ଭୁବନେଶ୍ବର: RHT ମେନ୍ ପରୀକ୍ଷା ଦାବିରେ OSSC କାର୍ଯ୍ୟାଳୟ ଆଗରେ ଧାରଣା ହେଲେ ଆଶାୟୀ ପରୀକ୍ଷାର୍ଥୀ । ପ୍ରିଲିମ ପରୀକ୍ଷା ହେବାର ୧୪୫ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପରୀକ୍ଷା ହୋଇନାହିଁ । ଫଳରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୭ ଦିନ ମଧ୍ୟରେ ପରୀକ୍ଷା ତାରିଖ ଘୋଷଣା କରିବାକୁ ଦାବି ପରୀକ୍ଷାର୍ଥୀ ଦାବି କରିଛନ୍ତି । ଶୀଘ୍ର ପଦକ୍ଷେପ ନନେଲେ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: OSSC Paper Leak: ବର୍ଷାରେ ଭିଜି ଭିଜି ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ
ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପୂର୍ବ ବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାର୍ଚ୍ଚ ମାସରୁ ପ୍ରିଲିମନାରୀ ପରୀକ୍ଷା ସରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ମେନ୍ ପରୀକ୍ଷା ପାଇଁ ତାରିଖ ଘୋଷଣା ହେଉନଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଗଷ୍ଟରେ ପରୀକ୍ଷା କରିବା ପାଇଁ ଓଏସଏସସି କର୍ତ୍ତୃପକ୍ଷ ଜୁନ ଶେଷରେ ଘୋଷଣା କରିଥିଲେ । ହେଲେ ଏପର୍ଯ୍ୟନ୍ତ ତାରିଖ ପ୍ରକାଶ କରାଯାଉନାହିଁ । ନିୟମ ଅନୁଯାୟୀ ୪୫ଦିନରେ ପରୀକ୍ଷା କରାଯିବା କଥା, ୧୪୫ଦିନ ବିତି ଯାଇଥିଲେ ମଧ୍ୟ ପରୀକ୍ଷା କରା ଯାଉନାହିଁ । ଯାହାକୁ ନେଇ ୬୦ହଜାରରୁ ଊର୍ଦ୍ଧ୍ବ ଆଶାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଲାଣି । ତେଣୁ ତୁରନ୍ତ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି । ୭ ଦିନରେ ପରୀକ୍ଷା ତାରିଖ ଘୋଷଣା କରାଯିବା ସହିତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପୂର୍ବରୁ ମାସେ ସମୟ ଏବଂ ଗୋଟିଏ ସିଫ୍ଟରେ ପରୀକ୍ଷା କରାଯିବାକୁ ଆଶାୟୀ ପରୀକ୍ଷାର୍ଥୀ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କୁ ଭେଟିଲେ ବିଜୟ, କହିଲେ ସରକାରଙ୍କର ନାହିଁ ଆନ୍ତରିକତା
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ OSSC କାର୍ଯ୍ୟାଳୟ ସାମ୍ନାରେ ଶହଶହ ସଂଖ୍ୟାରେ ପରୀକ୍ଷାର୍ଥୀ ମାନେ ଆନ୍ଦୋଳନ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହେବାକୁ ଥିବା ପରୀକ୍ଷାରେ ସ୍ଵଚ୍ଛତା, ପ୍ରଶ୍ନପତ୍ର ଲିକରେ CBI ତଦନ୍ତ ଦାବି ନେଇ ଗର୍ଜିଛନ୍ତି । ଯେ ପର୍ଯ୍ୟନ୍ତ ଚେୟାରମ୍ୟାନ ସ୍ପଷ୍ଟୀକରଣ ନଦେଇଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଶାୟୀ ପ୍ରାର୍ଥୀ ଜିଦରେ ଅଟଳ ରହିଛନ୍ତି । ଏବେ ପୁନଃ ପରୀକ୍ଷା ସ୍ୱଚ୍ଛତାର ସହ ସମ୍ପାଦନ ନେଇ ପ୍ରଶ୍ନ ଉଠାଇଛନ୍ତି ଆଶାୟୀ ।
ଇଟିଭି ଭାରତ, ଭୁବନେଶ୍ବର