିଛନ୍ତି ବିଜେପି ନେତା ।

ଇଟିଭି ଭାରତ, ଭୁନେଶ୍ବର

ଭୁବେନେଶ୍ବର: ଗତକାଲି ରାଜଧାନୀର ଲୋଏର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ପୋଲିସ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ବିଜେପି କର୍ମୀଙ୍କ ଉପରେ କିଛି ପୋଲିସ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ଏକପାଖିଆ ବୋଲି ଟ୍ବିଟ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

  • ଗତକାଲି ଆମ ଦଳର ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିବା ସମୟରେ ପୋଲିସ ଯେଉଁଭଳି ଭାବରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାକୁ ମୁଁ କଠୋର ଭାଷାରେ ନିନ୍ଦା କରୁଛି ।

    — Dharmendra Pradhan (@dpradhanbjp) March 1, 2023 " class="align-text-top noRightClick twitterSection" data=" ">

ପୋଲିସ ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ ପ୍ରସଙ୍ଗରେ ଟ୍ବିଟ କରି ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି,'' ଗତକାଲି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଅପରାଧୀ ଭାବି ପୋଲିସ ଆକ୍ରମଣ କରିବା ଚିନ୍ତାଜନକ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୋଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି।''

  • ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ।

    — Dharmendra Pradhan (@dpradhanbjp) March 1, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ: ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨କର୍ମୀ ଗିରଫ

ସେ ଆହୁରି କହିଛନ୍ତି, ''ଓଡ଼ିଶାର ପୋଲିସ ପ୍ରଶାସନ ଶାସକ ଦଳରେ କାର୍ଯ୍ୟ କରିବା ପାଇଁ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିଛି ପୋଲିସ ଅଧିକାରୀ ଯେଉଁ ଭଳି ଭାବେ ଏକପାଖିଆ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ମୁଁ ଏହାକୁ କଠୋର ଭାଷାରେ ନିନ୍ଦା କରୁଛି ।''

ପ୍ରକାଶଥାଉ କି, ଗତକାଲି (ମଙ୍ଗଳବାର) ନବଦାସ ହତ୍ୟା ଘଟଣା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପି ଯୁବମୋର୍ଚ୍ଚା ଏକ ବିଶାଳ ରାଲି କରିଥିଲା । ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ରଣକ୍ଷେତ୍ର ପାଲଟିଥିଲା ଲୋଏର ପିଏମଜି । ଏହି ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏଥିରେ 22ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ 22 ଜଣ ବିଜେପି କର୍ମୀ ଗିରଫ ହୋଇଛନ୍ତି । ଶାସକ ଦଳ କର୍ମୀଙ୍କ ସମ୍ପୃକ୍ତି ଗନ୍ଧ ଥିବା କହିଛନ୍ତି ବିଜେପି ନେତା ।

ଇଟିଭି ଭାରତ, ଭୁନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.