ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଅସୁସ୍ଥ । ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅସୁସ୍ଥ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ପ୍ରସଂଶକଙ୍କୁ ତାଙ୍କ ସୁସ୍ଥତା କାମନା କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।
ମିଳିଥିବା ସୂଚନାସୁସାରେ, ଶାନ୍ତିଲତା ବାରିକ କ୍ୟାନ୍ସରରେ ପୀଡ଼ିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି । ଦୀର୍ଘ ଦିନରୁ ଶାନ୍ତିଲତା କ୍ୟାନ୍ସରରେ ପୀଡ଼ିତ ହୋଇ ଚିକତ୍ସାଧିନ ରହିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିବା ପରିବା ପକ୍ଷରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: Ragneeti Wedding: ଉଦୟପୁରରେ ପହଞ୍ଚିଲେ ରାଘବ-ପରିଣୀତି, ବିମାନବନ୍ଦରରେ ଭବ୍ୟ ସ୍ବାଗତ
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ । ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ । ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି ।
ଏହା ମଧ୍ୟ ପଢନ୍ତୁ: ପରଲୋକରେ ନୃତ୍ୟଶିଳ୍ପୀ ସରୋଜା ବୈଦ୍ୟନାଥନ, ବିଦେଶରେ ଭାରନାଟ୍ୟମକୁ କରାଇଥିଲେ ପରିଚିତ
‘ହେ ଚକାନୟନ..’, ‘ମୁଁ ଯେ ଦେଉଳ ବେଢ଼ା ଦୀପ…,’ ‘ଏକା ମୋ ଜଗା ସବୁରି ମୂଳ…,’ ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଭଜନ। ଶାନ୍ତିଲତା ବାରିକଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ । ତାଙ୍କ କଣ୍ଠର ସମସ୍ତ ଭଜନ ଭାବପୂର୍ଣ୍ଣ ଏବଂ ଶ୍ରୁତି ମଧୂର। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି । କାରଣ ଶାନ୍ତିଲତା ବାରିକ୍ ଛୋଟରାୟଙ୍କର ପ୍ରତିଟି ଗୀତରେ ଥାଏ ଭକ୍ତିର ଭାବ । ତାଙ୍କର ଯାଦୁଗରୀ କଣ୍ଠରେ ଆଜି ବି ବିମୋହିତ ହୁଅନ୍ତି ହଜାର ହଜାର ଶ୍ରୋତା ।