ETV Bharat / state

ସୌମ୍ୟ ନେଲେ ବଡ଼ ରିସ୍କ୍‌, ଅନ୍ଧାରରେ ରାଜନୈତିକ ଭବିଷ୍ୟତ

author img

By

Published : Aug 19, 2023, 6:24 PM IST

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ନେଇ ଏବେ ସରଗରମ ରାଜ୍ଯ ରାଜନୀତି । ତେବେ ନିଜ ରାଜନୈତିକ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇ ସୌମ୍ୟ ନିଜ ସମ୍ପାଦକୀୟରେ ବିଜେଡି ସରକାର ଓ 5T ସଚିବଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ଯାହାର ଉତ୍ତର ରାଜ୍ୟ ସରକାର ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

ସୌମ୍ୟ ନେଲେ ବଡ଼ ରିସ୍କ୍‌
ସୌମ୍ୟ ନେଲେ ବଡ଼ ରିସ୍କ୍‌
ସୌମ୍ୟ ନେଲେ ବଡ଼ ରିସ୍କ୍‌

ଭୁବନେଶ୍ବର: ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିସ୍ଫୋରଣରେ ରଜ୍ୟ ରାଜନୀତି ସରଗରମ ହୋଇଛି । ଜନ୍ମଦିନର ଅନୁଚିନ୍ତାରେ ସୌମ୍ୟ ଯାହା ଲେଖିଛନ୍ତି, ତାକୁ ନେଇ ଏବେ ଗଳିକନ୍ଦିରେ ଚର୍ଚ୍ଚା । ପୂର୍ବରୁ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରଶ୍ନ ପଚାରିଥିବା ଏହି ବିଜେଡି ନେତା ଏବେ ସେହି ପ୍ରଶ୍ନ ଦୋହରାଇବା ସହ ଏଥର ମାଟି ବଡ଼ ନା ପାର୍ଟି ବଡ଼ ପ୍ରଶ୍ନକୁ ଯୋଡ଼ିଛନ୍ତି । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ସୌମ୍ୟଙ୍କ ଶାଣିତ ଆକ୍ରମଣର ଫଳାଫଳ କଣ ହେବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତି ସମୀକ୍ଷକ ।

'ଦୁଇଟି ବଡ଼ ରିସ୍କ ନେଇଛନ୍ତି ସୌମ୍ୟ': ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ସୌମ୍ୟ ଏପରି ଲେଖି ଦୁଇଟି ବଡ଼ ରିସ୍କ ନେଇଛନ୍ତି । ପ୍ରଥମ ରିସ୍କ୍‌ଟି ହେଉଛି ସେ ଗୋଟିଏ ସମ୍ବାଦ ପତ୍ରର ସମ୍ପାଦକ । ସରକାରୀ ସୂତ୍ରରୁ ପ୍ରଚାର ଓ ପ୍ରସାର ବାବଦକୁ ଯାହା ଅର୍ଥ ସରକାରୀ ଭାବେ ଆସିବା କଥା ତାହା ଆସିବନି । ତେଣୁ ବଡ଼ କ୍ଷତି ସହିବାକୁ ପଡ଼ିବ । ଦ୍ଵିତୀୟ ବଡ଼ ରିସ୍କ୍‌ଟି ହେଲା ତାଙ୍କର ରାଜନୈତିକ କ୍ୟାରିୟର ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ଆଗାମୀ ନିର୍ବାଚନରେ ଟିକେଟ୍‌ ମିଳିବ କି ନାହିଁ, ତାହା ସନ୍ଦେହ ଘେରକୁ ଚାଲିଯାଇଛି ।"

'ସରକାର ଉତ୍ତର ରଖିବା ଆବଶ୍ୟକ': ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ସୌମ୍ୟ ବାବୁ ଯାହା କହିଛନ୍ତି ରାଜ୍ୟ ସରକାର ତାର ଉତ୍ତର ରଖିବା ଦରକାର । ପାଣ୍ଡିଆନଙ୍କ ଗସ୍ତରେ ୩୦୦ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି । ଏହି ଟଙ୍କା ରାଜ୍ୟ ରାଜକୋଷରୁ ଯାଉଛି । ସରକାର ଏହାର ଜବାବ ରଖିବା ଦରକାର୍ । ନେତା, ମନ୍ତ୍ରୀ, ବିଧାୟକମାନେ 5T ସଚିବଙ୍କ ସଭା ପାଇଁ ତମ୍ବୁ ପୋତୁଛନ୍ତି କି ନାହିଁ, ତାର ମଧ୍ୟ ଜବାବ ରଖିବା ଦରକାର ।" ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା ନକରି ମୌଳିକ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଯାହାର ଜବାବ ବିଜେଡି ସରକାର ରଖିବା ଉଚିତ୍ ବୋଲି କହିଛନ୍ତି ରବି ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ବୁଲେଇ ବଙ୍କେଇ ନୁହେଁ, 5T ସଚିବଙ୍କୁ ସିଧା ନିଶାନା କଲେ ସୌମ୍ୟ; ସମର୍ଥନ କଲେ ଅପରାଜିତା-ନରସିଂହ

ସୌମ୍ୟଙ୍କ ଶାଣିତ ଆକ୍ରମଣ: ଗତକାଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ଦୈନିକ ଖବରକାଗଜରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖା ଲେଖିଥିଲେ । ଯେଉଁଥିରେ ସେ ଶାସନ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରିଥିଲେ । 5T ସଚିବଙ୍କ ଜିଲ୍ଲା ଗସ୍ତ ବାବଦ ଖର୍ଚ୍ଚ ୩୦୦ କୋଟି ଟଙ୍କା ହେଉଛି ବୋଲି ଉଲ୍ଲେଖ କରିଥିଲେ । ଖାଲି ସେତିକି ନୁହେଁ, ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲାପାଳ ଥିବାବେଳେ ସଚିବ କାହିଁକି ଅର୍ଥବହୁଳ ଖର୍ଚ୍ଚ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏପରିକି ନେତା, ମନ୍ତ୍ରୀ ଓ ବିଧାୟକମାନେ ତମ୍ବୁ ପୋତୁଥିବା କଥା ମଧ୍ୟ କହିଥିଲେ ସୌମ୍ୟ । ମାଟି ଆଗ ନା ପାର୍ଟି ଆଗ ସେ କଥା ଉଠାଇ ସରକାରୀ ଦଳ ଓ କଳକୁ କାଠ ଗଡାରେ ଛିଡ଼ା କରିଥିଲେ । ସେତିକିରେ ସରିଯାଇନଥିଲା ସୌମ୍ୟ ବିସ୍ଫୋରଣ । ସନ୍ଧ୍ୟାରେ ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟ ଶାସନ ମାଫିଆ ଦଲାଲଙ୍କ ହାତକୁ ଚାଲିଗଲାଣି ବୋଲି ମଧ୍ୟ କହିଥିଲେ ବିଜେଡି ବିଧାୟକ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.