ETV Bharat / state

ଗ୍ୟାରେଜରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତକୁ ବାନ୍ଧିଲା ଏସଟିଏଫ

author img

By ETV Bharat Odisha Team

Published : Dec 20, 2023, 6:44 AM IST

STF Caught Keonjhar Drug Peddler: କେଉଁଝରରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଏନ୍ ଏଚ -୪୯ ପାର୍ଶ୍ୱରେ ଥିବା ଗାଡ଼ି ଗ୍ୟାରେଜରେ ଏସଟିଏଫର ଚଢ଼ାଉ । ଅଧିକ ପଢନ୍ତୁ

ଗ୍ୟାରେଜରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଏସଟିଏଫ ଦ୍ବାରା ଅଭିଯୁକ୍ତ ଗିରଫ

ଗ୍ୟାରେଜରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର : ରାଜ୍ୟରେ ମାଡି ଚାଲିଛି ଧଳା ଜହରର ମୋଟା ଚେର । ଏନ୍ ଏଚ-୪୯ ପାର୍ଶ୍ବ ରେ ଥିବା ଗାଡି ଗ୍ୟାରେଜରେ ଚାଲିଥିଲା ବ୍ରାଉନସୁଗାର ଡିଲ୍ । ସୂଚନା ପାଇ ମାଡ଼ି ବସିଲା ଏସଟିଏଫ ଟିମ୍ । କେନ୍ଦୁଝରର ଟାଉନ ଥାନା ଅଞ୍ଚଳର ଜୋଡିଆଘାଟିରୁ କୋଟିଏ ଟଙ୍କାର ୧କେଜି ୮୦ଗ୍ରାମ ର ବ୍ରାଉନସୁଗାର ହୋଇଛି ଜବତ । ଏସଟିଏଫ ଏସପିଙ୍କ ସୁଚନା ମୁତାବକ ଗିରଫ ଅଭିଯୁକ୍ତ ବୈଦରାଜ ସାହିର ରାଜେନ୍ଦ୍ର କୁମାର‌ ମାଝି ଓରଫ ରାଜୁ ଅଟେ । ତେବେ ଏସଟିଏଫ ଦ୍ବାରା ଦ୍ବିତୀୟ ଥର କେଉଁଝରରେ ବ୍ରାଉନସୁଗାର ଜବତ ହୋଇଛି । ପୂର୍ବରୁ ଜଣେ କୋର୍ଟ କର୍ମଚାରୀ ଡ୍ରଗ୍ସ କାରବାର କରୁଥିବା ଯୋଗୁଁ ଏସଟିଏଫ ଦ୍ବାରା ଗିରଫ ହୋଇଥିଲା ।

ଏହାକୁ କେନ୍ଦ୍ର କରି କେଉଁଝରକୁ ବ୍ରାଉନସୁଗାର କିଭଳି ଆସୁଛି ଏନେଇ ଏକ ନେଟୱର୍କ ବିଛାଇଥିଲା ଏସଟିଏଫ ଟିମ୍ । ତେବେ ଜଣେ ଗ୍ୟାରେଜ ଦୋକାନୀ ଏପରି କାରବାର କରୁଥିବା ସୂଚନା ଆଧାରରେ ରେଡ୍‌ କରି ତାଠାରୁ ଡ୍ରଗ୍ସ ଜବତ କରାଯାଇଛି । ତେବେ ସେ ଅନେକ ରାଜ୍ୟ ବାହାର ଟ୍ରକ୍‌ ଡ଼୍ରାଇଭରଙ୍କ ସହ ସମ୍ପର୍କରେ ଥିବାରୁ ସେମାନେ ସପ୍ଲାଇ କରିଦେଉଥିଲେ । ଏଥିପାଇଁ ତାକୁ ଭଲ ଲାଭ ମଧ୍ୟ ମିଳୁଥିଲା । ତେବେ କେନ୍ଦୁଝର ସୀମାକୁ ଲାଗି ରହିଥିବା ପଡୋଶୀ ଝାଡ଼ଖଣ୍ଡ କିମ୍ବା ମୁର୍ଶିଦାବାଦରୁ ବ୍ରାଉନସୁଗାର ଆସୁଥିବାର ସନ୍ଦେହ କରିଛି ଏସଟିଏଫ ।

ଏହା ମଧ୍ୟ ପଢନ୍ତୁ ... ଫିକା ପଡିବ ନିଶା ମାଫିଆଙ୍କ ନୂଆବର୍ଷ ପ୍ଲାନ୍, ଧରାପଡ଼ିଲା ମାଛ ଗାଡିରେ ଡ୍ରଗ୍ସ ଚାଲାଣ

ସୂଚନା ଯୋଗ୍ୟ ଯେ ଏବେ ରାଜ୍ୟ ବ୍ୟାପି ନିଶା ମୁକ୍ତ ଭାରତ ପାଇଁ ଏକ ଅଭିଯାନ କଡାକଡି ଚଲାଇବା ପାଇଁ ଯୋଜନା ଚାଲିଛି । ରାଜ୍ୟରେ ବ୍ରାଉନସୁଗାର ଭଳି ନିଶା କାରବାର ଚିନ୍ତା ଜନକ ଭାବେ ବୃଦ୍ଧି ପାଇଛି । ଏ ନେଇ ନିକଟରେ ଏକ ୨୮ ଜଣିଆ ବୈଠକ ମଧ୍ୟ ସରିଛି । ଡ୍ରଗସ ଏବେ ଅନେକ ଯୁବପିଢିଙ୍କୁ କବଳିତ କରିଛି । ଯାହା ଫଳରେ ସେମାନେ ନାନା ଅପରାଧିକ କାର୍ଯ୍ୟକଳାପ କରିବାକୁ ପଛାଉନାହାନ୍ତି । ପୋଲିସ, ଅବକାରୀ ଓ ଏନସିବି ଏସଟିଏଫ ଭଳି ସଂସ୍ଥା ଏ ଦିଗ ରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ସେହିଭଳି ସ୍କୁଲ କଲେଜର ଶିକ୍ଷାର୍ଥୀ ମାନଙ୍କୁ ସଚତେନ କରାଇବା ସହ ପ୍ରାଣାୟାମ ଓ ଖେଳ ଜରିଆରେ ନିଶାକୁ ଯୁବପିଢିଙ୍କୁ ଦୁରେଇବାକୁ ପ୍ରୟାସ କରିବା ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.