ETV Bharat / state

କୁନି ବିଜ୍ଞାନୀଙ୍କ ଅତ୍ୟାଧୁନିକ ଡିଭାଇସ ମଡେଲ, ଜାଣି ହେବ ଗୁରୁତର ରୋଗୀଙ୍କ ସ୍ଥିତି

author img

By ETV Bharat Odisha Team

Published : Nov 16, 2023, 8:17 PM IST

Teen Scientist demonstrates Health project devices: କୋମା କିମ୍ବା ଗୁରୁତର ରୋଗୀମାନଙ୍କର ଜାଣିହେବ ବ୍ୟବହାର ଏବଂ ଆବଶ୍ୟକତା । ଖୋର୍ଦ୍ଧା ଜିଲାର ବିଜେବି ହାଇସ୍କୁଲର ଛାତ୍ର ଶାଶ୍ଵତ ମହାପାତ୍ର ତିଆରି କରିଛନ୍ତି ସ୍ମାର୍ଟ ହେଲଥ୍ ମନିଟରିଙ୍ଗ ସିଷ୍ଟମ । ଅଧିକ ପଢନ୍ତୁ

କୁନି ବିଜ୍ଞାନୀଙ୍କ ଅତ୍ୟାଧୁନିକ ଡିଭାଇସ ମଡେଲ, ଜାଣିହେବ ଗୁରୁତର ରୋଗୀଙ୍କ ସ୍ଥିତି

ଭୁବନେଶ୍ବର: ଏଣିକି କୋମା କିମ୍ବା ଗୁରୁତର ରୋଗୀମାନଙ୍କର ବ୍ୟବହାର ଏବଂ ଆବଶ୍ୟକତା ବିଷୟରେ ଜାଣିବା ହେବ ସମ୍ଭବପର । ଏଭଳି ଏକ ମହତ ଉଦେଶ୍ୟ ନେଇ ଏକ ପ୍ରୋଜେକ୍ଟ ବନାଇଛନ୍ତି ଖୋର୍ଦ୍ଧା ଜିଲାର ବିଜେବି ହାଇସ୍କୁଲର ଛାତ୍ର ଶାଶ୍ଵତ ମହାପାତ୍ର । ଦୀର୍ଘ ଦିନର ପ୍ରୟାସ ପରେ ଏଭଳି ଏକ ପ୍ରୋଜେକ୍ଟ କରିଥିବା କହିଛନ୍ତି । ଯେଉଁମାନେ ପାରାଲିସିସ୍ ରୋଗୀ କିମ୍ବା ଯେଉଁମାନେ କଥାବାର୍ତ୍ତା କରି ପାରୁନାହାନ୍ତି ସେମାନଙ୍କ ଉପରେ ଏହି ପ୍ରୋଜେକ୍ଟ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ସେମାନଙ୍କ ପାଇଁ ଦୈନନ୍ଦିନ ଜୀବନରେ ଆବଶ୍ୟକତା ପଡୁଥିବା ଚିକିତ୍ସା ଓ ରୋଗୀର ବ୍ୟବହାର ଉପରେ ଉଭୟ ଡାକ୍ତର ଓ ପରିବାର ଲୋକମାନେ ଅତି ସହଜରେ ନଜର ରଖିପାରିବେ । ଏହି ପ୍ରୋଜେକ୍ଟରେ ୱାଇ ଫାଇ, ସେନ୍ସର ଭଳି ୩ ରୁ ୪ଟି ଡିଭାଇସ ବ୍ୟବହାର ହୋଇଛି । ଯାହା ହସ୍ପିଟାଲରେ ରହିଥିବା ଗୁରୁତର ରୋଗୀଙ୍କ ସହିତ ସଂଯୋଗ କରାଯାଇ ରୋଗୀର ବ୍ୟବହାର ଉପରେ ନଜର ରଖାଯାଇପାରିବ । ଯଦି ଏକ ପାରାଲିସିସ୍ ରୋଗୀର ଦେହରେ ଏଭଳି ଡିଭାଇସ ଲଗାଯାଏ ତେବେ ଯେତେବେଳେ ରୋଗୀର ଯେ କୌଣସି ସମୟରେ ଯେଉଁ ଅଙ୍ଗ କାର୍ଯ୍ୟ କରିବ ସେହି ସମୟରେ ଏହି ଡିଭାଇସ ଆକ୍ଟିଭ ହୋଇଯିବ ।

ଏହା ମଧ୍ୟ ପଢନ୍ତୁ..... ଗରିବ ଡାଇବେଟିସ୍ ରୋଗୀଙ୍କୁ ସଂଜିବନୀ, AIIMSରେ ମାଗଣା ମିଳିବ ଇନ୍‌ସୁଲିନ

ଏହି ୱାଇ ଫାଇ ଦ୍ଵାରା ଡିଭାଇସ ସଂଯୋଗରେ ରହିଥିବା ଡାକ୍ତର ନର୍ସ କିମ୍ବା ପରିବାରବର୍ଗ ମାନଙ୍କ ମୋବାଇଲକୁ ଏକ ମେସେଜ ଯିବ । ଯାହା ଫଳରେ ସେମାନେ ତୁରନ୍ତ ରୋଗୀଙ୍କ ପହଂଚି ରୋଗୀ କଣ ଚାହୁଁଛି ତାହା ଅତି ସୁବିଧାରେ ଜାଣିପାରିବେ । ଏତଦ୍ ସହ ରୋଗୀର କୌଣସି ଅସୁବିଧା ହେଲେ ସଠିକ ସମୟରେ ସେ ଆବଶ୍ୟକୀୟ ଚିକିତ୍ସା ପାଇପାରିବେ । ତେବେ ଏହି ପ୍ରୋଜେକ୍ଟ କେବଳ ପାରାଲିସିସ୍ ରୋଗୀଙ୍କ ପାଇଁ ନୁହେଁ ଏହା ମଧ୍ୟ ସଂଜ୍ଞାହୀନ ରୋଗୀ ଏବଂ ଏପରିକି କୋମାରେ ରହିଥିବା ରୋଗୀଙ୍କ ଦ୍ଵାରା ମଧ୍ୟ ଏହି ଡିଭାଇସ କାର୍ଯ୍ୟ କରି ପାରିବ । କାରଣ ଜଣେ ରୋଗୀର ଦିନରେ କେତେ ଥର ସେନ୍ସ ଆସୁଛି ତାହା ସହଜରେ ଜଣେ ଡାକ୍ତର କି ନର୍ସ ଜାଣିପାରିବ ।

ଏହା ମଧ୍ୟ ପଢନ୍ତୁ ..... WORLD COPD DAY: ଜାଣନ୍ତୁ ସିଓପିଡି ରୋଗ କ'ଣ, କେମିତି ଏହା କ୍ଷତିକାରକ

ଏପଟେ ଆଗାମୀ ଦିନ ରେ କୋଭିଡ ମହାମାରୀ ଭଳି ମଧ୍ୟ ଅନେକ ରୋଗ ଆସିପାରେ । ସେହି ସମୟରେ ରୋଗୀଙ୍କ ଅପେକ୍ଷା ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା କମ ରହିବ । ସେତେବେଳେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାରିବ । ସେହି ସମୟରେ ସଠିକ ଭାବରେ ରୋଗୀଙ୍କ ଚିକିସା କରିବାରେ ବିଫଳ ହେବାରେ ସମ୍ଭାବନା ମଧ୍ୟ ରହିଛି । ତେବେ ଏହି ଡିଭାଇସ ଦ୍ଵାରା ଅନେକ ରୋଗୀ ମାନଙ୍କ ବ୍ୟବହାର ଜଣାପଡିବ ବୋଲି କୁନି ବିଜ୍ଞାନୀ ଶାଶ୍ଵତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.