ETV Bharat / state

ବଡଦିନ ଓ ନୂଆବର୍ଷ ପାଇଁ ଭୁବନେଶ୍ୱରେ ଆଲର୍ଟ, ବ୍ଲକିଂ ଚେକିଂ ସହ ଚର୍ଚ୍ଚରେ ରହିବ ପୋଲିସ ପ୍ରହରା - ରାଜଧାନୀରେ ପାଳନ ହେଉଛି ବଡଦିନ

Security arrangements in Bhubaneswar: ଆଜିଠାରୁ ଆସନ୍ତା 5ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଅପରାଧି କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ସାଧା ପୋଷାକ ଧାରୀ ପୋଲିସ । ଅଧିକ ପଢ଼ନ୍ତୁ

ନୂଆବର୍ଷ ପାଇଁ ଭୁବନେଶ୍ୱରେ ଆଲର୍ଟ
security arrangement in bhubaneswar
author img

By ETV Bharat Odisha Team

Published : Dec 25, 2023, 12:09 PM IST

Updated : Dec 26, 2023, 9:04 AM IST

security arrangement in bhubaneswar

ଭୁବନେଶ୍ବର: ଆଜି ରାଜଧାନୀରେ ପାଳନ ହେଉଛି ବଡଦିନ । ଆଉ ଦିନ କେଇଟା ପରେ ନୂଆବର୍ଷ । ତେଣୁ ଏବେଠାରୁ ଭୁବନେଶ୍ବରରେ ହାଇ ଆଲର୍ଟ । ଜିରୋନାଇଟ ସେଲିବ୍ରେସନ ପାଇଁ ସମସ୍ତେ ଉତ୍ସାହିତ । ହୋଟେଲ, ପବ୍‌ ଓ କ୍ଲବ୍‌ଗୁଡ଼ିକରେ ଜମିବ ଲୋକଙ୍କ ଆସର । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଆଜି ବଡ଼ଦିନ ଥିବାରୁ ସମସ୍ତ ଥାନାକୁ ଆଲର୍ଟ ସହ ଚର୍ଚ୍ଚରେ ପୋଲିସ ପ୍ରହରା ଦେଉଛନ୍ତି । ସେହିପରି ନୂଆବର୍ଷ ପୂର୍ବରୁ ଆଜି(ସୋମବାର) ହୋଟେଲ ଆସୋସିଏସନ୍‌ର ବୈଠକ ବସିବ । ସୁରକ୍ଷା ଦୃଷ୍ଟିରୁ ଡ୍ରିଙ୍କ ଆଣ୍ଡ୍‌ ଡ୍ରାଇଭ ବ୍ଲକିଂ ଚେକିଂ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।

ଆଜିଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କମିଶନରେଟ୍ ପୋଲିସ ସ୍ପିଡ୍‌ ଡ୍ରାଇଭ୍‌ ଓ ମଦ୍ୟପାନ କରି ଗାଡ଼ି ନଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆର୍‌ଟିଓ ଜରିଆରେ ବ୍ରେଥ୍‌ ଆନାଲାଇଜର(ନିଶା ସେବନ ପରୀକ୍ଷା) ମଗାଯାଇଛି । ଯଦି କେହି ମଦ୍ୟପାନ କରି ଗାଡ଼ି ଚଳାନ୍ତି ବ୍ରେଥ୍‌ ଆନାଲାଇଜରରେ ଧରାପଡ଼ିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାତି ଅଧ ପର୍ଯ୍ୟନ୍ତ ଚେକିଂ ଓ ବ୍ଲକିଂ ଜାରି ରହିବ । ଭୁବନେଶ୍ୱର ପ୍ରବେଶ ଓ ପ୍ରସ୍ଥାନର ସମସ୍ତ ପ୍ରମୁଖ ଛକ ଓ ଟ୍ରାଫିକ ପୋଷ୍ଟରେ ପୋଲିସ ଉପସ୍ଥିତ ରହିବେ । ହୋଟେଲ ହେଉ ବା କମର୍ସିଆଲ ଇଭେଣ୍ଟ । ପବ୍ଲିକ ପ୍ଲେସ୍‌ ହେଉ ବା ଟୁରିଷ୍ଟ ପ୍ଲେସ୍‌ । ଜିରୋ ନାଇଟ୍ସ ସେଲିବ୍ରେସନ ହେଉ ବା ବଡ଼ଦିନ ପାଳନରେ ସହରରେ ଯୁଆଡେ ବି ଯାଆନ୍ତୁ ସତର୍କ ରୁହନ୍ତୁ । ଏହି ସ୍ଥାନ ଗୁଡିକରେ ବିଶୃଙ୍ଖଳା ଆଶଙ୍କା କରି ଆଲର୍ଟ କରାଯାଇଛି । ଅଘଟଣ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ନିର୍ଦେଶ ଦେଇଛନ୍ତି ଭୁବନେଶ୍ୱରେ ଡିସିପି । ଏନେଇ ହୋଟେଲ ଆସୋସିଏସନର ଆଜି ବୈଠକ ବସିବ ।

ଏହା ମଧ୍ୟ ପଢନ୍ତୁ- ଧରାବତରଣ କଲେ ଯିଶୁଖ୍ରୀଷ୍ଟ, ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ

ଆଜି ବଡ଼ ଦିନ ଥିବାରୁ ସମସ୍ତ ଚର୍ଚ୍ଚ ବାହାରେ ସ୍ଥାନୀୟ ପୋଲିସ ଓ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ସହ ଅପରାଧିକ କାର୍ଯ୍ୟ ଉପରେ ନଜର ରଖିବାକୁ ସାଧା ପୋଷାକଧାରୀ ପୋଲିସ ମୁତୟନ କରାଯାଇଛି । ଯେଉଁ ଯେଉଁ ସ୍ଥାନରେ ହୋଟେଲ ରହିଛି ସେହି ସ୍ଥାନରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି । ଭୁବନେଶ୍ୱରରେ ପ୍ରାୟ 28ଟି ସ୍ଥାନରେ ବ୍ଲକିଂ ଚେକିଂ କରାଯାଉଛି । ରାତି 7ରୁ ସକାଳ 6 ଯାଏଁ ଚେକିଂ ବଳବତ୍ତର ରହିବ । ଏଥିସହ ଏକାଧିକ ସ୍ଥାନରେ ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ ଚେକିଂ ସହ କୁଇକ୍‌ ଆକ୍ସନ ଟିମ୍‌ ମଧ୍ୟ ସହରର ସାରା ପଇଁତରା ମାରିବେ ।

ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ପରିସ୍ଥିତି ଉପରେ ଦେଖି ନଜର ରଖିବେ । ଭୁବନେଶ୍ୱର ଡିସିପି ଏନେଇ ଟିମ୍ ଗଠନ କରିଛନ୍ତି । ୬ ଏସିପିଙ୍କୁ ଏନେଇ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି । ଅତିରିକ୍ତ ଡିସିପିଙ୍କୁ ମଧ୍ୟ ସହର ବିଭିନ‌୍ନ ସ୍ଥାନରେ ଦାୟିତ୍ୱ ଦିଆଯାଇଛି । ନବ ନିଯୁକ୍ତ କନେଷ୍ଟବଳ ଓ ଯୋଗ ଦେଇଥିବା ନୂଆ ସବ୍‌ ଇନସ୍ପେକ୍ଟର ମଧ୍ୟ ବିଭିନ‌୍ନ ସ୍ଥାନରେ ନିୟୋଜିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Dec 26, 2023, 9:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.