ETV Bharat / state

'ଓଡ଼ିଶାରେ ଦକ୍ଷତା କେବଳ ତାଲିମ ନୁହେଁ, ଜୀବନକୁ ବଦଳାଇବାର ଏହା ଏକ ମିଶନ'

author img

By

Published : Apr 20, 2023, 6:33 PM IST

ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ ଉଦଘାଟନ ଅବସରରେ ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ କହିଛନ୍ତି ଯେ ଓଡ଼ିଶାରେ ଦକ୍ଷତା କେବଳ ତାଲିମ ନୁହେଁ, ଜୀବନକୁ ବଦଳାଇବାର ଏହା ଏକ ମିଶନ । ମାତ୍ର ନିଯୁକ୍ତି ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ ଉଦଘାଟନ

ଭୁବନେଶ୍ବର: "ଓଡ଼ିଶାରେ ଦକ୍ଷତା କେବଳ ତାଲିମ ନୁହେଁ, ଏହା ହେଉଛି ଜୀବନକୁ ବଦଳାଇବାର ମିଶନ। ନୂଆ ଚିନ୍ତା ଧାରା ସୃଷ୍ଟି କରିବା ଏବଂ ଦକ୍ଷତା ଗୋଷ୍ଠୀକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବା ଲାଗି ଦକ୍ଷତା ବ୍ୟବସ୍ଥାର ସବୁ ଅଂଶୀଦାରଙ୍କୁ ଏକଜୁଟ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।" ଓଡ଼ିଶା ସ୍କିଲଡ କନକ୍ଲେଭର ଶୁଭ ଉଦଘାଟନ ଅବସରରେ ଏହା କହିଛନ୍ତି ଦକ୍ଷତା ବିକାଶ ବିଭାଗର ସଚିବ ଉଷା ପାଢୀ । ତେବେ ଆଜି ପ୍ରଥମ ଦିନରେ ୫ଟି ଏମଓୟୁ ସ୍ଵାକ୍ଷର ହେଉଥିବା ବେଳେ ତିନି ଦିନ ମଧ୍ୟରେ ୨୦ଟି ଏମଓୟୁ ସ୍ଵାକ୍ଷର କରାଯିବ।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, "ଏହି ଉଦଘାଟନୀ ଅଧିବେଶନରେ ବିଭିନ୍ନ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି । ଆଇଟିଇ ଏଜୁକେସନ ସର୍ଭିସେସ, ସିଙ୍ଗାପୁର ସହିତ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ମିଶନ ଶକ୍ତି ସହ ୱାର୍ଲଡ ସ୍କିଲ ସେଣ୍ଟର, ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ଆଇଟିଇ ଏଜୁକେସନ ସର୍ଭିସେସ, ସିଙ୍ଗାପୁର, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍‌) ସହିତ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଡ୍ରୋନ୍‌ ଫେଡେରେସନ୍ ଅଫ୍‌ ଇଣ୍ଡିଆ ସହିତ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।"

ଏହି ଏମଓୟୁଗୁଡ଼ିକ ବ୍ୟତୀତ ଫେଷ୍ଟୋ, ମିଟୁଟୋୟୋ, ସ୍ନାଇଡର, କୋର୍ସେରା, ଅଲ୍‌ଟେରା, ଫିଲିପ୍ସ ଏଜୁକେସନ, ଆଇଏସବି ଆଦି ଓଡ଼ିଶାର ଯୁବପୀଢ଼ି ଏବଂ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସ୍କିଲ୍‌ କନକ୍ଳେଭରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଚିବ ଉଷା ପାଢୀ । ଓଡ଼ିଶା ଯୁବକ ଯୁବତୀମାନଙ୍କୁ ଟ୍ରେନିଂରେ ଏହି କମ୍ପାନୀଗୁଡ଼ିକ ନିଜର ଡିଜିଟାଲ ଦକ୍ଷତା ଓ ପରିଦର୍ଶିତା ବିନିଯୋଗ କରିବେ । ନୂଆ ଓଡ଼ିଶା ଗଠନରେ ଦକ୍ଷତା ବିକାଶ ପାଇଁ ୧୦୦କୋଟିର ବଜେଟ କରିଛନ୍ତି ରାଜ୍ୟ ସରକାର । ୧ଲକ୍ଷ ଯୁବକଯୁବତୀଙ୍କ ଦକ୍ଷତା ବିକାଶରେ ଖର୍ଚ୍ଚ ହେବ ଏହି ଟଙ୍କା ।

ଏହା ବି ପଢନ୍ତୁ- Skill Conclave 2023: ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ

ବିଶେଷ କରି ଡିଜିଟାଲ ଜ୍ଞାନ କୌଶଳରେ ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଭଳି ନୂତନ ଟେକ୍ନୋଲୋଜିରେ ଆମକୁ ଅଧିକ ଦକ୍ଷ ହେବା ଦିଗରେ ଏହି କମ୍ପାନୀଗୁଡ଼ିକ କାମ କରିବେ । ମ୍ୟାପିଂ କରି ଆମେ ଟ୍ରେନିଂ ଦେଉଛୁ। ଅଟୋମେଟିକାଲି ତାହା ରୋଜାଗରରେ ପରିବର୍ତ୍ତିତ ହେବ ବୋଲି ସେ କହିଛନ୍ତି । ହେଲେ ନିଯୁକ୍ତି ନେଇ କୌଣସି ତଥ୍ୟ ରଖିନାହାନ୍ତି ସଚିବ।

ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରଦୀପ କୁମାର ଜେନା କହିଛନ୍ତି, "ଆମ ସମୟର ଚର୍ଚ୍ଚିତ ଶବ୍ଦ ହେଉଛି ଦକ୍ଷତା । ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ହେଉଥିବା ବିକାଶ ପାଇଁ ପ୍ରଯୁକ୍ତି ଦୃଶ୍ୟପଟ୍ଟରେ ଦ୍ରୁତ ପରିବର୍ତ୍ତନ ହେଉଛି । ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃବୃନ୍ଦ, ଶିକ୍ଷାବିତ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଲୋଚନା, ସମ୍ମେଳନ ଓ ସହଯୋଗିତା ଏହି ମେଗା ଦକ୍ଷତା କନକ୍ଲେଭ ହେଉଛି ଏକ ଶ୍ରେଷ୍ଠ ମଞ୍ଚ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.