ETV Bharat / state

ପୋଲିସ କବଜାରେ ପଶ୍ଚିମବଙ୍ଗ ନିଶା ମାଫିଆ, 31ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

author img

By ETV Bharat Odisha Team

Published : Aug 25, 2023, 5:28 PM IST

ଦୁଇ ଆନ୍ତରାଜ୍ୟ ନିଶା ବେପାରୀଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । 310 ଗ୍ରାମ ବ୍ରାଉନସୁଗାର ଜବତ । ଅଧିକ ପଢନ୍ତୁ

ଦୁଇ ଅନ୍ତରାଜ୍ୟ ନିଶା ବେପାରୀଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ
ଦୁଇ ଆନ୍ତରାଜ୍ୟ ନିଶା ବେପାରୀଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ
ଦୁଇ ଅନ୍ତରାଜ୍ୟ ନିଶା ବେପାରୀଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ବ୍ରାଉନସୁଗାର କାରବାରରେ ହବ୍‌ ପାଲଟିଛି ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳ । ଖୋର୍ଦ୍ଧାରେ ନିଶା କାରବାର ବୃଦ୍ଧି ପାଇଥିବା ବେଳେ ପୋଲିସ ପଞ୍ଝାରେ ଦୁଇ ବ୍ରାଉନସୁଗର ବେପାରୀ । ସେମାନଙ୍କଠାରୁ 310 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 31ଲକ୍ଷ ଟଙ୍କା ହେବ ବୋଲି ଖୋର୍ଦ୍ଧା ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାସ କହିଛନ୍ତି, "ରାଜ୍ୟବାହରୁ ଧଳା ଜହର ଆସି ଜିଲ୍ଲାରେ ବିକ୍ରି କରାଯାଉଛି । ବାଂଲାଦେଶରୁ କୋଲକାତା ଓ ବାଲେଶ୍ୱର ହୋଇ ଖୋର୍ଦ୍ଧାରେ ପହଁଞ୍ଚୁଛି ଏହି ଧଳା ଜହର । ଆଉ ତାପରେ ଏଇଠୁ ହେଉଛି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି । ବ୍ରାଉନସୁଗାର ମାଫିଆଙ୍କ ଟାର୍ଗେଟରେ ରହୁଛନ୍ତି ଯୁବପିଢ଼ି । ତେବେ ଆଜି ପଶ୍ଚିମବଙ୍ଗର ଦୁଇ ବ୍ରାଉନସୁଗର ମାଫିଆଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗର ନିଶା ମାଫିଆ ଖୋର୍ଦ୍ଧାରେ ପହଞ୍ଚି ନିଶା କାରବାରର ଯୋଜନା କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ।"

"ଖବର ପାଇ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ହଳଦିଆ ରାସ୍ତାରେ ପିଛା କରି ଗିନୀ ଫାକ୍ଟ୍ରି ନିକଟରେ ଦୁଇଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ବ୍ୟକ୍ତି ହେଲେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ମହମ୍ମଦ ରହିମ ଏବଂ କୋଲକାତା ଚବିଶ ପ୍ରାଙ୍ଗଣର ନିଶା ମାଫିଆ ଆସିଫ ଖାଁ । ସେମାନଙ୍କଠାରୁ 310 ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଏହି ଘଟଣାରେ ଆହୁରି 4ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ । ସେହିପରି ନିଶା ଅଫିଆଙ୍କଠାରୁ ଏକ ବଜାଜ ପଲସରକୁ ମଧ୍ୟ ଜବତ କରାଯାଇଛି । ଜିଲ୍ଲାରେ ନିଶା କାରବାରକୁ ନେଇ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଇଛି ।"

ଅଧିକ ପଢନ୍ତୁ: ରେଶମ ସହରରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଜିଲ୍ଲାରେ ନିଶା କାରବାରକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି । ଉଚ୍ଚଶିକ୍ଷିତ ଯୁବକ ଓ ଛାତ୍ରଙ୍କୁ ଏହି ନିଶାରେ ଫସାଇ ବ୍ୟବସାୟ କରାଯାଉଥିବା ବିଭିନ୍ନ ସମୟରେ ନଜରକୁ ଆସୁଛି ଯାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି । ସେହିପରି ଖୋର୍ଦ୍ଧାରୁ ଦିନକୁ ଦିନ ଅଧିକରୁ ଅଧିକ ପରିମାଣର ବ୍ରାଉନସୁଗାର ଜବତ ହେଉଛି । ଏହାକୁ ନେଇ ପୋଲିସ ଅଧିକ ସତର୍କ ରହିବା ସହ ନିଶା ମାଫିଆଙ୍କ ପ୍ରତି କଡ୍ଡା ନଜର ଦେବାକୁ ଜିଲ୍ଲାବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.