ETV Bharat / state

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ସସ୍ମିତ ପାତ୍ର

ପୁନର୍ବିନ୍ୟାସ ହୋଇଛି ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ । ଉଚ୍ଚସଦନର ଉପାଧ୍ୟକ୍ଷ ପ୍ୟାନେଲକୁ ଲଗାତାର ଦ୍ଵିତୀୟଥର ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ

author img

By

Published : Dec 6, 2022, 10:59 PM IST

Etv ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ପୁନର୍ବିନ୍ୟାସ ହୋଇଛି ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ । ଉଚ୍ଚସଦନର ଉପାଧ୍ୟକ୍ଷ ପ୍ୟାନେଲକୁ ଲଗାତାର ଦ୍ଵିତୀୟଥର ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏନେଇ ସସ୍ମିତ ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ସସ୍ମିତ ପାତ୍ର
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ରାଜ୍ୟସଭାର ପରିଚାଳନା ଦାୟିତ୍ୱରେ ପୁନର୍ବାର ସ୍ଥାନ ପାଇଛନ୍ତି ସାଂସଦ ସସ୍ମିତ ପାତ୍ର । ନଗଦ ପୁନର୍ବିନ୍ୟାସ ହୋଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ ହୋଇଛନ୍ତି ସସ୍ମିତ । ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରିଛନ୍ତି । ପୁନର୍ଗଠିତ ଉପାଧ୍ୟକ୍ଷ ପ୍ୟାନେଲରେ 8 ଜଣଙ୍କ ମଧ୍ୟରେ ସସ୍ମିତ ଅଛନ୍ତି । ପୂର୍ବରୁ ସସ୍ମିତ ମଧ୍ୟ ଏହି ଦାୟିତ୍ୱ ତୁଲାଇ ଆସିଛନ୍ତି । ଲଗାତାର ଦ୍ଵିତୀୟ ଥର ଲାଗି ଉଚ୍ଚ ସଦନକୁ ନିର୍ବାଚିତ ହୋଇଛନ୍ତି ସସ୍ମିତ । ରାଜ୍ୟସଭାରେ ନିଜ ପ୍ରଦର୍ଶନ ବଳରେ ସଭିଙ୍କୁ ବେଶ ପ୍ରଭାବିତ କରିଛନ୍ତି ସସ୍ମିତ ।

ଗତ ପାଳିରେ ସସ୍ମିତଙ୍କ ପ୍ରଦର୍ଶନରେ ପୂର୍ବତନ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବେଶ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା । ସସ୍ମିତ କହିଛନ୍ତି ଯେ, ବିଧି ଦ୍ଵାରା ସ୍ଥାପିତ ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖିବି । ଭାରତର ସାର୍ବଭୌମତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବି । ଯେଉଁ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛି, ତାହାକୁ ଶ୍ରଦ୍ଧା ପୂର୍ବକ ନିର୍ବାହ କରିବି । ସସ୍ମିତ ରାଜ୍ୟସଭା ଅଧ୍ୟକ୍ଷ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.