ETV Bharat / state

ପ୍ରଦୂଷଣ ରୋକିବାକୁ ବଡ଼ ପଦକ୍ଷେପ; ଚିଲିକାରେ ଚାଲିବ ସୌର ଚାଳିତ ବୋଟ - Tourism Department of odisha

ଚିଲିକାରେ ଚାଲିବ ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ । ପ୍ରଦୂଷଣକୁ ରୋକିବା ପାଇଁ ଏଭଲି ନିଷ୍ପତି ନେଇଛନ୍ତି ସରକାର । ଅଧିକ ପଢ଼ନ୍ତୁ

ପ୍ରଦୂଷଣ ରୋକିବାକୁ ବଡ଼ ପଦକ୍ଷେପ; ଚିଲିକାରେ ଚାଲିବ ସୌର ଚାଳିତ ବୋଟ

author img

By ETV Bharat Odisha Team

Published : Oct 17, 2023, 7:15 AM IST

ଭୁବନେଶ୍ୱର: ଚିଲିକାରେ ଚାଲିବ ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଏ ସମ୍ପର୍କରେ ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା(ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓରେଡାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଚିଲିକା ହେଉଛି ଭାରତ ତଥା ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ । ଅନେକ ପ୍ରଜାତିର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀଙ୍କର ଏକ ବାସସ୍ଥଳୀ । ଏହା ‘ରାମସାର ସମ୍ମିଳନୀ ଅଧୀନରେ ଅନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି’ (ରାମସାର ଓ୍ୱେଟ୍ ଲ୍ୟାଣ୍ଡ୍‌ ଅଫ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ)ରେ ସ୍ଥାନିତ ହୋଇଛି । ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ଏଠାକି ଆସିଥାନ୍ତି । ଏଠାରେ ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରଓ୍ୱାଡି ଡଲଫିନ୍‌ ମାଛଙ୍କ ରହିଛନ୍ତି । ଚିଲିକାରୁ ମାଛ ଧରିବା ହଜାର ହଜାର ପରିବାରଙ୍କ ଜୀବିକାର୍ଜନର ମାଧ୍ୟମ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ....ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଦେବଗଡରେ ନୂଆ JMFC କୋର୍ଟ, ନିୟମିତ ହେବ ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ର

ବିଦେଶାଗତ ପକ୍ଷୀ, ଡଲଫିନ୍ ମାଛ, କାଳିଜାଇ ମନ୍ଦିର ଏବଂ ବିଭିନ୍ନ ଜଳ କ୍ରୀଡ଼ା କାର୍ଯ୍ୟକଳାପ ଯୋଗୁଁ ଚିଲିକା ପର୍ଯ୍ୟଟକଙ୍କ ପସନ୍ଦ ହୋଇଫାରିଛି ହୋଇପାରିଛି । ଚିଲିକାରେ ଡିଜେଲ ଚାଳିତ ମୋଟର ବୋଟ ବ୍ୟବହାର ଦ୍ୱାରା ଏହା ବିଭିନ୍ନ ପ୍ରକାର ପ୍ରଦୂଷଣର କାରଣ ପାଲଟିଛି । ଏହି ପ୍ରକାର ବୋଟରେ ବ୍ୟବହୃତ ହେଉଥିବା ତେଲ ଅଧିକାଂଶ ସମୟରେ ହ୍ରଦରେ ମିଶୁ ଥିବାରୁ ଜଳ ପ୍ରଦୁଷଣ, ବାୟୁ ପ୍ରଦୁଷଣ ଏବଂ ବୋଟର ଶବ୍ଦରୁ ଶବ୍ଦ ପ୍ରଦୁଷଣ ହୋଇଥାଏ । ଏଥି ଯୋଗୁଁ ଜଳ ପରିସଂସ୍ଥାରେ ଅସନ୍ତୁଳନ ଦେଖାଦେଉଛି । ତେଣୁ ଏହି ପଦକ୍ଷେପ ହାତକୁ ନେଇଛନ୍ତି ସରକାର ।

ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି କାଂଶରେ ବ୍ୟୟ ସାପେକ୍ଷ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍‌ ହୋଇଥାଏ । ଓରେଡା ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ସୌରଚାଳିତ ଓ ବ୍ୟାଟେରୀ ଚାଳିତ ବୋଟ ମଡେଲ ଗୁଡିକ ପ୍ରଦର୍ଶିତ କରାଯାଇଥିଲା । ଏ ଦିଗରେ ‘ଓରେଡା’ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟାରମ୍ଭ କରିବାକୁ ସ୍ଥିର କରିଛି । ବର୍ତ୍ତମାନ ରହିଥିବା ମାଛଧରା, ପର୍ଯ୍ୟଟକ ଡଙ୍ଗାଗୁଡିକରେ ନିର୍ମାଣ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ କରାଯିବ । ତାହାକୁ ସୌରଚାଳିତ ବୈଦ୍ୟୁତିକ ବୋଟରେ ପରିଣତ କରାଯିବ । ଏହା ଉପରେ ମତ୍ସ୍ୟଜୀବୀ, ପର୍ଯ୍ୟଟକ ବୋଟ ଚାଳକମାନଙ୍କୁ ମଧ୍ୟରେ ସଚେତନତା କରାଯିବ । ନୂତନ ବୋଟର ସହଜ ପରିଚାଳନା ଓ ସରଳ ରକ୍ଷଣାବେକ୍ଷଣ ପଦ୍ଧିତ ସଂପର୍କରେ ବୁଝାଯିବ ।

ଶକ୍ତି ବିଭାଗ, ଓଟିଡିସି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ,ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ଓରେଡା ଏହି ପାଇଲଟ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ । ପ୍ରାଥମିକ ପର୍ଯ୍ୟାୟରେ ଚିଲିକାର ବିଭିନ୍ନ ସ୍ଥାନରେ ସୌର ବା ବ୍ୟାଟେରୀ ଚାଳିତ ବୋର୍ଟ ଚଳାଇବାକୁ ଆବଶ୍ୟକ ପ୍ରସ୍ତୁତି ପାଇଁ ଓରେଡାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.