ETV Bharat / state

President Odisha Visit: ୟୁନିଟ ୨ ଗାର୍ଲସ ହାଇସ୍କୁଲରେ ରାଷ୍ଟ୍ରପତି

author img

By

Published : Nov 11, 2022, 9:30 AM IST

Updated : Nov 11, 2022, 10:48 AM IST

ଆଜି ଭୁବନେଶ୍ବରର ୟୁନିଟ-୨ ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହିତ ସେ ତପୋବନ ଉଚ୍ଚ ବିଦ୍ୟାଳୟ ୟୁନିଟ ୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସକୁ ଯିବେ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ସ୍ଵାଗତ ଅପେକ୍ଷାରେ ୟୁନିଟ ୨ ସ୍କୁଲ

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draupadi Murmu Visit Odisha) । ଆଜି ଗସ୍ତର ଦ୍ବିତୀୟ ଦିନ । ଏହି ଅବସରରେ ଆଜି ରାଷ୍ଟ୍ରପତି ଭୁବନେଶ୍ବର ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(Unit-2 girls high school) ଏବଂ ୟୁନିଟ-୨ ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ । ଏଠାରେ ସେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ । ତେଣୁ ମାଡାମ୍ ପ୍ରେସିଡେଣ୍ଟଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ଭୁବନେଶ୍ବରର ୟୁନିଟ-୨ ସ୍କୁଲ । ଛାତ୍ରଛାତ୍ରୀ ମହାମହିମଙ୍କୁ ପାଛୋଟି ନେବାକୁ ଅପେକ୍ଷା କରିରହିଛନ୍ତି ।

ତେବେ ରାଷ୍ଟ୍ରପତି ମୁର୍ମୁ ବିଦ୍ୟାଳୟ ପରିଦର୍ଶନ ସହ ଭୁବନେଶ୍ବରରେ ଥିବା ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ, ଦ୍ରୌପଦୀ ମୁର୍ମୁ ୧୯୭୦ ମସିହାରୁ ୧୯୭୪ ଯାଏଁ ଭୁବନେଶ୍ବର ୟୁନିଟ ୨ ବାଳିକା ହାଇସ୍କୁଲରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ । ଏହାସହିତ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସରେ ରହୁଥିଲେ । ତେଣୁ ରାଷ୍ଟ୍ରପତିଙ୍କ ଆସିବା ନେଇ ୟୁନିଟ ସ୍କୁଲ ଓ ହଷ୍ଟେଲ ରଙ୍ଗବେରଙ୍ଗୀ ଫୁଲରେ ସଜେଇ ହୋଇଛି ।

President Odisha Visit: ରାଷ୍ଟ୍ରପତିଙ୍କ ସ୍ଵାଗତ ଅପେକ୍ଷାରେ ୟୁନିଟ ୨ ସ୍କୁଲ

ଏହାମଧ୍ୟ ପଢନ୍ତୁ: ମହାମହିମଙ୍କ ନିଆରା ଜଗା ଦର୍ଶନ: କାରକେଡ୍ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଲେ, ହାତଟେକି ନିଜକୁ ସମର୍ପିଲେ

ପ୍ରକାଶଥାଉ କି, ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ଗତକାଲି(ଗୁରୁବାର) ୧୦ଟା ୪୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ମୁର୍ମୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଭୁବନେଶ୍ବରରୁ ସିଧାସଳଖ ପୁରୀ ଅଭିମୁଖେ ବାହାରି ଯାଇଥିଲେ । ବଡଦାଣ୍ଡରୁ ଚାଲି ଚାଲି ଶ୍ରୀମନ୍ଦିରରେ ପହଞ୍ଚିଥିଲେ ମହାମହିମ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରିବା ପରେ ଅପରାହ୍ନରେ ପୁଣି ଭୁବନେଶ୍ବର ଫେରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2022, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.