ETV Bharat / state

ପଞ୍ଚୁକ ବ୍ରତ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ - ରାଧା ଦାମୋଦର ବ୍ରତ

ଆଜିଠୁ ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ । ପୁରୀ ଯାଇନପାରି ମନ୍ଦିର ଓ ବୃନ୍ଦାବତୀଙ୍କ ନିକଟରେ ରାଧା ଦାମୋଦର ବ୍ରତ ପାଳନ କରୁଛନ୍ତି ବହିଷ୍ୟାଳି । ଅଧିକ ପଢନ୍ତୁ

ପଞ୍ଚୁକ ବ୍ରତ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ

author img

By

Published : Nov 15, 2021, 12:26 PM IST

ଖୋର୍ଦ୍ଧା : ଆଜିଠୁ ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ। ଆଜିର ଦିନରେ ପୁରୀରେ ହବିଷ୍ଯାଳିଙ୍କ ଭିଡ ଜମେ । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରୋନା ଯୋଗୁଁ ପୁରୀଙ୍କୁ ଯାଇପାରିନାହାନ୍ତି ହବିଷ୍ଯାଳୀ । ଏନେଇ ଖୋର୍ଦ୍ଧା ଜିଲ୍ଲାର ଗାଁ ଗୁଡିକରେ ଥିବା ମନ୍ଦିର ଓ ବୃନ୍ଦାବତୀଙ୍କ ନିକଟରେ ବ୍ରତପାଳନ କରୁଛନ୍ତି ହବିଷ୍ୟାଳି ।

ପଞ୍ଚୁକ ବ୍ରତ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ

ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଯାଇଥିବାବେଳେ ଗାଁ ଗୁଡିକରେ ସକାଳୁ ସ୍ନାନ ସାରିବା ପରେ ବୃନ୍ଦାବତୀଙ୍କ ନିକଟରେ ରାଧା ଦାମୋଦର ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି । କାର୍ତ୍ତିକ ସାରା ହବିଷ ଭୋଜନ କରି ଏହି ବ୍ରତ ପାଳନ କରିଥାନ୍ତି ହବିଷ୍ୟାଳିମାନେ । ଏଥି ସହ ଘରେ ଘରେ ବୃନ୍ଦାବତୀଙ୍କ ମୂଳରେ ମୁରୁଜରେ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.