ETV Bharat / state

ଡକାୟତି ଯୋଜନା ପଣ୍ଡ: 5 ଡକାୟତ ଗିରଫ, ମାରଣାସ୍ତ୍ର ଜବତ

author img

By

Published : Aug 3, 2020, 8:09 PM IST

ରବିବାର ଜଟଣୀ ପୋଲିସ ରାତ୍ରୀକାଳିନ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ଘଟଣାରେ ଜଟଣୀ ପୋଲିସ 5 ଡକାୟତଙ୍କୁ ଗିରଫ କରିଛି ।

robber arrested by jatani police
ଗିରଫ ହେଲେ 5 ଡକାୟତ

ଖୋର୍ଦ୍ଧା : ରବିବାର ଜଟଣୀ ପୋଲିସ ରାତ୍ରୀକାଳିନ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତଙ୍କୁ ଗିରଫ କରିଛି ପୋଲିସ । 16ନଂ ଜାତୀୟ ରାଜପଥର ଗଙ୍ଗାପଡା ନିକଟ ପାର୍କିଂ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା ।

ଚଢ଼ାଉ ସମୟରେ ପୋଲିସ ସେମାନଙ୍କ ଠାରୁ ଡକାୟତିରେ ବ୍ୟବହୃତ ବିଭିନ୍ନ ମାରଣାସ୍ତ୍ର ଜବତ କରିବା ସହ ଗୋଟିଏ ବୋଲେରୋ, ଗୋଟିଏ ପିକଅପ ଭ୍ୟାନ, 4ଟି ମୋଟରସାଇକେଲ ଓ 2ଟି ମୋବାଇଲ ଫୋନ ଜବତ କରିଛି ।

ତେବେ ଏହି ଘଟଣାରେ ଜଟଣୀ ପୋଲିସ 5 ଡକାୟତଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର ରାଜା ଦଳବେହେରା ଓ ଉଜିନ ଖାନ, ଜଟଣୀ ରଥୀପୁର ଅଞ୍ଚଳର ଏସକେ କାସିମ, ରମାକାନ୍ତ ସ୍ବାଇଁ ଓ ଫୁଲବାଣୀର କାହ୍ନୁ ପରିଡା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.