ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା । ED(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଗତକାଲି ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ଜେରା କରିଥିଲା ଇଡି । ତେବେ ଆଜି ପୁଣି ଇଡିରେ ହାଜର ହେବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଏହାସହ ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ମୁହାଁମୁହିଁ ଜେରା କରିପାରେ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: Archana Nag case: EDରେ ହାଜର ହେଲେ ଶିଳ୍ପପତି ଅମୀୟ ଦାସ
ସୂଚନାଅନୁସାରେ, ଶ୍ରଦ୍ଧାଞ୍ଜଳିଙ୍କ ନାମରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ତାଙ୍କୁ ଟଙ୍କା ମାଗିବା ସହ ବ୍ଲାକମେଲ୍ କରୁଥିବା ସେ ଲିଖିତ ଅଭିଯୋଗ କରିଥିଲେ । ଏହାସହ ତାଙ୍କ ସହ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉଠାଇବାକୁ କହିଥିଲେ । ପରେ ଅର୍ଚ୍ଚନା ଅକ୍ଷୟ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ କହି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଥିଲା । ତେବେ ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଥିଲେ ବ୍ଲାକମେଲର ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ।
ଇଟିଭି ଭାରତ, ଭୁବନେଶ୍ବର