ETV Bharat / state

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଲେ ଓଡ଼ିଶାରେ ଏକାକୀ ଲଢିବୁ, ଅଶ୍ବିନୀ କହିଲେ ରାଜନୀତିରେ ସବୁ ସମ୍ଭବ - କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓଡିଶା ଗସ୍ତ

ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସ୍ପଷ୍ଟୋକ୍ତି । କହିଲେ ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢିବ । ସେପଟେ କିନ୍ତୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ କହିଲେ ରାଜନୀତିରେ ସବୁକିଛି ସମ୍ଭବ । ପୂର୍ବରୁ କିଛି ଆକଳନ କରିହେବନି । ଅଧିକ ପଢ଼ନ୍ତୁ

ଭୂପେନ୍ଦ୍ର ଯାଦବ କହିଲେ ଓଡ଼ିଶାରେ ଏକାକୀ ଲଢିବୁ

author img

By

Published : Aug 12, 2023, 1:20 PM IST

Updated : Aug 12, 2023, 3:33 PM IST

ଭୂପେନ୍ଦ୍ର ଯାଦବ କହିଲେ ଓଡ଼ିଶାରେ ଏକାକୀ ଲଢିବୁ

ଭୁବନେଶ୍ବର: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ସଂସଦରେ ମଧ୍ୟ ବିଜେପିକୁ ଖୋଲାଖୋଲି ସମର୍ଥନ କରି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି ବିଜେଡି । ତେବେ ଦୁଇ ଦଳର ଏହି ବନ୍ଧୁତ୍ବ ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଓଡ଼ିଶାରେ ଏକାକୀ ନିର୍ବାଚନ ଲଢ଼ି ସରକାର ଗଠନ କରିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ସେପଟେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ କିନ୍ତୁ ଏଭଳି ଖୋଲାଖୋଲି ପ୍ରତିକ୍ରିୟା ଦେଇନାହାନ୍ତି । ନିର୍ବାଚନରେ ଏତେ ପୂର୍ବରୁ କିଛି ଅନୁମାନ କରି ହୁଏନି ବୋଲି ସେ କହିଛନ୍ତି ।

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ''୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) ଓଡ଼ିଶାରେ ଏକାକୀ ଲଢିବ । କୌଣସି ମେଣ୍ଟ ହେବନି । ବିଜେପି ଏକାକୀ ଲଢି ସରକାର ଗଠନ କରିବ ।'' ସେପଟେ କେନ୍ଦ୍ର ସରକାରଙ୍କୁ ସବୁବେଳେ ବିଜେଡିର ସହଯୋଗ ଓ ବିଜେଡି ସହ ସମ୍ଭାବ୍ୟ ମେଣ୍ଟ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ଚୌବେ ଖୋଲାଖୋଲି ଏହା ଉପରେ ପ୍ରତିକ୍ରିୟା ରଖିନାହାନ୍ତି । ସେ କହିଛନ୍ତି, "ରାଜନୀତିରେ କଣ ହେବ, କଣ ନହେବ ଏବେଠୁ କିଛି କହିହେବନି । ଏନେଇ କେନ୍ଦ୍ରୀୟ ନେତୃତ୍ଵ ନିଷ୍ପତ୍ତି ନେବେ । ସମୟ ଆସିଲେ ସବୁ କିଛି ଜଣାପଡ଼ିବ । ବିଜେପି ଏକ ସଶକ୍ତ ସଂଗଠନ । NDA ମେଣ୍ଟ ସହ ଆମେ ସାରା ଦେଶରେ ଆଗକୁ ଯାଉଛୁ । ଆମର ରାସ୍ତା ସମ୍ପୂର୍ଣ୍ଣ ପରିଷ୍କାର ।"

ଏହାମଧ୍ୟ ପଢନ୍ତୁ: Amit Shah in Odisha: ଗୋଟିଏ ମଞ୍ଚରେ ଶାହ ଓ ନବୀନ; ପରସ୍ପରକୁ କଲେ ପ୍ରଶଂସା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ସମୟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ମୁଣ୍ଡ ଉପରେ ୨୪ ସାଧାରଣ ନିର୍ବାଚନ ଥିବାରୁ ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କୁ ତେରଚ୍ଛା ବାଣ ମାରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାର ପୁରାପୁରି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଉଭୟ ନେତା ପରସ୍ପରକୁ ପ୍ରଶଂସାରେ ପୋତି ପକାଇଥିଲେ । ଓଡ଼ିଶାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ନବୀନ ଏବଂ ଶାହ କହିଥିଲେ । ଯାହାକି ରାଜନୈତିକ ସମୀକ୍ଷକଙ୍କୁ ଦ୍ବନ୍ଦରେ ପକାଇଥିଲା । ଦୁଇ ଦଳ ରାଜ୍ୟରେ ତୁତୁ ମେ ମେ ହେଉଥିବା ବେଳେ ଦିଲ୍ଲୀରେ କୋଳାକୋଳି ହେଉଥିବା କୁହାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: INDIA Meeting in Bhubaneswar: ବିଜେପି-ବିଜେଡି ବିରୋଧରେ ଏକାଠି ହେଲେ ୧୭ଦଳ

ଅମିତ ଶାହଙ୍କ ଦୁଇ ଦିନିଆ ଗସ୍ତରେ ପରେ ଓଡ଼ିଶାରେ ବିଜେଡି ଓ ବିଜେପିର ବନ୍ଧୁତାକୁ ନେଇ ଚର୍ଚ୍ଚା ବଢିଥିଲା । ଏହାପରେ ସଂସଦରେ ବିଜେପିର ଦିଲ୍ଲୀ ସର୍ଭିସ ବିଲକୁ ବିଜେଡି ଖୋଲାଖୋଲି ସମର୍ଥନ ଏବଂ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବା କରିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇ ଥିଲା । ଏହାରି ଭିତରେ ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ନିର୍ବାଚନରେ ବିଜେପି ଏକୁଟିଆ ନିର୍ବାଚନ ଲଢି ସରକାର ଗଠନ କରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2023, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.