ଖୋର୍ଦ୍ଧା: ସରକାର ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ ପୁଳା ପୁଳା ଟଙ୍କା ପଞ୍ଚାୟତ ହାତରେ ଟେକି ଦେଇଛନ୍ତି । କିନ୍ତୁ ଏ ଟଙ୍କା କେତେଦୂର ଜନହିତକର କାର୍ଯ୍ୟରେ ଲାଗୁଚି ତାର ତଦାରଖ କିନ୍ତୁ ବିଭାଗୀୟ ଅଧିକାରୀ କରିବାକୁ ସମ୍ପୁର୍ଣ୍ଣ ଭୁଲି ଯାଇଛନ୍ତି । ଜାହାର ଫାଇଦା ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ନେଇଛନ୍ତି । ତାହାର ଏକ ଉଦାହରଣ ବୋଲଗଡ଼ ବ୍ଲକ ସାନପଦର ପଞ୍ଚାୟତରେ ହୋଇଥିବା କେନ୍ଦ୍ର ଏବଂ ରାଜ୍ୟ ଅର୍ଥ କମିଶନଙ୍କ 13 ଲକ୍ଷ 40 ହଜାର ଟଙ୍କାର ହେରଫେର ।
ବିଡ଼ମ୍ବନାର ବିଷୟ ଏ ଅର୍ଥ ଅନିୟମିତତାର ଖବର ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କ ଜାଣତରେ ହୋଇଥିବାରୁ ଏହାକୁ ଚପାଇଦେବାକୁ ଏକ ଅସାମ୍ବିଧାନିକ ଚୁକ୍ତିପତ୍ର ହୋଇଛି । ସରକାରଙ୍କ ଏହି ଅର୍ଥ ହେରଫେର ସମ୍ପର୍କରେ ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଗୁରୁତର ଅଭିଯୋଗ ହେବା ପରେ ଉକ୍ତ ମାମଲାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ