ଖୋର୍ଦ୍ଧା: ଦିନକୁ ଦିନ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଟିକା ନେବା ପରେ ମଧ୍ୟ ଏହି ଭୁତାଣୁ ସଂକ୍ରମଣ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ଆଜି ବେଗୁନିଆ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଅଧ୍ୟାପକଙ୍କ ଠାରେ କୋରୋନା ଭୁତାଣୁ ଚିହ୍ନଟ ହେବାପରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ଏବଂ ଆଜି ଦିନକ ପାଇଁ ମହାବିଦ୍ୟାଳୟକୁ ବନ୍ଦ କରାଯାଇଥିବା ଅଧକ୍ଷ ସୂଚନା ଦେଇଛନ୍ତି । ସେପଟେ ବେଗୁନିଆ ଅଗ୍ନିଶମ କର୍ମଚାରୀ ମହାବିଦ୍ୟାଳୟ ପରିସରକୁ ସାନିଟାଇଜ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ