ETV Bharat / state

Train Tragedy: ଅନେକ ଶିଶୁ ଅସୁସ୍ଥ, କାଉନସିଲିଂ ପାଇଁ ଶିଶୁ ଆୟୋଗର ପରାମର୍ଶ - ବାହାନଗା ଟ୍ରେନ ଦୁର୍ଘଟଣା

ବାହାନଗା ଟ୍ରେନ ଦୁର୍ଘଟଣାର ଆହତ ଶିଶୁଙ୍କୁ କାଉନସିଲିଂ ପାଇଁ ପରାମର୍ଶ ଦେଲା ଶିଶୁ ଆୟୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 13, 2023, 8:45 PM IST

ଭୁବନେଶ୍ବର: ବାଲେଶ୍ଵର ବାହାନଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟନାରେ ହଜାର ହଜାର ଯାତ୍ରୀମାନେ ଆହତ ହୋଇଥିବା ବେଳେ ଶହ ଶହ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏପଟେ ୪ଟି ଜିଲ୍ଲାର ହସ୍ପିଟାଲରେ ଅନେକ ଶିଶୁ ଚିକିତ୍ସିତ ହେଉଛନ୍ତି ଏବଂ ଅନେକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୁର୍ଘଟଣାରେ ସମସ୍ତଙ୍କୁ ବଡ଼ ଝଟକା ଲାଗିଛି । ବିଶେଷ କରି ଶିଶୁମାନଙ୍କୁ କାଉନସିଲିଂ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ।

ଏହି ଦୁର୍ଘଟଣାରେ ଛୋଟ ପିଲାମାନେ କେତେ ଜଣ ଆହତ ହୋଇଛନ୍ତି, କେଉଁ କେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏହାକୁ ନେଇ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ୪ଟି ଜିଲ୍ଲାପାଳଙ୍କୁ ଚିଠି ଲେଖିଛି । ତେବେ ଦ୍ଭଦ୍ରକ, କଟକ, ବାଲେଶ୍ଵର ଏବଂ ଖୋର୍ଦ୍ଧା ଜିଲ୍ଲାର ଅନେକ ତଥ୍ୟ ଆସିଛି । ସେଥିମଧ୍ୟରୁ ରହିଛି କଟକର ଏସସିବି ମେଡିକାଲ କଲେଜରେ ୩ଟି ଶିଶୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଭଦ୍ରକରୁ ୨ ଜଣ ପିଲା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ବିହାର ଫେରିଛନ୍ତି । ଏହା ସହ ବାଲେଶ୍ବରରୁ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ କୌଣସି ଶିଶୁ ବି ଚିକିତ୍ସିତ ହେଉନାହାନ୍ତି ।

ଅନ୍ୟପଟେ ବାହାନଗା ଟ୍ରେନ ଦୁର୍ଘଣାରେ କୌଣସି ଶିଶୁ ନିଖୋଜ ହୋଇନଥିବା କହିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷ ମନ୍ଦାକିନୀ କର। ଏପଟେ ଚିକିତ୍ସିତ ହୋଇଥିବା ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛି । ଟ୍ରେନ ଦୁର୍ଘଟଣା ସମୟରେ ଯେଉଁଭଳି ଭାବରେ ଶିଶୁ ଚୋରାଚାଲାଣ ନହୁଏ ସେନେଇ ସଚେତନତା କରାଯାଇଛି । ଯଦି କୌଣସି ଅଚିହ୍ନା ଶିଶୁଙ୍କ ସନ୍ଧାନ କେହି ପାଇଥାନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନା ବା ଶିଶୁ କମିଶନଙ୍କ ନିକଟରେ ସୂଚନା ଦେବା ପାଇଁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ବାହାନଗା ରେଳ ଦୁର୍ଘଟଣାକୁ ଯେଉଁ ଶିଶୁ ପୀଡ଼ିତ ଅଛନ୍ତି, ସେହି ପିଲାମାନଙ୍କୁ ସାଇକୋଲୋଜିକାଲ ଟ୍ରେନିଂ ଦେବାକୁ ପରାମର୍ଶ ଦେବା ଲାଗି ଆୟୋଗ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- ETV Bharat Impact: ହୁକ୍‌ ପକାଇ ବିଦ୍ୟୁତ୍ ଚୋରି ଘଟଣା, ଜେଲ୍ ସୁପରିଟେଣ୍ଡଙ୍କୁ ଲାଗିଲା ୬ଲକ୍ଷ ୨୯ହଜାର ଜରିମାନା

ଯଦି ରାଜ୍ୟରେ ଏଭଳି ଶିଶୁ ରହିଥିବେ ତୁରନ୍ତ ଜଣେଇବା ପାଇଁ କହିଛନ୍ତି କମିଶନ। ସେଠାକୁ ଏକ ଟିମ୍ ଯାଇ ଶିଶୁମାନଙ୍କର ମାନସିକ ସ୍ଥିତି ଯାଞ୍ଚ କରିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ରାଜ୍ୟର ୫ଟି ମହାନଗର ନିଗମର କମିଶନରଙ୍କୁ ଚିଠି କରାଯାଇଛି। ରାଜ୍ୟକୁ ମୁକ୍ତ ଶିଶୁ ଶ୍ରମିକ ଯୋଜନାକୁ ତ୍ବରାନିତ କରିବା ପାଇଁ ଚିଠି କରାଯାଇଛି। ବିଭିନ୍ନ ଦୋକାନ ବିଭିନ୍ନ କମ୍ପାନୀ ଏବଂ ଘର କାମରେ ଶିଶୁ ଶ୍ରମିକ କାମ ନକରିବା ସହ ସଚେତନତା ଭାବରେ ରହିବେ। ଗୋଟିଏ ଅଞ୍ଚଳକୁ ନେଇ ଶିଶୁ ଶ୍ରମିକ ମୁକ୍ତ କରିବା ନେଇ ଏକ କ୍ୟାମ୍ପେନ ଆରମ୍ଭ କରାଯାଇଛି।

ସୂଚନା ଅନୁଯାୟୀ, ଗତ ଜୁନ ୨ ତାରିଖ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରିଥିଲେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଚିଠିରେ ଉଲ୍ଲେଖ କରାଯାଇଥିଲା । ସେମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଭାବିତ ଶିଶୁ-କିଶୋରଙ୍କ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.