ETV Bharat / state

ସାଧାରଣତନ୍ତ୍ର ଦିବସରେ ପିଏମ୍ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ ନେଇ ରାଜନୀତି - ପିଏମ ଆବାସ ହିତାଧିକାରୀ

Special Guest On Republic Day: ସାଧାରଣତନ୍ତ୍ର ଦିବସରେ ସ୍ବତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏନେଇ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପରେ ତେଜିଛି ରାଜନୀତି । ଅଧିକ ପଢ଼ନ୍ତୁ

ସାଧାରଣତନ୍ତ୍ର ଦିବସରେ ପିଏମ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ ନେଇ ରାଜନୀତି

author img

By ETV Bharat Odisha Team

Published : Jan 9, 2024, 7:01 PM IST

ସାଧାରଣତନ୍ତ୍ର ଦିବସରେ ପିଏମ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ ନେଇ ରାଜନୀତି

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ ସ୍ବତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଦିଲ୍ଲୀରୁ ଆସିଛି ଡାକରା । ଏନେଇ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପରେ ତେଜିଛି ରାଜନୀତି । ବିଜେଡି କହିଛି, ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ବୁଲାଇ ନେବା ଉଦ୍ୟମ ହାସ୍ୟାସ୍ପଦ। ସେପଟେ ଏନେଇ ବିଜେଡିକୁ କାଉଣ୍ଚର ଆଟାକା କରିଛି ବିଜେପି । ଏହା କେନ୍ଦ୍ର ସରକରାଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି କହିଛି ବିଜେପି ।

ସାଧାରଣତନ୍ତ୍ର ଦିବସ ପାଇଁ ଆବାସ ହିତାଧିକାରୀମାନଙ୍କ ନିମନ୍ତ୍ରଣକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସାଧାରଣତନ୍ତ୍ର ଦିବସରେ ସ୍ବତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି ପରେ ତେଜିଛି ରାଜନୀତି । ବିଜେଡି କହିଛି, ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ବୁଲାଇ ନେବା ଉଦ୍ୟମ ହାସ୍ୟାସ୍ପଦ । ଏହାର ଜବାବ ରଖି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ଡାକିବା, ବାସ୍ତବିକ କ୍ଷେତ୍ରରେ ରାଜ୍ୟମାନଙ୍କରେ କଣ ଘଟୁଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଗୁଡିକ ଲୋକମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେ ବିଷୟରେ ହିତାଧିକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିବା ଏହା କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ହେଲେ ରାଜ୍ୟ ସରକାର ଡରୁଛନ୍ତି କାହିଁକି । କାରଣ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସକୁ ବିଜୁ ପକ୍କା ଘର କହିଛନ୍ତି, ଲାଞ୍ଚ ନେଇ ଘର ଦେଇଛନ୍ତି ସେ ସେଥିପାଇଁ ଡ଼ରୁଛନ୍ତି । ରାଜ୍ୟ ସରକାର ଚାହୁଁ ନାହାନ୍ତି ଗରୀବ ହିତାଧିକାରୀ ସିଧାସଳଖ କେନ୍ଦ୍ର ମନ୍ତ୍ରୀଙ୍କ ସହ ବସନ୍ତୁ, ଭୋଜନ କରନ୍ତୁ କେନ୍ଦ୍ର ସରକାର ତାଙ୍କର ଦୁଃଖ ବୁଝନ୍ତୁ ଏହା ରାଜ୍ୟ ସରକାର ଚାହୁଁ ନାହାନ୍ତି । ଗୋଟେ ପଟେ ରାଜ୍ୟ ସରକାରଙ୍କୁ ତାଙ୍କର ମନ୍ତ୍ରୀମାନେ ଭେଟି ପାରୁ ନାହାନ୍ତି ସେପଟେ ସାଧାରଣ ଲୋକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ରାଜ୍ୟ ସରକାରଙ୍କୁ ଭୟ ଘାରିଛି ।"

ଏହା ମଧ୍ୟ ପଢ଼ନ୍ତୁ.....ଟାର୍ଗେଟରେ ୟୁଥ ଭୋଟର, 2024 ଲଢେଇ ପାଇଁ ବିଜେପିର ଅସ୍ତ୍ର 'ନମୋ ଆପ୍'

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ ଧରଣର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ଆଣିଥିଲା ବିଜେପି । ବିଜେଡି ନେତା ଏହି ଦୁର୍ନୀତି କରୁଛନ୍ତି । ରାଜ୍ୟ ସରକାର ୨୯ ଲକ୍ଷ ଘର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେଇ ଅଯୋଗ୍ୟ ଲୋକଙ୍କୁ ଘର ବଣ୍ଟା ଯାଇଛି । ଏହି ଆବାସ ଯୋଜନା କେବଳ ବିଜେଡି କର୍ମୀମାନେ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଚାହୁଁ ଥିଲେ ଜଣେ ଗରିବକୁ ଘର ଯୋଗାଇବେ ହେଲେ ରାଜ୍ୟ ସରକାର ସବୁ ଖାଇଗଲେ ବୋଲି ଅଭିଯୋଗ ଆଣିଥିଲା ବିଜେପି । ସୂଚନାଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ପିଏମ୍ ଆବାସ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୨୫ ତାରିଖ ସକାଳ ସୁ୍ଦ୍ଧା ପିଏମ ଆବାସ ହିତାଧିକାରୀଙ୍କୁ ନେଇ ନୋଡାଲ ଅଫିସର ଦିଲ୍ଲୀ ପହଞ୍ଚିବାକୁ ଚିଠିରେ କୁହାଯାଇଛି । ୨୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ରାତ୍ରିଭୋଜନରେ ସାମିଲ ହେବେ । ଏହାପରେ ୨୬ ତାରିଖରେ କର୍ତବ୍ୟ ପଥରେ ହେବାକୁ ଥିବା ପରେଡ ଦେଖିବେ ପିଏମ ଆବାସ ହିତାଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.