ଭୁବନେଶ୍ବର: ଗୋଟିଏ ଛାତ ତଳେ ଟୁର, ଟ୍ରାଭେଲ ଓ ହସ୍ପିଟାଲଟିର ସୁବିଧାକୁ ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି 3 ଦିନିଆ ଟୁରିଜିମ ଫେୟାର। ହୋଟେଲ ପାଲ ହାଇଟସରେ ଏହି ମେଳା ଲାଗୁଥିବା ବେଳେ ଉଦ୍ଘାଟନ କରିଛନ୍ତି ଆଇଆଇଟିଏମ ନିର୍ଦ୍ଦେଶକ ଡକ୍ଟର ସାବୀର ହୁସେନ। ଭାରତ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମେଳା ହେଉଥିବାବେଳେ ଓଡିଶା ସମେତ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ , ହିମାଚଳ ପ୍ରଦେଶର ପର୍ଯ୍ୟଟନ ବିଭାଗ ଏଥିରେ ସାମିଲ ହୋଇଛନ୍ତି । ଏହି ତିନି ଦିନିଆ ଜାତୀୟ ପର୍ଯ୍ୟଟନ ମେଳା ଭୁବନେଶ୍ୱରରେ ଗୋଟିଏ ଛାତ ତଳେ ଯାତ୍ରା, ଭ୍ରମଣ ଏବଂ ଆତିଥ୍ୟର ସୁଯୋଗ ଆଣି ଦେବ। ଓଡ଼ିଶାର ଭ୍ରମଣ ଉତ୍ସାହୀମାନଙ୍କ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ର ବୁଲିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ମେଳାର ପ୍ରମୁଖ ଲକ୍ଷ୍ୟ ରହିଛି ।
ତେବେ ଓଡ଼ିଶାର ଭ୍ରମଣ ଭ୍ରାତୃଭାବ ତଥା ଭ୍ରମଣ ଉତ୍ସାହୀମାନଙ୍କ ମଧ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପର୍ଯ୍ୟଟନ ମେଳାକୁ ଆୟୋଜନ କରିଛି ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍। ଯାହାକି ଭାରତର ପର୍ଯ୍ୟଟନ ପ୍ରୋତ୍ସାହନ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନାମ ଭାବେ ଜଣାଶୁଣା । ଯେଉଁଥିରେ ପର୍ଯ୍ୟଟନ ଶିଳ୍ପର ବିଭିନ୍ନ ସ୍ଥାନ ପ୍ରଦର୍ଶିତ ହୋଇଥିବାବେଳେ ଯାତ୍ରୀମାନଙ୍କୁ ଲାଭଜନକ ପ୍ୟାକେଜ୍ ପ୍ରଦାନ କରାଯିବ। ଏହି 3 ଦିନିଆ ଭ୍ରମଣ ବାଣିଜ୍ୟ ଶୋ' ମଧ୍ୟପ୍ରଦେଶ ପର୍ଯ୍ୟଟନ, ଗୁଜୁରାଟ ପର୍ଯ୍ୟଟନ, ରାଜସ୍ଥାନ ପର୍ଯ୍ୟଟନ ହିମାଚଳ ପ୍ରଦେଶ ପର୍ଯ୍ୟଟନ ଓ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟର ସହଭାଗିତାରେ ଚାଲିଛି । ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୨୪ ତାରିଖରେ ଶେଷ ହେବ ।
ଏହା ବି ପଢନ୍ତୁ...ରାଜଧାନୀରେ ଜାତୀୟ ହସ୍ତତନ୍ତ ମେଳା ଉଦଘାଟିତ
ସେପଟେ ପର୍ଯ୍ୟଟନ ମେଳାର ଉଦଘାଟନୀ ସମାରୋହରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ମ୍ୟାନେଜମେଣ୍ଟ (ଆଇଆଇଟିଏମ) ନିର୍ଦ୍ଦେଶକ ଡକ୍ଟର ସାବୀର ହୁସେନ୍, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରଣାଳୟର ସହକାରୀ ନିର୍ଦ୍ଦେଶକ ରଶ୍ମୀ ସୋନିଆ ତୁର୍କୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।
ଡକ୍ଟର ସାବୀର ହୁସେନ୍ କହିଛନ୍ତି, "ଓଡିଶାରେ ମଧ୍ୟ ଭାରତରେ ସମୃଦ୍ଧ ପରମ୍ପରା ଐତିହ୍ୟ ଏବଂ ଉଦ୍ଭିଦ ପ୍ରାଣୀ ରହିଛି। ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ ସରକାର ପର୍ଯ୍ୟାପ୍ତ ଭିତ୍ତିଭୂମି ବିକାଶ ମଧ୍ୟ କରିଛନ୍ତି। କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ସବୁ ନାଗରିକମାନେ ଆମର ପରିଦର୍ଶନ କରୁଥିବା ସ୍ଥାନଗୁଡିକର ଦାୟିତ୍ବ ନେବା ଆମର କର୍ତ୍ତବ୍ୟ। ତେଣୁ ଯଥାସମ୍ଭବ ଏନେଇ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ ।"
ଇଟିଭି ଭାରତ, ଭୁବନେଶ୍ବର