ETV Bharat / state

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ଚାଷୀ, ମହିଳା ଓ ଜନଜାତିକୁ ନେଇ ଆଗକୁ ବଢ଼ିବାକୁ ଆହ୍ୱାନ - ପତାକା ଉତ୍ତୋଳନ କଲେ ନବୀନ

ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ । ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ
author img

By

Published : Aug 15, 2023, 11:10 AM IST

Updated : Aug 15, 2023, 1:01 PM IST

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଟ୍ରୁପ୍‌ କମାଣ୍ଡାଣ୍ଟ୍‌ଙ୍କ ଦ୍ୱାରା ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏବଂ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ସେ କହିଛନ୍ତି ଯେ, ଅର୍ଥନୀତିରେ ସମୃଦ୍ଧି ହୋଇଛି । ରାଜ୍ୟକୁ ଲକ୍ଷଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି । ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଆରମ୍ଭ ହୋଇଛି । ବିଏସ୍‌କେୱାଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ରୂପାନ୍ତର ଆଣିଛି । ଏସ୍‌ଏଚ୍‌ଜି ମହିଳା ଓ ଚାଷୀଙ୍କ ପାଇଁ ସରକାର ସଂକଳ୍ପବଦ୍ଧ । ଗରିବ, ଚାଷୀ, ମହିଳା ଓ ଜନଜାତିକୁ ନେଇ ଆଗକୁ ବଢ଼ିବାକୁ ସେ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରି ସମ୍ମାନ ଜଣାଇଛନ୍ତି । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: 77ତମ ସ୍ବାଧୀନତା ଦିବସ ପାଳୁଛି ଦେଶ, ଦେଶବାସୀଙ୍କୁ ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜି ଭାରତ ବିଶ୍ବର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି । ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି । ଚନ୍ଦ୍ରଯାନ-୩ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି । ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିଳ୍ପ ଭିତ୍ତିଭୂମି ଇତ୍ୟାଦି ବିକାଶର ପ୍ରତ୍ୟେକ କ୍ଷେତ୍ରରେ 5T ନୂଆ ଆଶା ସୃଷ୍ଟି କରିଛି । ରାଜ୍ୟର ଧନୀ, ଗରିବ, ମଧ୍ୟମ, ସବୁବର୍ଗର ଲୋକ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି ।

ଓଡ଼ିଶାର ଅର୍ଥନୀତି ମଜଭୁତ ହେଉଛି । ଗରିବୀ କମିଛି । ଓଡ଼ିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି । ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ସୃଷ୍ଟି ହୋଇଛି । ସଶକ୍ତିକରଣ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଜରୁରୀ । ରାଜ୍ୟରେ 4373 UNBANKED PANCHAYATରେ ରାଜ୍ୟ ସରକାର ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ରାଜ୍ୟର ସବୁ ପଞ୍ଚାୟତର ଲୋକମାନେ ବ୍ୟାଙ୍କିଙ୍ଗ ସେବା ପାଇପାରିବେ। ଏହାଦ୍ବାରା ବରିଷ୍ଠ ନାଗରିକ, ମାଆମାନେ ଏବଂ ଭିନ୍ନକ୍ଷମ ସବୁଠାରୁ ଅଧିକ ଉପକୃତ ହେବେ ।

ମଧୁବାବୁ ପେନ୍‌ସନ୍‌ ଯୋଜନାରେ ନିକଟରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି । ଆଜିଠାରୁ ନୂଆ ହିତାଧିକାରୀମାନେ ପେନ୍‌ସନ୍‌ ପାଇବେ । ପ୍ରତି ଜୀବନ ମୂଲ୍ୟବାନ । ଏନେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏ ଦିଗରେ ସଫଳତାର ସହ ସେବା ଯୋଗାଉଛି । ଉତ୍ତମ ସ୍ବାସ୍ଥ୍ୟସେବା ନିଶ୍ଚିତ କରିଛି । BSKY ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ରୂପାନ୍ତର ଆଣିଛି । ଚାଷୀର ବିକାଶ ପାଇଁ ସବୁବେଳେ ଚେଷ୍ଟା କରାଯାଉଛି । ଚାଷୀମାନଙ୍କର ଫସଲ ବୀମା ଦାୟିତ୍ଵ ଏବେ ରାଜ୍ୟ ସରକାର ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 15, 2023, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.