ETV Bharat / state

ରାଜନୀତି ପଶାପାଲିରେ ପ୍ରଭୁ ଜଗନ୍ନାଥ, ବିରୋଧୀଙ୍କ କଡ଼ା ସମାଲୋଚନା

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ଉଭୟ ବିଜେପି ବିଜେଡିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଏବେ ଧର୍ମର ନାମ ନେଇ ରାଜନୀତି ହେଉଛି । ମାତ୍ର ପୂର୍ବରୁ ଏପରି ହେଉନଥିଲା । ଧର୍ମର ନାମ ନେଇ ଲୋକଙ୍କ ଭାବନା ସହିତ ଖେଳାଯାଉଛି । ଏପରି ହେଲେ ଆଗକୁ ଭାରତର ବିଭାଜନ ହେବ । ଅନ୍ୟ କୌଣସି ପ୍ରସଙ୍ଗ ନଥିବାରୁ ପ୍ରଭୁ ଜଗନ୍ନାଥଙ୍କ ନାମ ନିଆଯାଉଛି ।" ଦେଖନ୍ତୁ ଏହି ରିପୋର୍ଟ

author img

By

Published : Dec 29, 2022, 8:05 PM IST

Politics over Lord Jaga
Politics over Lord Jaga
ରାଜନୀତି ପଶାପାଲିରେ ପ୍ରଭୁ ଜଗନ୍ନାଥ, ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର: ରାଜନୀତିର ଲଢେଇରେ କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥ (Politics over Lord Jagannath) । ବିଶ୍ବର କୋଣ ଅନୁକୋଣରୁ କାଳିଆର ଦର୍ଶନ ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ ହୋଇପଡୁଥିବା ବେଳେ ଏପଟେ କିନ୍ତୁ ଭଗବାନଙ୍କୁ ନେଇ ହେଉଛି ରାଜନୀତି । ଆମ ଦେଶର ତଥା ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଏବେ ରାଜନୀତିର ପଶାପାଲିରେ ଜଗନ୍ନାଥଙ୍କୁ ଖେଳନା କରିସାରିଥିବା ଅଭିଯୋଗ ହେଉଛି । ଜଗନ୍ନାଥଙ୍କୁ ନେଇ ରାଜନୈତିକ ଗୋଟି ଚାଳନା କରିବାକୁ ଭୁଲୁ ନାହାନ୍ତି । କନ୍ଧମାଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସାଂସଦ ରମେଶ ମାଝୀଙ୍କ ମନ୍ତବ୍ୟ ଏହାର ଜ୍ବଳନ୍ତ ଉଦାହରଣ । ଯାହାକୁ ପ୍ରବଳ ବିରୋଧ କରାଯାଇଛି ।

ଜେପି ନଡ୍ଡା ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇବାକୁ (JP Nadda statement on lord Jagannath) କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ଦାମ କହିଛନ୍ତି, "ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି ଜେପି ନଡ୍ଡା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ମେଣ୍ଟ ସରକାର ସମୟରେ ଆଇନ ବିଭାଗ ତାଙ୍କ ହାତରେ ଥିଲା । ସେତେବେଳେ ରତ୍ନଭଣ୍ଡାର ଚାବି ତଥା ଖୋଲିବା ପ୍ରସଙ୍ଗ କାହିଁକି ଉଠାଇନଥିଲା ବିଜେପି । ଏହା କେବଳ ହୀନ ରାଜନୀତି ।"

ସେପଟେ ବିଜେଡି ନେତା ରମେଶ ମାଝୀ ମଧ୍ୟ ଜଗନ୍ନାଥଙ୍କ ନାଁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଥିଲେ, "ଓଡିଶା କହିଲେ ୨ ଲୋକଙ୍କୁ ବୁଝାଏ । ଜଣେ ହେଉଛନ୍ତି ପ୍ରଭୁ ଜଗନ୍ନାଥ ଓ ଆଉ ଜଣେ ଭୂମିପୁତ୍ର ବିଜୁ ପଟ୍ଟନାୟକ ।" ତେବେ ୨୨ ବର୍ଷ ସରକାରରେ ଥିବା ଏକ ରାଜନୈତିକ ଦଳର ଜଣେ ନେତା ଜଗନ୍ନାଥଙ୍କୁ ନେଇ ଏତେ ଶସ୍ତା ବୟାନ ଦେବାକୁ ସାହସ କେମିତି କରୁଛନ୍ତି ଦାମ ରାଉତ ନେଇ ପ୍ରଶ୍ନ ଉଠିଛି ।

ଏହା ବି ପଢନ୍ତୁ-JP Nadda In Kandhamal: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସଲି ଚାବି କୁଆଡେ ଗଲା: ଜେପି ନଡ୍ଡା

ସାଢେ ୪ କୋଟି ଓଡିଆଙ୍କ ଆରାଧ୍ୟ ଦେବତାଙ୍କୁ କାହା ସହିତ ତୁଳନା କରିବା କେତେ ଯଥାର୍ଥ ଏହାକୁ ବିରୋଧୀ କଡା ସମାଲୋଚନା କରିଛନ୍ତି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରଦୀପ ମାଝୀ କହିଛନ୍ତି, "ଓଡ଼ିଶା କହିଲେ ପ୍ରଭୁ ଜଗନ୍ନାଥଙ୍କୁ ବୁଝାଏ, ଏହା ସମସ୍ତେ ଜାଣିଛନ୍ତି । ହେଲେ ପ୍ରଭୁ ଜଗନ୍ନାଥଙ୍କୁ ଜଣେ ସାଧାରଣ ବ୍ୟକ୍ତିଙ୍କ ସହିତ ତୁଳନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ । ବିଜେଡିର ଶାସନକାଳ ସରି ସରି ଆସୁଛି, ସେଥିଲାଗି ସେମାନେ ଏପରି ମନ୍ତବ୍ୟ ଦେଉଛନ୍ତି ।"

ଅନ୍ୟପଟେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ଉଭୟ ବିଜେପି ବିଜେଡିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଏବେ ଧର୍ମର ନାମ ନେଇ ରାଜନୀତି ହେଉଛି । ମାତ୍ର ପୂର୍ବରୁ ଏପରି ହେଉନଥିଲା । ଧର୍ମର ନାମ ନେଇ ଲୋକଙ୍କ ଭାବନା ସହିତ ଖେଳାଯାଉଛି । ଏପରି ହେଲେ ଆଗକୁ ଭାରତର ବିଭାଜନ ହେବ । ଅନ୍ୟ କୌଣସି ପ୍ରସଙ୍ଗ ନଥିବାରୁ ପ୍ରଭୁ ଜଗନ୍ନାଥଙ୍କ ନାମ ନିଆଯାଉଛି ।"

ଏହା ବି ପଢନ୍ତୁ-Bjd Foundation Day: ଓଡିଶା କହିଲେ ଦୁଇ ଜଣଙ୍କୁ ବୁଝାଏ ଜଣେ ଜଗନ୍ନାଥ, ଅନ୍ୟଜଣେ ବିଜୁ ବାବୁ: ସାଂସଦ ରମେଶ ମାଝୀ

ରାଜନୀତିର ପଶା ଖେଳ ଭିତରେ କେତେ ବେଳେ କିଏ ଆଗରେ ଆଉ କିଏ ପଛରେ କହିବା ମୁସକିଲ । କିନ୍ତୁ ସାରା ବିଶ୍ବର ଦେବତା, ଜଗତରନାଥ ଜଗନ୍ନାଥଙ୍କ ନାଁ ନେଇ ରାଜନୀତି କରିବା, ରାଜନୈତିକ ବୟାନବାଜି କରିବା କେତେ ଯଥାର୍ଥ ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.