ETV Bharat / state

ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ କଲା ବେଗୁନିଆ ପୋଲିସ

author img

By

Published : Apr 9, 2020, 4:19 PM IST

Updated : Apr 9, 2020, 7:15 PM IST

ବେଗୁନିଆ ଥାନା ପୋଲିସ ପକ୍ଷରୁ ଆଜି (ଗୁରୁବାର) ଏକଡାଳିଆ କାଜୁ ଜଙ୍ଗଲରେ ଚଢ଼ାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ମଦରନ୍ଧା ସାମଗ୍ରୀ ଜବତ କରିଛି । ସୂଚନାମୁତାବକ, ଏକଡାଳିଆ କାଜୁ ଜଙ୍ଗଲରେ ବହୁ ଦିନ ହେବ ଦେଶୀମଦ କାରବାର ହେଉଥିଲା । ଅଧିକ ପଢନ୍ତୁ...

raw liquor with made material seized by begunia police
ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ କଲା ବେଗୁନିଆ ପୋଲିସ

ଖୋର୍ଦ୍ଧା: ବେଗୁନିଆ ଥାନା ପୋଲିସ ପକ୍ଷରୁ ଆଜି (ଗୁରୁବାର) ଏକଡାଳିଆ କାଜୁ ଜଙ୍ଗଲରେ ଚଢ଼ାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ମଦରନ୍ଧା ସାମଗ୍ରୀ ଜବତ କରିଛି । ସୂଚନାମୁତାବକ, ଏକଡାଳିଆ କାଜୁ ଜଙ୍ଗଲରେ ବହୁ ଦିନ ହେବ ଦେଶୀମଦ କାରବାର ହେଉଥିଲା ।

ତେବେ ଆଜି ବିଶେଷସୂତ୍ରରୁ ଖବର ପାଇ ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଏକଡାଳିଆ କାଜୁ ଜଙ୍ଗଲରେ ମିଳିତ ଚଢାଉ କରିଥିଲେ । ଚଢାଉ ବେଳେ ମଦ ବ୍ୟବସାୟୀ ମାନେ ଫେରାର ହୋଇଯାଇଥିବା ବେଳେ ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ଏବଂ ୩ ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ପୋଚ ସହ ଜବତ ମଦ ତିଆରି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 9, 2020, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.