ETV Bharat / state

ପୁରୀ ଦୁଷ୍କର୍ମ ଘଟଣା: କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ

ପୁରୀ  ଦୁଷ୍କର୍ମ ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ଦାବି କରି କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ।

puri rape case: congress protest
puri rape case: congress protest
author img

By

Published : Dec 3, 2019, 5:46 AM IST

ଭୁବନେଶ୍ବର: ରାତି ଅଧରେ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ । ପୁରୀ ଦୁଷ୍କର୍ମ ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ଦାବି କରିଛି କଂଗ୍ରେସ । ଏହା ସହିତ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ପୁରୀ ଦୁଷ୍କର୍ମ ଘଟଣା: କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ

କଂଗ୍ରେସ ଭବନରୁ ଶତାଧିକ କର୍ମୀ ନବୀନ ନିବାସ ଅଭିମୁଖେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ପୁରୀରେ ଘଟିଥିବା ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ପୋଲିସକର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଶିଶୁଭବନ ଛକ ନିକଟରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଆଗକୁ ଯିବାକୁ ବାରଣ କରିଥିଲା । ସେହି ସମୟରେ ପୋଲିସ କର୍ମୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ଚାଲିବା ପରେ ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରିନେଇଛି ।

ଏହି ଅବସରରେ କଂଗ୍ରେସର ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି କି, ନବୀନ ପଟ୍ଟନାୟକଙ୍କ ସରକାରରେ ନାରୀକୁ ସମ୍ମାନ ପାଇଁ ଅନେକ ବଡବଡ କଥା କୁହା ଯାଉଥିବାବେଳେ ତାଙ୍କରି ଶାସନରେ ଅଧିକ ରୁ ଅଧିକ ନାରୀ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେଣୁ ନବୀନ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାତ୍ରି ଅଧରେ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ।ପୁରୀରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ଦାବି ।ଏହା ସହିତ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Body:ଏଥିପାଇଁ ଆଜି କଂଗ୍ରେସ ଭବନ ରୁ ଶାତାଧିକ କର୍ମୀ ନବୀନ ନିବାସ ଅଭିମୁଖେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରିଥିଲେ।ମୁଖ୍ୟମନ୍ତ୍ରୀ ଆଜି ପୁରୀରେ ଘଟିଥିବା ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ପୋଲିସ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶିଶୁଭବନ ଛକ ନିକଟରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଆଗକୁ ଯିବାକୁ ବାରଣ କରିଥିଲା।ଏହି ସମୟ ପୋଲିସ କର୍ମୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ଚାଲିବା ପରେ ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରିନେଇଛି।
ଏହି ଅବସରରେ କଂଗ୍ରେସର ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି କି ନବୀନ ପଟ୍ଟନାୟକ ଙ୍କ ସରକାର ରେ ନାରୀ କୁ ସମ୍ମାନ ପାଇଁ ଅନେକ ବଡ଼ ବଡ଼ କଥା କୁହା ଯାଉଥିବାବେଳେ ତାଙ୍କରି ଶାସନ ରେ ଅଧିକ ରୁ ଅଧିକ ନାରୀ ନିର୍ଯ୍ୟାତନାର ଶିକାର ହେଉଛନ୍ତି।ତେଣୁ ନବୀନ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ବାଇଟ-ରଶ୍ମି ମହାପାତ୍ର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.