ଖୋର୍ଦ୍ଧା: ବାସୁଦେବ ପ୍ରଧାନ ଅପହରଣ ଓ ହତ୍ୟା ମାମଲା ଉପରୁ ପରଦା ଉଠାଇଛି ପୋଲିସ । ଏ ଘଟଣାରେ ତିନି ଅଭିଯକ୍ତଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ତଥା କବାଡ଼ି ଗୋଦାମର ମାଲିକ ରବିନ୍ଦ୍ର ମୁଦୁଲି ସହ ଅନ୍ୟ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ତଥା କବାଡ଼ି ଗୋଦାମର ମାଲିକ ରବିନ୍ଦ୍ର ମୁଦୁଲି, ରବିନ୍ଦ୍ରଙ୍କ ଭାଇ ମାନସ ମୁଦୁଲି ଓ ଛବି ମୁଦୁଲି ।
ସୂଚନା ଅନୁସାରେ, ପୁବୁସାହି ନିକଟ କପିଳେଶ୍ବର କବାଡ଼ି ଗୋଦାମରେ କାମ କରନ୍ତି ବାସୁଦେବ ପ୍ରଧାନ । ଗୋଦାମରୁ ତମ୍ବା ସାମଗ୍ରୀ ଚୋରି କରିବା ଘଟଣାରେ ମାଲିକ ରବିନ୍ଦ୍ର ଅନ୍ୟଜଣେ କର୍ମଚାରୀ ପ୍ରଦୀପ ପ୍ରଧାନ ଓ ବାସୁଦେବ ପ୍ରଧାନଙ୍କୁ ସନ୍ଦେହ କରୁଥିଲା । ଏଣୁ ଉଭୟଙ୍କୁ ଅଟକ ରଖି ନିସ୍ତୁକ ମାଡ଼ କରିଥିଲା । ମାଡ଼ ଖାଇ ପ୍ରଦୀପ ନିଜର ଦୋଷ ସ୍ବୀକାର କରିଥିବା ବେଳେ ବାସୁଦେବ କିନ୍ତୁ ଏହି ଚୋରିରେ ସମ୍ପୃକ୍ତ ନଥିବା କହିଥିଲା । ତଥାପି ବାସୁଦେବଙ୍କୁ ମାଡ ମାରିଥିଲା ଗୋଦାମ ମାଲିକ ।
ଏହାବି ପଢନ୍ତୁ: ପାରାଦ୍ୱୀପରେ ଚାଞ୍ଚଲ୍ୟ, ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ
ରବିନ୍ଦ୍ର ଓ ତା ଭାଇ ମାନସ ମୁଦୁଲି ବାସୁଦେବକୁ ଏକ ପିଭିସି ପାଇପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିଲେ ବାସୁଦେବଙ୍କ ମୃତ୍ୟୁ ଘଟିଥିଲା । ପରେ ମୃତଦେହକୁ ଏକ ବୋଲେରୋରେ ନେଇ ନୟାଗଡ଼ ସିଧାମୂଳ ନିକଟ ମହାନଦୀରେ ଫିଙ୍ଗି ଦେଇଥିଲେ । ତେବେ ୨୬ ତାରିଖରେ ବାସୁଦେବଙ୍କ ମୃତଦେହ କଟକ ଜଗତପୁର ଥାନା ଅଞ୍ଚଳରୁ ମିଳିଥିଲା । ପରେ ପୋଲିସ ଆରମ୍ଭ କରିଥିଲା ଛାନଭିନ୍ । ୨୭ ତାରିଖ ଦିନ ହତ୍ୟାରେ ବ୍ୟବହୃତ ପିଭିସି ପାଇପ, ବୋଲେରୋକୁ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏନେଇ ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା