ETV Bharat / state

ଅକ୍ଟୋବର-2ରେ ବାଜି ରାଉତ ଛାତ୍ରାବାସରେ ସ୍ଥାପନ ହେବ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

author img

By ETV Bharat Odisha Team

Published : Aug 25, 2023, 9:47 PM IST

ଅନୁଗୋଳ ସ୍ଥିତ ବାଜିରାଉତ ଛାତ୍ରାବାସରେ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ନିର୍ମାଣଧୀନ ପୂର୍ଣ୍ଣା ବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଆସନ୍ତା ଗାନ୍ଧୀ ଜୟନ୍ତୀରେ ସଭାଗୃହରେ ଅବସ୍ଥାପିତ କରାଯିବ । ଅଧିକ ପଢନ୍ତୁ

ଅକ୍ଟୋବର 2ରେ ବାଜି ରାଉତ ଛାତ୍ରାବାସରେ ସ୍ଥାପନ ହେବ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ବର: ଓଡିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଛି ଅନୁଗୋଳ ସ୍ଥିତ ବାଜିରାଉତ ଛାତ୍ରାବାସ । ଛାତ୍ରାବାସର ଉନ୍ନତିକରଣ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁ​‌ଷ୍ଠିତ ବୈଠକରେ ରାଜ୍ୟ ରାଜସ୍ବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ ।

ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ନିର୍ମାଣାଧୀନ ପୂର୍ଣ୍ଣା ବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଆସନ୍ତା ଗାନ୍ଧୀ ଜୟନ୍ତୀରେ ବାଜି ରାଉତ ଛାତ୍ରାବାସ ସ୍ଥିତ ସଭାଗୃହରେ ଅବସ୍ଥାପିତ କରାଯିବ । ଏ ସଂପର୍କରେ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି । ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କର ମାସିକ ଷ୍ଟାଇପେଣ୍ଡ ବୃଦ୍ଧି, ସୋମାନଙ୍କ ପାଇଁ ନିୟମିତ ଭାବେ ସବ୍‌ସିଡି ଚାଉଳ ବ୍ୟବସ୍ଥା ଓ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ପଦକ୍ଷେପ ନିଆଯିବାକୁ ଆଲୋଚନା କରାଯାଇଛି । ଛାତ୍ରାବାସର ଆନୁସଙ୍ଗିକ ମରାମତି, ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଛାତ୍ରାବାସ ସଂଲଗ୍ନ ପରିସରକୁ ଆଗାମୀ ଦିନରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।

ଏହାବି ପଢନ୍ତୁ- ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗ, ଭୁଲ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବାଜି ରାଉତ ଛାତ୍ରାବାସ ଅନୁଗୋଳ ଜିଲ୍ଲା ତଥା ଓଡିଶାର ଗର୍ବ ଓ ଗୌରବ । ଛାତ୍ରାବାସର ଅଧିକ ଉନ୍ନତି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଏଠାରେ ଏକ ସଂଗ୍ରହାଳୟ, ପାଠାଗାର ଓ ଦକ୍ଷତା ବିଭାଗ କମ୍ପ୍ଲେକ୍ସ୍‌ ସ୍ଥାପନ କରାଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି । ଏହା ଦ୍ବାରା ଅଧିକରୁ ଅଧିକ ଜନସାଧାରଣ ଓ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ବତୀ ଏସ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଭିସି ମାଧ୍ୟମରେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କ୍ରୀଷ୍ଣା ମହାନ୍ତି ଏବଂ ଜିଲ୍ଲାସ୍ତରୀୟ ଅନ୍ୟ ପଦାଧିକାରୀ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.