ETV Bharat / state

ଆଜି ରାଜଧାନୀରେ 88 ଆକ୍ରାନ୍ତ ଚିହ୍ନଟ, 230 ସୁସ୍ଥ

ରାଜଧାନୀରେ ମଙ୍ଗଳବାର 88 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Today 88 corona patients detected in Bhubaneswar
ଆଜି ରାଜଧାନୀରେ 88 ଆକ୍ରାନ୍ତ ଚିହ୍ନଟ, 230 ସୁସ୍ଥ
author img

By

Published : Oct 27, 2020, 6:48 PM IST

ଭୁବନେଶ୍ବର: ମଙ୍ଗଳବାର ରାଜଧାନୀରେ 88 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 28 ହଜାର ଅତିକ୍ରମ କରିଛି । ଅନ୍ୟପଟେ ରାଜଧାନୀରେ 230ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମୋଟ 88 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 17 ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 71ରେ ପହଁଚିଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 158ରେ ପହଞ୍ଚିଛି । ହୋମ କ୍ଵରେଣ୍ଟାଇନରେ 17 ଜଣଙ୍କ ମାଧ୍ୟମରେ 6ଜଣ ଆଇଆରସି ଭିଲେଜ, 3 ଜଣ ରସୁଲଗଡ଼, 2ଜଣ ନୟାପଲ୍ଲୀ, ଡୁମ ଡୁମା, ଅଶୋକ ନଗର, ପାତ୍ରପଡା ଆଦି ଅଂଚଳରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ 4ଜଣ ବଡଗଡ, 2ଜଣ ଭୀମଟାଙ୍ଗି, 2ଜଣ ଭିଏସଏସ ନଗର, 2ଜଣ ଡୁମ ଡୁମା, 4ଜଣ ଜାଗମରା, 3ଜଣ ପାତ୍ରପଡା, 4ଜଣ ଓଲଡ଼ ଟାଉନ, 3 ଜଣ ରସୁଲଗଡ଼ ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ବରରେ ମୋଟ 28ହଜାର 782 ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ 26 ହଜାର 607 ଜଣ ସୁସ୍ଥ ହୋଇଛନ୍ତି । ସେପଟେ 1996 ଜଣ ସକ୍ରିୟ ରହିଥିବା ବେଳେ 158 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.