ETV Bharat / state

Job Scam: ଚାକିରି ଆଳରେ ଆଶାୟୀଙ୍କଠାରୁ ଅର୍ଥ ହଡ଼ପ, 3 ଗିରଫ

author img

By

Published : Aug 13, 2023, 4:18 PM IST

ଚାକିରି ନାଁରେ ନକଲି ବିଜ୍ଞାପନ ଦେଇ ଠକୁଥିବା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଠକେଇ ଟଙ୍କାକୁ ସେମାନେ ଶ୍ରମିକଙ୍କ ଆକାଉଣ୍ଟ ଜରିଆରେ ଡାଇଭର୍ଟ କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ

ଚାକିରୀ ଆଳରେ ଆଶାୟୀଙ୍କଠାରୁ ଅର୍ଥ ହଡ଼ପ
ଚାକିରୀ ଆଳରେ ଆଶାୟୀଙ୍କଠାରୁ ଅର୍ଥ ହଡ଼ପ
ଚାକିରୀ ଆଳରେ ଆଶାୟୀଙ୍କଠାରୁ ଅର୍ଥ ହଡ଼ପ

ଭୁବନେଶ୍ବର: ଚାକିରି ଆଳରେ ଠକେଇ କରୁଥିବା 3 ଜଣ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଠକମାନେ ଚାକିରି ନାଁରେ ନକଲି ବିଜ୍ଞାପନ ଦେଇ ଠକୁଥିଲେ ଟଙ୍କା । ଆଉ ଠକେଇ ଟଙ୍କାକୁ ଶ୍ରମିକଙ୍କ ଆକାଉଣ୍ଟ ଜରିଆରେ ଡାଇଭର୍ଟ କରୁଥିଲେ । ଭୁବନେଶ୍ୱରର ଏକ ହସ୍ପିଟାଲର କିଛି ସଫେଇ କର୍ମଚାରୀଙ୍କ ଆକାଉଣ୍ଟରେରେ ଏପରି ଲକ୍ଷାଧିକ ଟଙ୍କାର କାରବାର କରି ଶେଷରେ ସେମାନେ ସାଇବର ଥାନା ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତମାନେ ହେଲେ ହରିୟାଣା ଏୟାରଫୋର୍ସ ରୋଡ୍‌ ନ୍ୟୁ ରାଜୀବ କଲୋନିର ରାଜେଶ ସାମନ୍ତରାୟ, ଦିଲ୍ଲୀ ହାଇଟେକ୍‌ ପ୍ଲାଜାର ରାଜ ସିହ୍ନା, କେନ୍ଦ୍ରାପଡ଼ାର ସନ୍ଦୀପ କୁମାର‌ବାଇ । ସେମାନଙ୍କଠାରୁ ୩ ହଜାର ଟଙ୍କା ସମେତ ୭ଟି ମୋବାଇଲ ଫୋନ, ୪ଟି ଚେକ୍‌ବୁକ୍, ୩ଟି ପାସ୍‌ବୁକ,ଏଟିଏମ କାର୍ଡ ସମେତ ଆଧାରକାର୍ଡ, ପ୍ୟାନ୍‌ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ, ଭୋଟ ପରିଚୟପତ୍ର ଆଦି ଜବତ କରାଯାଇଛି ।

ଏନେଇ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ୍‌ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି । ଅତିରିକ୍ତ ଡିସିପି କହିଛନ୍ତି, "ଏମାନେ ବିଶେଷ କରି ବିଭିନ୍ନ ନାମୀଦାମୀ କମ୍ପାନୀ ନାଁରେ ନିଯୁକ୍ତିର ଫେକ୍ ବିଜ୍ଞାପନ ଦେଉଥିଲେ । ପରେ କିଛି ଆଶାୟୀ ଯୁବପୀଢ଼ି ଚାକିରୀ ପାଇଁ ଯୋଗାଯୋଗ କରିବା ପରେ ସେମାନଙ୍କୁ ଚାକିରି କରାଇଦେବା ପାଇଁ ରେଜିଷ୍ଟ୍ରେସନ୍ ଓ ଅନ୍ୟାନ୍ୟ କନସଲଟାଣ୍ଟ ଫି' ଚାର୍ଜ କରୁଥିଲେ । ଜଣକ ପିଛା ପାଖାପାଖି ୪୦ରୁ ୫୦ ହଜାର‌ ଟଙ୍କା ଠକି ନେଉଥିଲେ ଅଭିଯୁକ୍ତ । ଠକେଇ ଟଙ୍କାକୁ ବିଭିନ୍ନ ଆକାଉଣ୍ଟ ଜରିଆରେ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଚଳୁ କରି ଦେଉଥିଲେ । ତେବେ ଧରାପଡ଼ିଯିବା ଭୟରେ ସେମାନେ ଏନେଇ କିଛି ଶ୍ରମିକଙ୍କୁ ଟାର୍ଗେଟ କରିଥିଲେ । ଶ୍ରମିକମାନଙ୍କୁ ୧୫ଶହରୁ ୨ ହଜାର ଟଙ୍କା ଦେଇ ସେମାନଙ୍କ ଆକାଉଣ୍ଟ୍‌ରେ କାରବାର ପାଇଁ ସେମାନଙ୍କଠାରୁ ଆକାଉଣ୍ଟ୍‌ ଡିଟେଲ ନେଉଥିଲେ।"

ଏହା ବି ପଢନ୍ତୁ...ଠକଙ୍କ ଟାର୍ଗେଟରେ ବ୍ୟବସାୟିକ ପ୍ରତିଷ୍ଠାନ, ଭୁବନେଶ୍ୱରରୁ ଠକି ଫସିଗଲା ସାଇବର ଠକ

ଅତିରିକ୍ତ ଡିସିପି ପ୍ରକାଶ ପାଲ ଆହୁରି ମଧ୍ୟ କହିଛନ୍ତି, "ସେହି ସବୁ ଆକାଉଣ୍ଟରେ ଠକେଇ ଟଙ୍କାକୁ ଡାଇଭର୍ଟ କରି ବିଭିନ୍ନ ୟୁପିଆଇ ଓ ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଟଙ୍କାକୁ ନିଜେ ଉଠାଉଥିଲେ । ଏନେଇ ଏକ ଘରୋଇ ହସ୍ପିଟାଲର ଜଣେ ଯୁବତୀଙ୍କ ସହ ରାଜେଶ ସାମନ୍ତରାୟ ଯୋଗାଯୋଗ କରି ଏହି ସବୁ ଆକାଉଣ୍ଟର ତଥ୍ୟ ନେଇ କାରବାର କରୁଥିଲେ । ତେବେ ଜଣେ ସଫେଇ କର୍ମଚାରୀ ନିଜ ଆକାଉଣ୍ଟରେ ଏପରି ଲକ୍ଷାଧିକ ଟଙ୍କା କାରବାର ହେଉଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ବ୍ୟାଙ୍କ୍‌ ଯାଇ ଯାଞ୍ଚ୍‌ କରିବା ପରେ ତାଙ୍କ ଆକାଉଣ୍ଟ ବ୍ଲକ୍ ହୋଇଥିବା ଜଣାପଡିଥିଲା । ତେବେ ସାଇବର ଥାନାରେ ହୋଇଥିବା ମାମଲା ପାଇଁ ଆକାଉଣ୍ଟ୍‌ ବ୍ଲକ କରାଯାଇଥିଲା ।" ତେବେ ଅଭିଯୁକ୍ତମାନେ କିଛି ପ୍ରି' ଆକ୍ଟିଭେଟେଡ ସିମ୍ ବ୍ୟବହାର କରୁଥିବା ନେଇ ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.