ETV Bharat / state

ଆଜିଠୁ ଦୁଇ ଦିନିଆ ଓଡିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବରେ ହେବେ ସାମିଲ

author img

By ETV Bharat Odisha Team

Published : Nov 26, 2023, 7:46 AM IST

ସୋମବାର ପାରାଦ୍ବୀପରେ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି । ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ଅଧିକ ପଢନ୍ତୁ

draupadi murmu odisha visit
draupadi murmu odisha visit

ଭୁବନେଶ୍ବର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି(ସୋମବାର) ପାରାଦ୍ବୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି । ଆଜି ସନ୍ଧ୍ୟା ସମୟରେ ଦ୍ରୌପଦୀ ମୁର୍ମୁ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ସିଧାସଳଖ ରାଜଭବନ ଗସ୍ତ କରିବେ । ସେଠାରେ ରାତ୍ରୀଯାପନ ପରେ ସୋମବାର ସକାଳ ସମୟରେ ପାରଦ୍ବୀପ ଗସ୍ତ କରି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ପାଇଁ 3ଟି ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି। ପାରାଦ୍ବୀପ ପୋର୍ଟ ପକ୍ଷରୁ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କ଼ଡାକଡି କରାଯାଇଛି । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାରେ ପୋଲିସ ଛାଉଣି ହେବ । ସୁରକ୍ଷା ଦୃଷ୍ଟିରେ 16 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଶନିବାର କାରକେର୍ଡ ରିହର୍ସାଲ କରାଯାଇଥିଲା । ସୁରକ୍ଷା ଦାୟିତ୍ବରେ 5 ଜଣ ଡିସିପି ଓ ଅତିରିକ୍ତ ଡିସିପି, 11 ଜଣ ଅସପି, 18 ଜଣ ଇନ୍ସପେକ୍ଟର, 71 ଜଣ ଏସଆଇ, 174 ଜଣ କନେଷ୍ଟବଳ ଓ ହାବିଲଦାର, 56 ଜଣ ଗୃହରକ୍ଷୀ ଓ ମହିଳା କନେଷ୍ଟବଳ ମଧ୍ୟ ନିୟୋଜିତ ହେବେ। ପାରଦ୍ବୀପରେ ବୋଇତ ବନ୍ଦାଣ ସରିବା ପରେ ରାଷ୍ଟ୍ରପତି ସୋମବାର ଦିନ ହିଁ ଦିଲ୍ଲୀ ଫେରିଯିବେ ।

ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ରାଷ୍ଟ୍ରପତି: ସ୍ଥାନାନ୍ତର ହେବ ପାରାଦ୍ୱୀପ ବସଷ୍ଟାଣ୍ଡ, ସୁରକ୍ଷା ବଳୟରେ ସମ୍ବଲପୁର

ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ପରିବାହନ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ରାଜଶ୍ରୀ ମଲ୍ଲୀକ, ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟୋଶୋ ନାୟକ, ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଓ ବିଧାୟକ ସମ୍ବିତ ରାଉରରାୟ ମଧ୍ୟ ସାମିଲ ହେବେ । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ବସଷ୍ଟାଣ୍ଡକୁ 23 ତାରିଖ ଶୁକ୍ରବାରଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାରାଦ୍ବୀପ ବସଷ୍ଟାଣ୍ଡ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ଉଠାଇ ନିଆଯାଇଛି । ଗତ 23 ତାରିଖରୁ କଟକ ଓ ଚଣ୍ଡିଖୋଲରୁ ଆସୁଥିବା ବସ ଗୁଡିକ ଏଠାରେ ରହଣୀ କରିବା ସହ ଏହିଠାରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଛନ୍ତି । ସେହିପରି ପାରାଦ୍ୱୀପକୁ ଚଳାଚଳ କରୁଥିବା ଭାରିଯାନ ଗୁଡିକ ସହର ମଧ୍ୟକୁ ପ୍ରବେଶ ଉପରେ ଗତକାଲିଠାରୁ କଟକଣା ଜାରି କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ନଉପୁଜେ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.