ETV Bharat / state

ହିଂସା ଉସୁକାଉଛି ବିଜେପି, ସନ୍ଧ୍ୟାରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି: ଶ୍ରୀମୟୀ

author img

By

Published : Apr 19, 2023, 6:57 AM IST

ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡ । ବନ୍ଦ ଡାକରା ଦେଇ ବିଜେପି ହିଂସା ଉସୁକାଉଥିବା ଅଭିଯୋଗ କଲା ବିଜେଡି । ଅଧିକ ପଢନ୍ତୁ

ବିଜେପି ହିଂସା ଉସୁକାଉଥିବା ବିଜେଡିର ଅଭିଯୋଗ
ବିଜେପି ହିଂସା ଉସୁକାଉଥିବା ବିଜେଡିର ଅଭିଯୋଗ

ଭୁବନେଶ୍ବର: ବନ୍ଦ ଡାକରା ଦେଇ ରାଜ୍ୟ ବିଜେପି ହିଂସା ଉସୁକାଇବାକୁ ରଣନୀତି କରୁଛି । ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ବିଜେପିର ଏପରି ରାଜନୀତି ଦୁର୍ଭାଗ୍ୟଜନକ । ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ବଦନାମ କରିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ବିଜେଡି । ଏହି ପରିପ୍ରେକ୍ଷୀରେ ସାରା ଓଡ଼ିଶାରେ ଆଜି(ବୁଧବାର) ସନ୍ଧ୍ୟାରେ ବିଜୁ ଜନତା ଦଳ ଶାନ୍ତି ଶୋଭାଯାତ୍ରା କରିବ । ଏହି ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଶ୍ରୀମୟୀ କହିଛନ୍ତି ଯେ, ସମ୍ବଲପୁରରେ ଶାନ୍ତି ଫେରୁଛି । ରାଜ୍ୟ ବିଜେପି କେବଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ହିଂସା ପାଇଁ ଉସୁକାଇବାକୁ ଉଦ୍ୟମ କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ବିଭିନ୍ନ ସ୍ପର୍ଶକାତର ଘଟଣାରେ ଏହା ସବୁବେଳେ ବିଜେପିର ରଣନୀତି ରହି ଆସିଛି । ସମ୍ବଲପୁରରେ ଯେଉଁମାନେ ଗଣ୍ଡଗୋଳରେ ସଂପୃକ୍ତ ଥିଲେ, ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫଦାରୀ ଜାରି ରହିଛି । ହିଂସାକୁ ଉସୁକାଉଥିବା ବ୍ୟକ୍ତି ମଧ୍ୟ ଆଇନର ସମ୍ମୁଖୀନ ହେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ସ୍ଥିତିରେ ହୀନ ରାଜନୈତିକ ଷଡ଼ଯନ୍ତ୍ର କରି ବିଜେପି ସାଢେ ଚାରି କୋଟି ଓଡ଼ିଆ ଏବଂ ଓଡ଼ିଶାକୁ ବଦନାମ କରୁଛି । ଓଡ଼ିଶା ବିରୋଧରେ ଏହା ରାଜ୍ୟ ବିଜେପିର ସବୁଠୁ ବଡ଼ ଅପମାନ । ଏହାଛଡ଼ା ଯେତେବେଳେ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା ଦେଉଛନ୍ତି, ଆପଣ ବନ୍ଦ ଡାକରା ଦେଇ ସେମାନଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି । ଏହାଠୁ ବଡ଼ ଦୁଃଖର କଥା ଆଉ କଣ ହୋଇପାରେ ବୋଲି ଶ୍ରୀମୟୀ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ସାରା ଓଡ଼ିଶାରେ ଶାନ୍ତି ଶୋଭାଯାତ୍ରା କରିବ ବୋଲି ସେ ସୂଚନା ଦେଇଛନ୍ତି । ବିଜେପି ଶାସିତ ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ । ଯେତେବେଳେ ଉତ୍ତରପ୍ରଦେଶର ହାଥରସ, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ି ନଥିଲା । ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବାବେଳେ ଓଡ଼ିଶାର ବିଜେପି ନେତାମାନେ ଏଠି ନିଜ ପାଇଁ ଭିନ୍ନ ନୀତି ଆପଣାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବିଜେପି କେବଳ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ସମ୍ବଲପୁର ଯାଇ ପୁନର୍ବାର ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.