ETV Bharat / state

ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦାଦାଗିରି ଅଭିଯୋଗ

author img

By

Published : May 29, 2021, 3:03 PM IST

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦାଦାଗିରି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଏଥିଲାଗି ମୃତକଙ୍କ ସମ୍ପର୍କୀୟ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି ବୋଲି ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଜିଲ୍ଲାର ବୋଲଗଡ଼ ବ୍ଲକ ବାୟାପଲ୍ଲୀ ଗ୍ରାମର ପାଣୁ ସେଠୀଙ୍କ ଶନିବାର ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପାଣୁଙ୍କ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ନଥିବାରୁ ସେମାନେ ମହାପ୍ରୟାଣ ଗାଡ଼ିରେ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡ଼ି ଉପଲବ୍ଧ ହୋଇନଥିଲା । ତେଣୁ ମୃତ ପାଣୁଙ୍କ ପରିବାର ଲୋକ ଏକ ଅଟୋ ଭଡ଼ାକରି ମୃତଦେହକୁ ନିଜ ଗ୍ରାମକୁ ନେଇଥିଲେ । ତେବେ ଏହି ସମୟରେ ଚିକିତ୍ସାଳୟ ପରିସରରେ ଥିବା ଏକ ଘରୋଇ ଆମ୍ବୁଲାନ୍ସର ଡ୍ରାଇଭର ଅଟୋ ଆଗରେ ଆମ୍ବୁଲାନ୍ସ ରଖି ବାଟ ରୋକିବା ସହିତ ଏଠାରୁ ତୁମେ ଅନ୍ୟ ଗାଡ଼ିରେ ମୃତଦେହ ନେଇ ପାରିବ ନାହିଁ ବୋଲି କହିଥିଲା ।

କେବଳ ମେଡ଼ିକାଲ ପରିସରରେ ଥିବା ଆମ୍ବୁଲାନ୍ସରେ ନେବାକୁ ପଡ଼ିବ ବୋଲି ବାଧ୍ୟ କରି ପାଟିତୁଣ୍ଡ କରିଥିଲେ । ବାରମ୍ବାର ଚିକିତ୍ସାଳୟ ପରିସରୁ ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଏହା ଉପରେ ଦୃଷ୍ଟି ଦେଉନଥିବା କାରଣରୁ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.