ETV Bharat / state

ସ୍କୁଲ ଗେଟ ତାଲା ଭାଙ୍ଗିଲେ ସରପଞ୍ଚ, ଥାନାରେ ଏତଲା ଦେଲେ ସ୍କୁଲ ସଭାପତି

ସରପଞ୍ଚ ଦେଖାଇଲେ ଦବଙ୍ଗଗିରି । ପ୍ରଧାନଶିକ୍ଷକ ଓ ସ୍କୁଲ କମିଟିର ବିନା ଅନୁମତିରେ ସ୍କୁଲ ଗେଟ ତାଲା ଭାଙ୍ଗି କଲେ ସିସି ରୋଡ । ଏହାର ପ୍ରତିବାଦରେ ସରପଞ୍ଚଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡିଆପଲି ସରକାରୀ ବିଦ୍ୟାଳୟରେ । ଅଧିକ ପଢନ୍ତୁ

ସ୍କୁଲ ଗେଟ ତାଲା ଭାଙ୍ଗିଲେ ସରପଞ୍ଚ
ସ୍କୁଲ ଗେଟ ତାଲା ଭାଙ୍ଗିଲେ ସରପଞ୍ଚ
author img

By

Published : Dec 22, 2021, 9:06 PM IST

ଖୋର୍ଦ୍ଧା: ସରପଞ୍ଚ ଦେଖାଇଲେ ଦବଙ୍ଗଗିରି । ପ୍ରଧାନଶିକ୍ଷକ ଓ ସ୍କୁଲ କମିଟିର ବିନା ଅନୁମତିରେ ସ୍କୁଲ ଗେଟ ତାଲା ଭାଙ୍ଗି କଲେ ସିସି ରୋଡ । ଏହାର ପ୍ରତିବାଦରେ ସରପଞ୍ଚଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡିଆପଲି ସରକାରୀ ବିଦ୍ୟାଳୟରେ ।

ସ୍କୁଲ ଗେଟ ତାଲା ଭାଙ୍ଗିଲେ ସରପଞ୍ଚ, ଥାନାରେ ଏତଲା ସ୍କୁଲ ସଭାପତି

ସୂଚନା ଅନୁସାରେ ଗେଡିଆପଲି ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସରେ ଢଳେଇ ରାସ୍ତା ପାଇଁ ସରକାରୀ ଅର୍ଥ ମଞ୍ଜୁର ହୋଇଥିଲା । କିନ୍ତୁ ସରପଞ୍ଚ ଅର୍ଜୁନ ବେହେରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ କମିଟି ସଦସ୍ୟଙ୍କୁ ନଜଣାଇ ଗେଟ ତାଲା ଭାଙ୍ଗି ଅତି ନିମ୍ନ ମାନର କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସ୍କୁଲ କମିଟି ସଭାପତି ଓ ସଦସ୍ୟ । ଶୈକ୍ଷିକ ପରିବେଶରେ ସରପଞ୍ଚଙ୍କ ଏଭଳି ଦବଙ୍ଗଗିରି ବିରୋଧରେ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍କୁଲ କମିଟି ସଭାପତି ।

ସେହିପରି ଏହି ଢଳେଇ ରାସ୍ତାରେ କେତେ ଅର୍ଥ ମଞ୍ଜୁର ହୋଇଛି ତାହାର ମଧ୍ୟ ସୂଚନା ଫଳକ ମରାଯାଇନଥିବା ଦେଖିବାକୁ ମିଳିଛି । ସେପଟେ ଘଟଣା ସମ୍ପର୍କରେ ବୋଲଗଡ ବିଡିଓ କିଛି ଜାଣିନଥିବା କହିଥିବାବେଳେ ସରପଞ୍ଚଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.