ETV Bharat / state

ଲିଙ୍ଗ ନିରୂପଣ କରୁଥିବା ଡାକ୍ତରଙ୍କ ଉପରେ କଡା ନଜର: ଧରାପଡିଲେ ହେବ କାର୍ଯ୍ୟାନୁଷ୍ଠାନ - ଲିଙ୍ଗ ନିରୂପଣ ରୋକିବାକୁ ଫୋକସ

ଲିଙ୍ଗ ନିରୂପଣ କରୁଥିବା ଡାକ୍ତରଙ୍କ ଉପରେ କଡା ନଜର । ଧରାପଡିଲେ ଜେଲଦଣ୍ଡ ସହ ଜରିମାନା ଦଣ୍ଡ ମିଳିବ । ଅଧିକ ପଢନ୍ତୁ

ଲିଙ୍ଗ ନିରୂପଣ କରୁଥିବା ଡାକ୍ତରଙ୍କ ଉପରେ କଡା ନଜର

author img

By ETV Bharat Odisha Team

Published : Dec 6, 2023, 3:10 PM IST

ଭୁବନେଶ୍ବର: ଲିଙ୍ଗ ନିରୂପଣ କରିବା ଏକ ଦଣ୍ଡନୀୟ ଅପରାଧ । ଯିଏ ଲିଙ୍ଗ ନିରୂପଣ କରାଇବେ ଏବଂ ଯେଉଁ ଡାକ୍ତର ଅଲଟ୍ରାସାଉଣ୍ଡ ମାଧ୍ୟମରେ ଚିହ୍ନଟ କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ପରିବାର ବର୍ଗଙ୍କୁ ଗର୍ଭସ୍ଥ ଶିଶୁର ଲିଙ୍ଗ ବିଷୟରେ କୌଣସି ସୂଚନା ଦେଲେ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କୁ ଜେଲଦଣ୍ଡ ସହ ପେନାଲ୍ଟି ମଧ୍ୟ ହୋଇପାରେ । ତାଙ୍କର ରେଜିଷ୍ଟ୍ରେସନ ମଧ୍ୟ ରବ୍ଦ କରାଯାଇପାରେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇସାରିଛି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଜଣାଇଛନ୍ତି ଯେ, ଗତ 2 ବର୍ଷ ମଧ୍ୟରେ 4-5 ଜଣ ଡାକ୍ତରଙ୍କୁ ଜେଲଦଣ୍ଡ ମିଳିଛି । ସେମାନଙ୍କର ରେଜିଷ୍ଟ୍ରେସନକୁ ବାତିଲ କରିବା ପାଇଁ ଆଇଏମସିକୁ ଅବଗତ କରାଯାଇଛି । ଏହି ଲିଙ୍ଗ ନିରୂପଣ ପାଇଁ ଥିବା ସମସ୍ତ ଆଇନକୁ ଲାଗୁ କରିବା ସହ ଯେପର୍ଯ୍ୟନ୍ତ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନହୋଇଛି, ସେପର୍ଯ୍ୟନ୍ତ ଏହାକୁ ରୋକିବା କଷ୍ଟକର ହୋଇପଡିବ। ଯଦି ମହିଳାଙ୍କୁ ତାଙ୍କର ସ୍ଵାମୀ ଗର୍ଭସ୍ଥ ସନ୍ତାନର ଲିଙ୍ଗ ନିରୂପଣ କରିବା ପାଇଁ ବାଧ୍ୟ କରୁଥିବାର ଜଣାପଡେ, ତେବେ ଉଭୟ ପରିବାର ଓ ଡାକ୍ତର ଦଣ୍ଡିତ ହେବେ । ଏହା ସହ ଡାକ୍ତରଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଜେଲ ଓ 1 ଲକ୍ଷ ଟଙ୍କା ଜୋରିମାନା ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: କଟକରେ ପୁଣି ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ର ଠାବ, ଆକ୍ସନ୍‌ ମୋଡ୍‌ରେ ସ୍ବାସ୍ଥ୍ୟ ବିଭାଗ

ଲିଙ୍ଗ ନିରୂପଣ ନେଇ ଯେଉଁଠି ଅଭିଯୋଗ ହେଉଛି ସେହି ସ୍ଥାନରେ ରେଡ କରାଯାଇଛି । ନିକଟ ଅତୀତରେ କଟକରୁ ଜଣେ ଡାକ୍ତର ଧରାପଡିଥିଲେ । ଯଦି ସାମାଜିକ ସ୍ତରରେ ସଚେତନତା ନ ରହିବ ତେବେ ଆଇନ କୌଣସି କାର୍ଯ୍ୟ କରିପାରିବ ନାହିଁ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ତେବେ ରାଜ୍ୟରେ ବେଧଡ଼କ ଚାଲିଛି ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର । ନିକଟରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଏହାର ପର୍ଦ୍ଦାଫାସ କରିଥିଲା । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଡାକ୍ତର ଓ ସେମାନଙ୍କ କ୍ଲିନିକ ଉପରେ କଡା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ ।

କିଛି ଦିନ ପୂର୍ବେ କଟକର ଦୋଳମୁଣ୍ଡାଇ, ବାଦାମବାଡ଼ି ଓ ଅରୁଣୋଦୟ ନଗରରେ ଥିବା ଘରୋଇ ହସ୍ପିଟାଲ ଉପରେ ଚଢ଼ାଉ କରି ୩ଟି ଅଲଟ୍ରାସାଉଣ୍ଡ ମେସିନ ସହ ଗର୍ଭପାତ ମେଡ଼ିସିନ ଜବତ କରିଥିଲା ସ୍ୱାସ୍ଥ୍ୟ ବିଭାଗ । ବାହାରକୁ ଫିଜିଓଥେରାପି କ୍ଲିନିକ ନାଁରେ ଏପରି ବେଆଇନ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍‌ କରିଥିଲା। ଆଗକୁ ମଧ୍ୟ ସୂଚନା ମିଳିଲେ ଏଭଳି ଚଢାଉ ଜାରି ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.