ETV Bharat / state

ଶନିବାର ଜାତୀୟ ସିକଲ ସେଲ ରୋଗ ଉନ୍ମୁଳନ ଶୁଭାରମ୍ଭ ହେବ, ରାଜ୍ୟର ୨୦ ଜିଲ୍ଲା ସାମିଲ - ଜାତୀୟ ସିକଲ ସେଲ ରୋଗ ଉନ୍ମୁଳନ ଅଭିଯାନ

୨୦୪୭ ସୁଦ୍ଧା ଦେଶରୁ ସିକଲ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନ ଆସନ୍ତାକାଲି ଶୁଭାରମ୍ଭ କରାଯିବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜାତୀୟ ସିକଲ ସେଲ ରୋଗ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ। ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଜିଲ୍ଲା କୁ ବିଶେଷ କରି ଧ୍ୟାନ ଦିଆଯାଉଛି। ଜନଜାତି ବହୁଳ ଜିଲ୍ଲାରେ ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେବେ ଓଡ଼ିଶାର ୨୦ଟି ଜିଲ୍ଲାରେ ଜାତୀୟ ସିକଲ୍‌ ସେଲ୍‌ ରୋଗ ମିଶନକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ

ଶନିବାର ଜାତୀୟ ସିକଲ ସେଲ ରୋଗ ଉନ୍ମୁଳନ ଶୁଭାରମ୍ଭ ହେବ, ରାଜ୍ୟର ୨୦ ଜିଲ୍ଲା ସାମିଲ

author img

By

Published : Jun 30, 2023, 10:59 PM IST

ଭୁବନେଶ୍ବର: ୨୦୪୭ ସୁଦ୍ଧା ଦେଶରୁ ସିକଲ ସେଲ ରୋଗ ଉନ୍ମୁଳନ ଅଭିଯାନ ଆସନ୍ତାକାଲି ଶୁଭାରମ୍ଭ କରାଯିବ। ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଟି ଜିଲ୍ଲା ସାମିଲ କରାଯାଇଛି। ଏହାର ଲକ୍ଷ୍ୟ ବିଶେଷ ଭାବରେ ଜନଜାତି ବହୁଳ ଜିଲ୍ଲା ଗୁଡ଼ିକରେ ଅଭିଯାନକୁ ବ୍ୟାପକ କରିବା ସହ କାର୍ଯ୍ୟକାରୀ କରିବା ଲାଗି ବିଶେଷ ଭାବରେ ଲକ୍ଷ୍ୟ ରଖାଯାଇଛି।

୨୦୪୭ ସୁଦ୍ଧା ଦେଶରୁ ସିକଲ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନ ଆସନ୍ତାକାଲି ଶୁଭାରମ୍ଭ କରାଯିବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜାତୀୟ ସିକଲ ସେଲ ରୋଗ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ। ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଜିଲ୍ଲା କୁ ବିଶେଷ କରି ଧ୍ୟାନ ଦିଆଯାଉଛି। ଜନଜାତି ବହୁଳ ଜିଲ୍ଲାରେ ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେବେ ଓଡ଼ିଶାର ୨୦ଟି ଜିଲ୍ଲାରେ ଜାତୀୟ ସିକଲ୍‌ ସେଲ୍‌ ରୋଗ ମିଶନକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି। ଏସବୁ ଜିଲ୍ଲା ହେଲା ଅନୁଗୁଳ, ବାଲେଶ୍ବର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ ଜିଲ୍ଲା ସମେତ ମାଲକାନଗିରି, , ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ରାୟଗଡ଼ା, ସୋନପୁର ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା କୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯିବ।

ଓଡ଼ିଶା ବ୍ୟତୀତ ଉତ୍ତରାଖଣ୍ଡ ୧୩ ଟି ଜିଲ୍ଲା , ତେଲଙ୍ଗାନାର ୯ ଜିଲ୍ଲା, ଗୁଜରାଟର ୧୪ ଜିଲ୍ଲା, ତାମିଲନାଡ଼ୁର ୩୨ ଜିଲ୍ଲା, ରାଜସ୍ଥାନର ୮ ଟି ଜିଲ୍ଲା, ଆସାମର ୩୪ ଜିଲ୍ଲା, ଛତିଶଗଡ଼ର ୩୩ ଜିଲ୍ଲା, ମଧ୍ୟପ୍ରଦେଶର ୨୦ ଜିଲ୍ଲା, ଉତ୍ତର ପ୍ରଦେଶର ୬ ଜିଲ୍ଲା, ଝାଡ଼ଖଣ୍ଡର ୨୪ ଜିଲ୍ଲ, ମହାରାଷ୍ଟ୍ରର ୨୧ ଜିଲ୍ଲା, ପଶ୍ଚିମବଙ୍ଗର ୨୩ ଜିଲ୍ଲା, କର୍ଣ୍ଣାଟକର ୭ ଜିଲ୍ଲା, ବିହାରର ୬ ଜିଲ୍ଲା, କେରଳର ୧ ଜିଲ୍ଲା, ଆନ୍ଧ୍ରପ୍ରଦେଶର ୭ ଜିଲ୍ଲାରେ ସିକଲ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ଅଭିଯାନ ଅଧୀନରେ ୦ ରୁ ୪୦ ବର୍ଷ ବୟସ୍କ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ସେମାନଙ୍କ ଠାରେ ସିକଲ ସେଲ ରୋଗର ଲକ୍ଷଣ ଦେଖାଦେଲେ ଆବଶ୍ୟକ ଚିକିତ୍ସା କରାଯିବ।

ସୂଚନା ଅନୁଯାୟୀ, ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ବଜେଟ୍‌ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୮୯ ହଜାର ୧୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେଥିମଧ୍ୟରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୮୬ ହଜାର ୧୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଥିବା ବେଳେ ସ୍ବାସ୍ଥ୍ୟ ଗବେଷଣା ବିଭାଗକୁ ୨ ହଜାର ୯୮୦ କୋଟି ଟଙ୍କା ବ୍ୟୟ ପାଇଁ ମଞ୍ଜୁର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.