ETV Bharat / state

Ravenshaw University: ଇଷ୍ଟ୍‌ ହଷ୍ଟେଲ୍‌ରେ ତିଆରି ହେବ କବି ସଚ୍ଚିଦାନନ୍ଦଙ୍କ ସ୍ମୃତି ସ୍ତମ୍ଭ, ଜନ୍ମସ୍ଥାନରୁ ଗଲା ମାଟି

author img

By

Published : Dec 6, 2021, 4:52 PM IST

Updated : Dec 6, 2021, 5:35 PM IST

ରେଭେନ୍ସା ବିଶ୍ବବିଦ୍ୟାଳୟରେ ତିଆରି ହେବ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ସ୍ମୃତି ସ୍ତମ୍ଭ । ଅଧିକ ପଢ଼ନ୍ତୁ

Poet Sachidananda Routrays memorial to be build at East Hostel in Ravenshaw University
Ravenshaw University: ଇଷ୍ଟ୍‌ ହଷ୍ଟେଲ୍‌ରେ ତିଆରି ହେବ କବି ସଚିଦାନନ୍ଦ ରାଉତରାୟଙ୍କ ସ୍ମୃତି ସ୍ତମ୍ବ

ଖୋର୍ଦ୍ଧା: ରେଭେନ୍ସା ବିଶ୍ବବିଦ୍ୟାଳୟରେ ତିଆରି ହେବ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ସ୍ମୃତି ସ୍ତମ୍ଭ । ରେଭେନ୍ସା ବିଶ୍ବବିଦ୍ୟାଳୟର ଇଷ୍ଟ୍‌ ହଷ୍ଟେଲ ଛାତ୍ରାବାସର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ମହାନ କବିଙ୍କ ଜନ୍ମ ସ୍ଥାନ ଖୋର୍ଦ୍ଧା ଗୁରୁଜଙ୍ଗରୁ ସ୍ମୃତି ସ୍ତମ୍ଭ ପାଇଁ ନିଆଯାଇଛି ପବିତ୍ର ମାଟି । ଏହି ମାଟି ନେଇ ରେଭେନ୍ସା କଲେଜର ଇଷ୍ଟ୍‌ ହଷ୍ଟେଲର ପୁରୁଣା ଏବଂ ନୂତନ ଅନ୍ତେବାସୀମାନେ ଏକ ସ୍ମୃତି ସ୍ତମ୍ଭ ତିଆରି କରିବେ ।

ରେଭେନ୍ସା ଇଷ୍ଟ୍‌ ହଷ୍ଟେଲର ଅନ୍ତେବାସୀ ଥିଲେ କବି ସଚ୍ଚିଦାନନ୍ଦ ରାଉତରାୟ । କାଳଜୟୀ କବି ସଚ୍ଚି ରାଉତରାୟ 'ଛୋଟ ମୋର ଗାଁଟି' 'ଭୂଗୋଳ ପୋଥି ପତରେ' 'ପଛେ ନଥାଉ ମୋର ନାଁଟି' ପୁସ୍ତକ ରଚନା କରିଥିଲେ । ଏହି ଗୁରୁଜଙ୍ଗ ଗାଁରେ ରହି ସେ ଲେଖିଥିଲେ ସେ ଅନେକ ପୁସ୍ତକ । ରେଭେନ୍ସା କଲେଜର ଇଷ୍ଟ୍‌ ହଷ୍ଟେଲ ୧୯୨୧ ମସିହାରେ ନିର୍ମାଣ ହୋଇଥିଲା, ଚଳିତ ବର୍ଷ ଏହି ହଷ୍ଟେଲ୍‌ ତାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି ।

ଯେଉଁ ବିଦ୍ୱାନ ମାନେ ଏହି ବିଶ୍ବବିଦ୍ୟାଳୟ ତଥା ଏହି ହଷ୍ଟେଲ୍‌ରେ ରହି ପାଠପଢ଼ି ରାଜ୍ୟ ତଥା ଦେଶରେ ଲଭ୍ୟ ପ୍ରତିଷ୍ଠିତ ହୋଇ ପାରିଥିଲେ ସେମାନଙ୍କ ଜନ୍ମ ମାଟି ଆଣି ଏକ ସ୍ମୃତି ସ୍ତମ୍ଭ ସ୍ଥାପନ କରିବା ପାଇଁ ଏକ ପ୍ରୟାସ କରିଛନ୍ତି ଆଲୁମିନି କମିଟି । ରେଭେନ୍ସା ବିଶ୍ବ ବିଦ୍ୟାଳୟର ଏଭଳି ପ୍ରୟାସ ନିଶ୍ଚିତ ଭାବରେ ଖୋର୍ଦ୍ଧା ଗୁରୁଜଙ୍ଗ ମାଟିର ଗର୍ବ ଗୌରବ ବଢ଼ାଇବ ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 6, 2021, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.