ETV Bharat / state

ରାଜଧାନୀରେ ଆରମ୍ଭ ହେଲା ଶିଶିର ସରସ ମେଳା, ୨୯ ଯାଏଁ ଚାଲିବ

author img

By

Published : Jan 15, 2023, 7:19 AM IST

ହକି ବିଶ୍ୱକପ ସହିତ ରାଜଧାନୀରେ ଭଳିକି ଭଳି କାର୍ଯ୍ୟକ୍ରମ ହେଉଛି । ଦର୍ଶକ ମାନଙ୍କୁ ସବୁ କିଛି ମଜାର ଆସର ଯୋଗେଇ ଦେବାପାଇଁ ଗତକାଲି(ଶନିବାର) ଠାରୁ ଆରମ୍ଭ ହେଲା ଶିଶିର ସରସ ମେଳା । ଅଧିକ ପଢ଼ନ୍ତୁ

Sisira sarasa fair
ଉଦଘାଟିତ ହେଲା ଶିଶିର ସରସ ମେଳା

ଭୁବନେଶ୍ବର: ବରମୁଣ୍ଡା ବିଜୁ ପଟ୍ଟନାୟକ ପଡିଆରେ ଉଦଘାଟିତ ହେଲା ଶିଶିର ସରସ ୨୦୨୩ । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି ମେଳା ଆସନ୍ତା ୨୯ ତାରିଖ ଯାଏଁ ଚାଲିବ । ଚଳିତ ରାଜ୍ୟ ବାହାରୁ ୧୧୫ଟି ଷ୍ଟଲ, ରାଜ୍ୟର ୧୯୦ଟି ଷ୍ଟଲ ଲାଗିଥିବା ବେଳେ ଫୁଡ ଷ୍ଟଲ ୨୮ଟି ଷ୍ଟଲ ରହିଛି ।

ଅନ୍ୟ ବିଭାଗର ୧୭ଟି ଷ୍ଟଲ ରହିଛି । ମୋଟ ୩୫୦ଟି ଷ୍ଟଲ ରହିଛି । ୨୪ଟି ରାଜ୍ୟ ବିଭିନ୍ନ ସାମଗ୍ରୀ ଏହି ମେଳାରେ ଯୋଗ ଦେଇଛନ୍ତି । ହକିକୁ ପ୍ରୋତ୍ସାହନ କରିବା ପାଇଁ ମେଳାରେ ହକି ପାଭଲିୟନ କରାଯାଇଛି । ଏହି ପାଭଲିୟନରେ ହକି ଖେଳର ସିଧାପ୍ରସାରଣ ଦେଖିପାରିବେ । ସେଲ୍ଫି ପଏଣ୍ଟ ମଧ୍ୟ ରହିଛି । ବଡ଼ି, ଆଚାର ଠାରୁ ଆରମ୍ଭ କରି ଟେରାକୋଟ କାମର ସାମଗ୍ରୀ, ଫୁଲ, ଘର ସାଜସଜ୍ଜା ସାମଗ୍ରୀ ଭଳି ବହୁ ସାମଗ୍ରୀ ଷ୍ଟଲରେ ଉପଲବ୍ଧ ହେଉଛି । ପଞ୍ଚାୟତିରାଜ ବିଭାଗ ଓ ଓରମାସ ପକ୍ଷରୁ ଏହି ମେଳା ଆୟୋଜିତ ହୋଇଛି । ପ୍ରଥମ ଦିନରୁ ଭିଡ଼ ଆରମ୍ଭ ହୋଇଥିବା ବେକେ ବ୍ୟବସାୟ ବି ଆରମ୍ଭ ହୋଇଛି । ଆଉ ଏଥର ମେଳାର ସ୍ଥାନ ପରିବର୍ତ୍ତନ ହୋଇଥିବା ବେଳେ ଏଥର ଭଲ ବ୍ୟବସାୟ ହେବ ବୋଲି କହିଛନ୍ତି ବ୍ୟବସାୟ ।

ଏହି ଉଦଘାଟନ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାଶ, ଉନୟନ କମିଶନର ପ୍ରଦୀପ ଜେନା, ପଞ୍ଚାୟତିରାଜ ବିଭାଗ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ପ୍ରମଖ ଯୋଗଦେଇ ଅଭିଭାଷଣ ରଖିଥିଲେ । ଭୁବନେଶ୍ବରରେ ଆୟୋଜିତ ମେଳାରେ ଓଡ଼ିଶାର ସମସ୍ତ 30 ଟି ଜିଲ୍ଲାରୁ ଏସ୍.ଏଚ୍.ଜି ମାନଙ୍କର ହାତ ତିଆରି ସାମଗ୍ରୀ ସହିତ 24 ଟି ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ଷ୍ଟଲରେ ବିକ୍ରି ହେବ ।

ଏଥର ଶିଶିର ସରସ ମେଳାକୁ ଯେଭଳି ଦିବ୍ୟାଙ୍ଗ ମାନେ ସହଜରେ ବୁଲାବୁଲି କରିପାରିବେ ସେଥିପାଇଁ ଓରମାସ ତରଫରୁ ବ୍ୟାଟେରୀ ଚାଳିତ କାର୍, ହ୍ବିଲ ଚେୟାର ଏବଂ ଭଲ୍ୟୁଷ୍ଟିୟର ମାନଙ୍କର ବ୍ୟବସ୍ଥା କରାଯାଇଥିବା ସୂଚନାରୁ ପ୍ରକାଶ । ସେହିପରି ସ୍ବତନ୍ତ୍ର ଫୁଡ୍ କୋର୍ଟ ସହ, ହକି ପାଭିଲିଅନ, ସେଲଫି ପଏଣ୍ଟ, ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ ସେଠାରେ ହକି ବିଶ୍ୱକପର ମ୍ୟାଚ ଲାଇଭ ଦେଖିବାର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.