ETV Bharat / state

ଓଡ଼ିଆ ଚଳଚ୍ଚିତ୍ର 'ସିନ୍ଦୁର'ର ସ୍ପେସିଆଲ ସ୍କ୍ରିନିଂ, ଫିଲ୍ମ ଦେଖିଲେ ନିର୍ଦ୍ଦେଶକ ଓ ପ୍ରଯୋଜକ

author img

By

Published : May 30, 2023, 12:55 PM IST

ଗତକାଲି ଭୁବନେଶ୍ୱରର ଏସପ୍ଲାନେଡ୍‌ ସିନେପଲିସରେ ଏହାର ସ୍ପେସିଆଲ ସ୍କ୍ରିନିଂ ହୋଇଯାଇଛି । ଅଧିକ ପଢନ୍ତୁ

special screening of odia movie sindura
special screening of odia movie sindura
'ସିନ୍ଦୁର'ର ସ୍ପେସିଆଲ ସ୍କ୍ରିନିଂ

ଭୁବନେଶ୍ବର: ସିନ୍ଦୁର ହେଉଛି ପ୍ରତି ନାରୀର ଆଭୂଷଣ । ଯାହା ସେ ସ୍ୱାମୀର ଦୀର୍ଘାୟୁ କାମନା କରି ପିନ୍ଧିଥାଏ । ସଧବା ନାରୀ ପାଇଁ ଏହି ସିନ୍ଦୁର ଅନେକ ଗୁରୁତ୍ୱ ବହନ କରିଥାଏ । ସିନ୍ଦୂରର ଦାମ କମ ହୋଇଥାଇ ପାରେ ହେଲେ ତାର ମହତ୍ଵ ଅଧିକା ଥାଏ । ଆଉ ସେ 'ସିନ୍ଦୁର' ନାମକୁ ନେଇ ପ୍ରସ୍ତୁତ ହୋଇଛି ଓଡିଆ ଚଳଚ୍ଚିତ୍ର । ଗତକାଲି ଭୁବନେଶ୍ୱରର ସିନେପଏଲ୍‌ସରେ ଏହାର ସ୍ପେସିଆଲ ସ୍କ୍ରିନିଂ ହୋଇଯାଇଛି ।

ତେବେ ସିନେମାରେ ନାୟିକା ମିଛ ବା ଛଳନାର ସିନ୍ଦୁର ପିନ୍ଧି ସ୍ୱାମୀଙ୍କୁ ବଞ୍ଚାଇବା ବଦଳରେ ମରିବାର ଦିନ ଗଣୁଛି । ସେ ଶଙ୍ଖା ସିନ୍ଦୁର ପିନ୍ଧି ପତିବ୍ରତାର ଅଭିନୟ କରୁଥିବା ବେଳେ ମଙ୍ଗଳ ବଦଳରେ ସ୍ୱାମୀର ଜୀବନ ଯିବାର ସ୍ବପ୍ନ ଦେଖୁଛି । ତେଣୁ ସଧବା ହୋଇ ବି ସେ କେମିତି ସତୀ ଆଉ ଶେଷରେ ସିନ୍ଦୁରର ମହତ୍ଵକୁ ବୁଝି ପାରିଛି ନା ନାହିଁ ତାହା ହିଁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି ।

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରେମ, ପ୍ରତାରଣା, ପ୍ରତିଶୋଧ, ତ୍ୟାଗ ଓ କର୍ତ୍ତବ୍ୟର ର ନିଚ୍ଛକ ଚିତ୍ର ଏହି ଚଳଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ । ଅଭିନୟର ଯାଦୁରେ ପ୍ରତିଟି ଚରିତ୍ରର ଚିତ୍ରଣ ବେଶ ଭଲ ଭାବେ ପ୍ରତିପାଦିତ ହୋଇଥିବା ବେଳେ ପ୍ରତିଟି ଗୀତ ବେଶ ମନକୁ ଛୁଇଁଛି । ତେବେ ଚଳଚ୍ଚିତ୍ରଟି ଭଲ ହୋଇଥିବା ବେଳେ ସବୁ କଳାକାରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ ଯାହା ଶେଷଯାଏ ଦର୍ଶକଙ୍କୁ ବାନ୍ଧି ରଖିବ।

ଅନ୍ୟପଟେ ଏହି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ପ୍ରେମାଞ୍ଜନ ପରିଡ଼ା କରିଥିବା ବେଳେ ଶୈଳେନ୍ଦ୍ର ପରିଡ଼ାଙ୍କ ଦ୍ଵାରା ଚଳଚ୍ଚିତ୍ରଟି ନିର୍ଦ୍ଦେଶିତ ହୋଇଛି । ଏଥିରେ ଚଳଚ୍ଚିତ୍ରର କଳାକାର, ଟେକ୍ନିସିଆନ୍ ତଥା ଚଳଚ୍ଚିତ୍ରର ଶିଳ୍ପ ସହ ଜଡ଼ିତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଛନ୍ତି । ଏହି ସିନ୍ଦୁର ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ମଣ୍ଟୁ, ସୁରୁମୟି ଓ ଅଙ୍କିତ ଅଭିନୟ କରିଥିବାବେଳେ ଅନ୍ୟାନ୍ୟ ଚରିତ୍ରରେ ବରିଷ୍ଠ ଅଭିନେତା ପ୍ରେମାଞ୍ଜନ ପରିଡ଼ା, ଅମର, ଐଶ୍ୱର୍ଯ୍ୟା ବେହେରା ନଜର ଆସିଛନ୍ତି । ଭାଗ୍ୟବତୀ ନାୟକଙ୍କ ଦ୍ଵାରା ଏହାର କାହାଣୀ ରଚନା କରାଯାଇ ଥିବାବେଳେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ । ଭାରତୀୟ ନାରୀର ସବୁଠୁ ମୂଲ୍ୟବାନ ସନ୍ତକ ସିନ୍ଦୁରକୁ ନେଇ କାହାଣୀ ଆଧାରିତ ହୋଇଥିବା ବେଳେ ନିଶ୍ଚୟ ଏହା ଦର୍ଶକଙ୍କୁ ପସନ୍ଦ ଆସିବା ବୋଲି ପ୍ରଯୋଜନା ସଂସ୍ଥା କହିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.