ETV Bharat / state

CHSE ଅବ୍ୟବସ୍ଥା, ସାର୍ଟିଫିକେଟ ପାଇଁ ଦୌଡି ନିରାଶ ଛାତ୍ରଛାତ୍ରୀ

ସାର୍ଟିଫିକେଟ ମିଳିବାରେ ଛାତ୍ରଛାତ୍ରୀଙ୍କୁ ଅସୁବିଧା ଭୋଗିବାକୁ ପଡୁଛି । CHSEର ଅବବ୍ୟସ୍ଥା ପାଇଁ ପିଲାମାନଙ୍କୁ ସାର୍ଟିଫିକେଟ ମିଳିପାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଅଧିର ପଢନ୍ତୁ

students facing problem to get certificate
CHSE ଅବ୍ୟବସ୍ଥା, ସାର୍ଟିଫିକେଟ ପାଇଁ ଦୌଉଡି ନିରାଶ ଛାତ୍ରଛାତ୍ରୀ
author img

By

Published : Feb 15, 2023, 2:15 PM IST

ସାର୍ଟିଫିକେଟ ପାଇଁ ଦୌଉଡି ନିରାଶ ଛାତ୍ରଛାତ୍ରୀ

ଭୁବନେଶ୍ବର: ପିଲାଙ୍କ ଭବିଷ୍ୟତ ସହ ଖେଳ । ମାସମାସ ଧରି ସାର୍ଟିଫିକେଟ ମିଳୁନାହିଁ । CHSEକୁ ଦୌଡ଼ି ଦୌଡ଼ି ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି । ସାର୍ଟିଫିକେଟ ମିଳିବାକୁ ହେଲେ ୬ ମାସରୁ ଏକ ବର୍ଷ ସମୟ ଲାଗିଥାଏ । କିନ୍ତୁ ବର୍ଷବର୍ଷ ଧରି ସାର୍ଟିଫିକେଟ ଆସିନାହିଁ କି ପିଲାମାନଙ୍କୁ ମିଳୁନାହିଁ । ଏନେଇ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀ ସାର୍ଟିଫିକେଟ ପାଇଁ CHSE କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଛନ୍ତି । ସାର୍ଟିଫିକେଟ ଆସିନାହିଁ, ଆସିଲେ ଜଣାଇବୁ । ବର୍ତ୍ତମାନ ଆଉ ସମୟ ନାହିଁ ସାର୍ଟିଫିକେଟ ପାଇଁ, ଯାହା ହେବ ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ପରେ ସାର୍ଟିଫିକେଟ ଦିଆଯିବ । ଏମିତି କିଛି କହୁଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଅଧିକାରୀ କହିଛନ୍ତି । ଯେଉଁ ସାର୍ଟିଫିକେଟ ପାଇଁ ୬ ମାସରୁ ୧ ବର୍ଷ ଲାଗିଥାଏ ତାହା କେବେ ଆସିବ ସେ ନେଇ କୌଣସି ସଠିକ ସୂଚନା ନାହିଁ । ଏଥିରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ୟବସ୍ଥା ପଦାରେ ପଡିଛି ।

ଦୂର ଦୂରାନ୍ତାରୁ ପିଲାମାନେ ଆସୁଛନ୍ତି । ହେଲେ ମାସମାସ ବିତି ଯାଉଥିଲେ ବି ସାର୍ଟିଫିକେଟ ମିଳୁନାହିଁ । ଆଜିକାଲି କହି ସମୟ ଗଡା ଯାଉଛି । ଯାଜପୁର, କଟକ, କୋରାପୁଟ, ମାଲକାନଗିରି, ବାଲେଶ୍ଵର ମୟୂରଭଞ୍ଜ, କଳାହାଣ୍ଡି ଭଳି ଅନେକ ଜିଲ୍ଲାରୁ ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟା ନେଇ ପିଲାମାନେ ଆସୁଛନ୍ତି । ଯେପରି ସାର୍ଟିଫିକେଟ ହଜିଯିବା, ସାର୍ଟିଫିକେଟରେ କିଛି ପରିବର୍ତ୍ତନ କରିବା, ସାର୍ଟିଫିକେଟ ଭେରିଫିକେଶନ ଭଳି ଅନେକ ସମସ୍ୟା ନେଇ ଆସିଥାନ୍ତି ଛାତ୍ରଛାତ୍ରୀ । ସମସ୍ୟାର ସମାଧାନ ହେଉନାହିଁ ।

ଯାଜପୁରର ଜଣେ ଛାତ୍ରୀ ଏକ ବର୍ଷ ହେବ CHSE କାର୍ଯ୍ୟାଳୟକୁ ସାର୍ଟିଫିକେଟ ପାଇଁ ଆସୁଛନ୍ତି । ହେଲେ ଆଜି ଆସ କାଲି ଆସ କହି ୧ ବର୍ଷ ବିତିଯାଇଛି । ଏହା ପରେ ମଧ୍ୟ ସାର୍ଟିଫିକେଟ ମିଳିପାରିଲା ନାହିଁ । କେବଳ ମାର୍କସିଟ୍‌ ଦେଇ ହାଲୁକା ହୋଇ ପଡୁଛନ୍ତି କର୍ତ୍ତୃପକ୍ଷ। ସାର୍ଟିଫିକେଟ ପାଇଁ ଏକ ହଜାର ଟଙ୍କା ନେଉଛନ୍ତି। ହେଲେ ପିଲାଙ୍କୁ ସାର୍ଟିଫକେଟ ଦେବାରେ ଅବହେଳା କରୁଛନ୍ତି । ଛାତ୍ରୀ ଜଣଙ୍କ ୨୦୨୧ ମସିହାରେ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କ ସାର୍ଟିଫିକେଟ ଚୋରି ହୋଇଯାଇଥିଲା । ଚୋରି ହେବାର କିଛି ଦିନ ମଧ୍ୟରେ ଯୁବତୀ ଜଣଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ନୂଆ ସାର୍ଟିଫିକେଟ କରିବା ପାଇଁ ପଞ୍ଜିକରଣ କରିଥିଲେ। କିନ୍ତୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଅଧିକାରୀମାନେ ସାର୍ଟିଫିକେଟ ଆସିନାହିଁ କହି ହାତ ଟେକି ଦେଉଛନ୍ତି ।

ବର୍ଷେ ପରେ ଯେତେବେଳେ ସାର୍ଟିଫିକେଟ ସେକ୍ସନରେ ଜଣେ ଅଧିକାରୀଙ୍କୁ ପଚାରିଥିଲେ ବର୍ତ୍ତମାନ ନୁହେଁ ଯୁକ୍ତ ଦୁଇ ରେଜଲ୍ଟ ବାହାରିଲା ପରେ ମିଳିବ ବୋଲି କହିଥିଲେ । ଛାତ୍ରୀ ଜଣଙ୍କ ଅସନ୍ତୋଷ ଜାହିର କରିଛନ୍ତି । ସେହିପରି ୧୯୯୭ ବ୍ୟାଚ୍‌ର ଜଣେ ଛାତ୍ର ସାର୍ଟିଫିକେଟ ନଷ୍ଟ ହୋଇଯିବା କାରଣରୁ CHSE କାର୍ଯ୍ୟାଳୟକୁ ଦୀର୍ଘ ୫ ବର୍ଷ ହେଲା ଆସୁଛନ୍ତି ତଥାପି ତାଙ୍କ ସାର୍ଟିଫିକେଟ ଆଜି ଯାଏଁ ମିଳିନାହିଁ ।

ଏପଟେ CHSE ବିଭାଗର ଜଣେ ଅଧିକାରୀ କହିଛନ୍ତି, "ସାର୍ଟିଫିକେଟ ମିଳିବାକୁ ୬ ମାସ ନୁହେଁ ଅଧିକ ସମୟ ଲାଗୁଛି । ତେବେ କେତେ ମାସରେ ଆସିବା ତାହା ସମ୍ପୂର୍ଣ ଠିକ ଭାବରେ କହିହେବ ନାହିଁ । ଯେଉଁମାନଙ୍କ ସାର୍ଟିଫିକେଟ ଆସିନାହିଁ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଲା ପରେ ଡୁପ୍ଲିକେଟ୍ ସାର୍ଟିଫିକେଟ ମିଳିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.