ETV Bharat / state

ପ୍ରବଳ ବର୍ଷାରେ ଅଘଟଣ, ଗଛ ପଡି ବାଇକ ଆରୋହୀ ମୃତ - ଗଛ ପଡି ବାଇକ ଆରୋହୀ ମୃତ

ଲଗାଣ ବର୍ଷା ଯୋଗୁଁ ନାଲକୋ ଛକ ଏବଂ ରେଳ ସଦନ ମଝି ରାସ୍ତାରେ ଗଛ ଉପୁଡ଼ି ଜଣେ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Bike rider killed by fallen tree
Bike rider killed by fallen tree
author img

By

Published : Aug 1, 2023, 2:17 PM IST

Updated : Aug 1, 2023, 5:25 PM IST

Bike rider killed by fallen tree

ଭୁବନେଶ୍ବର: ପ୍ରବଳ ବର୍ଷାରେ ଅଘଟଣ । ଗଛ ପଡ଼ି ବାଇକ୍ ଆରୋହୀଙ୍କ ଚାଲିଗଲା ଜୀବନ । ପ୍ରବଳ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ ହୋଇ ପଡିଥିଲା । ଲଗାଣ ବର୍ଷା ଯୋଗୁଁ ନାଲକୋ ଛକ ଏବଂ ରେଳ ସଦନ ମଝି ରାସ୍ତାରେ ଗଛ ଉପୁଡ଼ି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ ଶିଖରଚଣ୍ଡୀ ନଗରର ଟୁଟୁ ମହାରଣା ବୋଲି ଜଣାପଡିଛି ।

ସହରର ଅଧିକାଂଶ ଅଞ୍ଚଳରେ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା । ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଥିଲା । ରାସ୍ତାଗୁଡ଼ିକରେ ପାଣି ଭର୍ତ୍ତି ହୋଇ କୃତ୍ତିକ ନଦୀ ସୃଷ୍ଟି ହୋଇଥିଲା । ଫଳରେ ସାଧାରଣ ଯାତାୟତ ଏକ ପ୍ରକାର ଠପ ହୋଇଯାଇଥିଲା । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ସହରର ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଥିବା ବେଳେ ଗଛ ପଡ଼ିବା ଯୋଗୁଁ ଦୀର୍ଘ ସମୟ ରାସ୍ତା ବନ୍ଦ ଥିବାରୁ ଫାୟାର ଟିମ୍ ଓ ଟ୍ରାଫିକ ପୋଲିସ ମିଳିତ ଭାବେ ଗଛ କାଟି ରାସ୍ତା ସଫା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ବର୍ଷା ବିତ୍ପତ୍ତି; ଗଛ ପଡ଼ି ବାଇକ ଆରୋହୀ ଗୁରୁତର, ଏୟାର‌ପୋର୍ଟରେ ଭୁଶୁଡ଼ିଲା ପାଚେରୀ

ଅନ୍ୟପଟେ ଏମ୍ସ ହସ୍ପିଟାଲରେ ପାଚେରୀ ଭୁଶୁଡ଼ି ତିନିଜଣ ଚାପି ହୋଇ ରହିଥିଲେ । ଲଗାତାର ପ୍ରବଳ ବର୍ଷା ଯୋଗୁଁ ହଠାତ୍ ପାଚେରୀ ଭୁଶୁଡ଼ି ପଡ଼ିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଥିଲା । ଏଥିରେ ସେମାନେ ସାମାନ୍ୟ ଆହାତ ହୋଇଥିଲେ । ସେହିପରି ପ୍ରବଳ ବର୍ଷାରେ ଲିଙ୍ଗରାଜ ମନ୍ଦିର ନିକଟ ରାସ୍ତା ବୁଡ଼ିଯାଇଥିବା ବେଳେ ଅଧାବୁଡ଼ା ଅବସ୍ଥାରେ ବହୁ ଗାଡ଼ି ରହିଥିଲା । ଭୀମପୁର ମୌଜା, ଫରେଷ୍ଟ ପାର୍କ ନିକଟ ରାସ୍ତା ଏବଂ ଇସ୍କନ ମନ୍ଦିର ସାମ୍ନାରେ ପ୍ରବଳ ପାଣି ଯୋଗୁଁ କାର ଓ ବାଇକ ବୁଡ଼ିଯାଇଥିବା ଦେଖିବାକୁ ମିଳିଛି । ସେପଟେ ୱାର୍ଡ ନମ୍ବର ୫୨ର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଗତକାଲି ପ୍ରବଳ ବର୍ଷା ଯୋଗୁଁ ଆପାର୍ଟମେଣ୍ଟ ସମେତ ବିଭିନ୍ନ ଘରେ ପାଣି ପଶି ଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ଅନେକ ଜାଗାରେ ଜଳବନ୍ଦୀରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ରାଜୀବନଗର ବାସିନ୍ଦାଙ୍କୁ ଅଗ୍ନିଶମ ବୋଟ୍‌ରେ ଉଦ୍ଧାର କରାଯାଇ ସ୍କୁଲ ଘରେ ରଖାଯିବା ସହ ଅତ୍ୟାବଶ୍ୟକ ଜିନିଷ ସହ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 1, 2023, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.