ETV Bharat / state

Range Rover Accident: CCTV ଫୁଟେଜରେ ଲୁଚିଛି ଦୁର୍ଘଟଣାର ସତ, ୫୦ ଲକ୍ଷ କ୍ଷତିପୂରଣ ଦାବି କଲା ବିଜେପି - ବିଶାଲ ଦାସ କ୍ଷତିପୂରଣ ଦେବାକୁ ଦାବି

ପାଓ୍ବାର‌ ହାଉସ ଛକରେ ଘଟିଥିବା ରେଞ୍ଜ ରୋଭର ଦୁର୍ଘଟଣାକୁ ନେଇ ଅଡୁଆରେ ଗାଡି ମାଲିକ ଓ ଡ୍ରାଇଭର । ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଲୋପାମୁଦ୍ରା ସାହୁଙ୍କୁ ନ୍ୟାୟ ପାଇଁ ଆଗକୁ ଆସିଛି ବିଜେପି । ଅଧିକ ପଢନ୍ତୁ

Range Rover Accident
ରେଞ୍ଜ ରୋଭର ଦୁର୍ଘଟଣା ଅଡୁଆ
author img

By ETV Bharat Odisha Team

Published : Nov 5, 2023, 9:29 PM IST

ରେଞ୍ଜ ରୋଭର ଦୁର୍ଘଟଣା ଅଡୁଆ

ଭୁବନେଶ୍ବର: ବଢୁଛି ରେଞ୍ଜ ରୋଭର ଦୁର୍ଘଟଣା ଅଡୁଆ । ପାଓ୍ବାର‌ ହାଉସ ଛକରେ ଘଟିଥିବା ଏହି ରେଞ୍ଜ ରୋଭର ଦୁର୍ଘଟଣାରେ ଲାଗିଲା ନୂଆ ଫୌଜଦାରୀ ମାମଲା । ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କ ମୃତ୍ୟୁ ପରେ ମାମଲା ନୂଆ ମୋଡ଼ ନେଇଛି । ଦଫା ୩୦୪(A) ଲଗାଇ ତଦନ୍ତ ଆଗକୁ ବଢାଇଛି କମିଶନରେଟ ପୋଲିସ । ପୂର୍ବରୁ ଆଇପିସିର ଦଫା 279,337,338,184MV ଆକ୍ଟ ଲାଗିଥିବାବେଳେ ଅବହେଳା ଓ ବେପରୁଆ ଗାଡି଼ ଚାଳନା ପାଇଁ ଉଦ୍ଦେଶ୍ୟ ନଥାଇ ହତ୍ୟା କରିବା ଦଫା 304Aରେ ତଦନ୍ତ ଆଗକୁ ବଢ଼ାଇଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ଥାନା ଆଇଆଇସି ।

ସେପଟେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ଲୋପାମୁଦ୍ରା ସାହୁଙ୍କୁ ନ୍ୟାୟ ପାଇଁ ଆଗକୁ ଆସିଛି ବିଜେପି । ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଛି ବିଜେପି । ଏଥି ସହ କ୍ଷତିପୂରଣ ଟଙ୍କା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ଓ ତାଙ୍କ କମ୍ପାନୀ ଠାରୁ ଆଦାୟ ପାଇଁ ବିଜେପିର ଦାବି ରହିଛି । ଯେହେତୁ ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡିଟି ଯେଉଁ କମ୍ପାନୀ ନାଁରେ‌ ରହିଛି ସେହି କମ୍ପାନୀର ମାଲିକ ତଥା ଡାଇରେକ୍ଟର ହେଉଛନ୍ତି ବିଶାଲ ଦାସ ଓ ସରୋଜ ଭୋଇ ।

ଏନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କରିଛନ୍ତି,"ଘଟଣାରେ ସତ ଏବେ ବି ଲୁଚି ରହିଛି । ଏଯାବତ୍ ଦୁର୍ଘଟଣାର ସିସିଟିଭି ଫୁଟେଜ କାହିଁକି ସାମ୍ନାକୁ ଆସୁନି ? କିଛି ଘଟଣା ଲୁଚିଯାଉଛି ନା ଲୁଚାଯାଉଛି ?" ଏନେଇ ପୋଲିସ କମିଶନରଙ୍କ ବରଖାସ୍ତ ଦାବି କରିଛି ବିଜେପି । ଏନେଇ ରାଜ୍ୟ ସରକାର ପଦକ୍ଷେପ ନେବାକୁ କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଅନ୍ୟପଟେ ନୂଆ ଦଫା ଯୋଡି ହେବା ପରେ ବଢିଛି ଗାଡି ମାଲିକଙ୍କ ସମେତ ଗାଡି ଡ୍ରାଇଭରଙ୍କ ଅଡୁଆ । ଏଯାବତ ସିସିଟିଭି ଫୁଟେଜ ସାମ୍ନାକୁ ଆସିନଥିବାବେଳେ ଦୁର୍ଘଟଣାକୁ ନେଇ ବଢୁଛି ରହସ୍ୟ । କାରଣ ଏହି ଗାଡି ପୂର୍ବରୁ ୩ ଥର ଭାଙ୍ଗିଛି ଟ୍ରାଫିକ ନିୟମ । ଯାହାକି ୩ ଥର ଚାଲାଣ କଟାଯାଇଥିବାବେଳେ ଗତ ୩୧ ତାରିଖରେ ପାଓ୍ବାର ହାଉସ ଛକରେ ଚତୁର୍ଥ ଥର ଟ୍ରାଫିକ ନିୟମ ଉଲ୍ଲଙ୍ଘନବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

ଏହା ବି ପଢନ୍ତୁ...Range Rover Accident: ଆଖି ବୁଜିଲେ ଲୋପାମୁଦ୍ରା; ଯୁବତୀଙ୍କ ଆଖି ଓ କିଡନୀ ଦାନ କରାଯିବା ନେଇ ସୂଚନା

୮ ମାସ ପୂର୍ବରୁ ୩ ଥର ଗାଡି ପରିବହନ ନିୟମ ଉଲ୍ଲଙ୍ଘନ ସତ୍ତ୍ବେ କାହିଁକି ନିଆଯାଇନଥିଲା କାର୍ଯାନୁଷ୍ଠାନ ସେନେଇ ଉଠିଛି ପ୍ରଶ୍ନ । କାରଣ କମିଶନରେଟ ପୋଲିସର ତଥ୍ୟ କହୁଛି, ପୂର୍ବରୁ ବାରମ୍ବାର ନିୟମ ଉଲ୍ଲଙ୍ଘନ କରିଛି ଏହି ରେଞ୍ଜ ରୋଭର ଗାଡି । ବାରମ୍ବାର ନିୟମ ଭାଙ୍ଗୁଥିବା ନଜର ଆସିବା ପରେ CMVRର ନିୟମ ୧୬୭(୮)ରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଗାଡି ସିଜ୍ କରି ପ୍ରାୟ ୩୯ଟି ଗାଡ଼ିର PR କୋର୍ଟକୁ ପଠାଯାଇଥିଲା । ଯେଉଁଠୁ କୋର୍ଟରୁ ଏହି ସବୁ ଗାଡ଼ିର PR ରିଲିଜ କରି ଗାଡି ନେଇଥିଲେ ମାଲିକ । ତେବେ ଏହି ରେଞ୍ଜ ରୋଭର କାରର କ୍ଷେତ୍ରରେ ବ୍ୟତିକ୍ରମ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.