ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମଣ ଥମିବାର ନାମ ନେଉନି । ପ୍ରତିଦିନ ନୂଆ ନୂଆ ମାମଲା ବାହାରୁଛି । ବାହାର ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ପାଇଁ ବୋଲଗଡ ବ୍ଳକ ବଡକୁମାରୀ ପଞ୍ଚାୟତର 3 ଗାଁକୁ 4 ଦିନ ପାଇଁ ସଟଡାଉନ କରାଯାଇଛି ।
ପଞ୍ଚାୟତର ଶ୍ରୀଚନ୍ଦନପୁରପାଟଣା, ଶ୍ରୀଚନ୍ଦନପୁର ଏବଂ ମାଣିକପୁର ଗ୍ରାମକୁ ଶନିବାର ସନ୍ଧ୍ୟା ୭ଟାରୁ ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଟଡାଉନ୍ କରାଯାଇଛି । ପଞ୍ଚାୟତର ସରପଞ୍ଚ ହୁଲ୍ଳାସ ପ୍ରଧାନ ଏହା ଘୋଷଣା କରିଛନ୍ତି । ଏହି ସମୟରେ 3ଟି ଗାଁରୁ କେହି ବାହାରକୁ ଯାଇପାରିବେନି କିମ୍ବା ବାହାରର କୌଣସି ବ୍ୟକ୍ତି ଗାଁରେ ପ୍ରବେଶ କରିବେନି ।
ତେବେ ସୂଚନା ଅନୁସାରେ ଏହି ଗ୍ରାମକୁ ଏକ ବିବାହ କାର୍ଯ୍ୟରେ ବାହାର ଅଞ୍ଚଳର ଜଣେ ବ୍ୟକ୍ତି ଆସି ଯୋଗ ଦେଇଥିଲେ । ପରେ ସେହି ବ୍ୟକ୍ତି ଜଣକ କୋରୋନା ସଂକ୍ରମଣ ହୋଇଥିବାର ଜଣାପଡିଥିଲା । ଏହାପରେ ସରପଞ୍ଚ ଏହି ଗ୍ରାମଗୁଡିକୁ ୪ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ