ETV Bharat / state

ଶଙ୍ଖ ଛାଡ଼ି ହାତକୁ ଧରିଲେ ଶରତ ମିଶ୍ର: କଂଗ୍ରେସର ନୀତି ଆଦର୍ଶ ତାଙ୍କୁ ଦଳକୁ ଟାଣି ଆଣିଛି

author img

By ETV Bharat Odisha Team

Published : Dec 5, 2023, 10:36 PM IST

କଂଗ୍ରେସରେ ମିଶିଲେ ଡାକ୍ତର ଶରତ ମିଶ୍ର । କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି ଡାକ୍ତର ଶରତ ମିଶ୍ର । କଂଗ୍ରେସର ନୀତି ଆଦର୍ଶ ପ୍ରତି ଥିବା ତାଙ୍କ ଭଲପାଇବା ତାଙ୍କୁ ପୁଣି ଦଳକୁ ଟାଣି ଆଣିଛି । ଆଗକୁ ପଢ଼ନ୍ତୁ,

ହାତକୁ ଧରିଲେ ଶରତ ମିଶ୍ର
ହାତକୁ ଧରିଲେ ଶରତ ମିଶ୍ର
ହାତକୁ ଧରିଲେ ଶରତ ମିଶ୍ର

ଭୁବନେଶ୍ବର: କଂଗ୍ରେସରେ ମିଶିଲେ ଡାକ୍ତର ଶରତ ମିଶ୍ର । ନିର୍ବାଚନ ପାଖେଇ ଆସିବା ସାଙ୍ଗକୁ ମିଶ୍ରଣ ପର୍ବ ବୃଦ୍ଧି । କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି ଡାକ୍ତର ଶରତ ମିଶ୍ର । କଂଗ୍ରେସର ନୀତି ଆଦର୍ଶ ପ୍ରତି ଥିବା ତାଙ୍କ ଭଲପାଇବା ତାଙ୍କୁ ପୁଣି ଦଳକୁ ଟାଣି ଆଣିଛି ।

କଂଗ୍ରେସରେ ଯୋଗଦେଲେ ଡାକ୍ତର ଶରତ ମିଶ୍ର । ନିର୍ବାଚନ ଯେତିକି ପାଖେଇ ଆସୁଛି ,ମିଶ୍ରଣ ପର୍ବ ସେତିକି ବୃଦ୍ଧି ପାଉଛି । ଟିକେଟ ଲକ୍ଷରେ ଦଲବଦଳ, ଦଳରେ ଯୋଗଦାନ, ରାଜନିତୀରେ ସାମିଲ ହେବା ଏକ ନିତିଦିନିଆ କସରତ ପାଲଟି ଯାଇଛି । ସେହିକ୍ରମରେ ଆଜି ବିଶିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶରତ ମିଶ୍ର କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି । ଏହି ଅବସରରେ ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଡାକ୍ତର ମିଶ୍ରଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଦୀର୍ଘଦିନ ଧରି କଂଗ୍ରେସକୁ ଫେରିବାକୁ ଆଲୋଚନା କରିଥିଲେ ଡାକ୍ତର ମିଶ୍ର । ଡାକ୍ତର ମିଶ୍ରଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ମଜବୁତ କରିବ। ତାଙ୍କର ଦୀର୍ଘ ଦିନର ଅନୁଭୂତି ରହିଛି । ପୂର୍ବରୁ ଡାକ୍ତର ମିଶ୍ର କଂଗ୍ରେସର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି । ଆଜି ସେ ପୁନର୍ବାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କଂଗ୍ରେସ ଉପରେ ପୁନଃ ଆସ୍ଥାପ୍ରକଟ କରିଥିବାରୁ ତାଙ୍କୁ ଧନ୍ୟବାଦ।

ଏହା ମଧ୍ୟ ପଢ଼ନ୍ତୁ....କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି, କହିଲେ 'ଏବେ ମୋ ବାପାଙ୍କ ଆତ୍ମାକୁ ଶାନ୍ତି ମିଳିବ'

ନିଜ ବକ୍ତବ୍ୟରେ ଡାକ୍ତର ମିଶ୍ର କହିଲେ ଯେ ଆଜି ପୁଣି କଂଗ୍ରେସକୁ ଫେରି ଆସିଛି ମୋ ଆତ୍ମା ଶାନ୍ତି ପାଇବ। ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ । ସେଥିପାଇଁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୫ ବର୍ଷ ଚାକିରୀ ଥାଇ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି କଂଗ୍ରେସ ଦଳରେ ଯୋଗଦେଇଥିଲି । ଦଳର ବିଭିନ୍ନ ପଦପଦବୀରେ ମୁଁ କାର୍ଯ୍ୟ କରିଛି । ବିଶେଷ କରି ପ୍ରଦେଶ କଂଗ୍ରେସ କମିଟିର ଡାକ୍ତର ସେଲର ଅଧ୍ୟକ୍ଷ ଭାବରେ ମୁଁ ନିଷ୍ଠାର ସହ କାର୍ଯ୍ୟ କରିଛି । ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର ଦୁର୍ବଳତା ଓ ଭଲପାଇବା ଯୋଗୁଁ ମୁଁ ବିଜେଡ଼ି ଦଳ ତ୍ୟାଗକରି ମୋର ପୁରୁଣା ଘରକୁ ଫେରିଆସିଛି ବୋଲି ସେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.