ETV Bharat / state

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ମାନ୍ୟତା: ବିବାହ ଗଣତାନ୍ତ୍ରିକ ଅଧିକାର, ଏହା ମୁଁ ସାବ୍ୟସ୍ତ କରିବି କହିଲେ ଦୂତି

ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦେବା ପରେ ଏବେ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜି । ଫେବୃଆରୀ ୧୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ତାଙ୍କର ମତ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ଖୁସି ଜାହିର କରିଛନ୍ତି ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ । ଅଧିକ ପଢ଼ନ୍ତୁ

ବିବାହ ଗଣତାନ୍ତ୍ରିକ ଅଧିକାର କହିଲେ ଦୂତି ଚାନ୍ଦ

author img

By

Published : Jan 7, 2023, 5:25 PM IST

ବିବାହ ଗଣତାନ୍ତ୍ରିକ ଅଧିକାର କହିଲେ ଦୂତି ଚାନ୍ଦ

ଭୁବନେଶ୍ୱର: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜି ହେବା ସହ ଏନେଇ କେନ୍ଦ୍ର ସରକାରଙ୍କ ମତାମତ ଅପେକ୍ଷାରେ ରହିଛନ୍ତି । ତେବେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ ନିଜର ମତ ରଖିଛନ୍ତି । ଜାତି, ଧର୍ମ ଓ ଲିଙ୍ଗ ଆଧାରରେ ସମସ୍ତେ ପ୍ରେମ କରିପାରିବେ ଏବଂ ମୌଳିକ ଅଧିକାର ତଥା ଗଣତାନ୍ତ୍ରିକ ଅଧିକାର ବଳରେ ବିବାହ କରିପାରିବେ । ତେବେ ଏହା ମୁଁ ମଧ୍ୟ ସାବ୍ୟସ୍ତ କରିବାକୁ ଯାଉଛି ବୋଲି ଦୂତି ଚାନ୍ଦ କହିଛନ୍ତି ।

ପୂର୍ବରୁ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦେବାସହ ଧାରା ୩୭୭ ଉଚ୍ଛେଦ କରିଥିଲେ । ଏବେ ବିବାହ ପାଇଁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରାଜି ଥିବାରୁ ଏହା ଦୂତୀଙ୍କ ପାଇଁ ଅନେକ ଖୁସି ଆଣିଦେଇଛି । କାରଣ ସେ ମଧ୍ୟ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ଏବଂ ତାଙ୍କର ମହିଳା ବନ୍ଧୁଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ମାନ୍ୟତା ଦେଇଥିବାରୁ ସେ ଖୁସି ଜାହିର କରିଛନ୍ତି । ତେବେ କେବେ ବିବାହ ପ୍ରଶ୍ନରେ ଦୂତି କହିଛନ୍ତି, "ପ୍ରଥମେ କ୍ୟାରିୟର । ଆଗକୁ ଅନେକ ଖେଳ ବାକି ରହିଛି । ୨ରୁ ୩ ବର୍ଷ ଖେଳରେ ସମୟ କାଟିବା ପରେ ବିବାହ କରିବା ନେଇ ନିଷ୍ପତ୍ତି ନେବି ।"

ସମଲିଙ୍ଗୀ ବିବାହକୁ ଆଇନଗତ ସମ୍ମତି ଦେବା ମାମଲାରେ ଏବେ ସୁପ୍ରିମକୋର୍ଟ ୧୩ ମାର୍ଚ୍ଚରେ ଶୁଣାଣି କରିବେ । ଫେବୃଆରୀ ୧୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ତାଙ୍କର ମତ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି । ସମଲିଙ୍ଗୀ ବିବାହକୁ ନେଇ ଥିବା ସମସ୍ତ ପିଟିସନ ସୁପ୍ରିମକୋର୍ଟକୁ ଆସିବା ପରେ ଏହାର ସମ୍ପୂର୍ଣ୍ଣ ଶୁଣାଣି ହେବ ବୋଲି ଜଣାପଡ଼ିଛି । ତେବେ ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.