ETV Bharat / state

ପ୍ରକାଶ ପାଇଲା ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା, ଜୁଲାଇ 31ରୁ ନାମଲେଖା

author img

By

Published : Jul 28, 2023, 8:05 AM IST

ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ନେଇ ତାଲିକା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

plus three second phase admission
ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପକ୍ରିୟା

ଭୁବନେଶ୍ବର: ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ ପାଇଛି । ଦ୍ବିତୀୟ ପର୍ଯ୍ୟାୟରେ ୩୪ ହଜାର ୬୨୩ ଜଣ ଛାତ୍ରଛାତ୍ରୀଙ୍କୁ ସିଲେକ୍ସନ କରାଯାଇଛି । ତେବେ ଯୁକ୍ତ ତିନିରେ ୨ ଲକ୍ଷ ୭୦ ହଜାର ୧୬୩ ସିଟ ରହିଛି । ତେବେ ଏଥିରୁ ୨ ଲକ୍ଷ ୨୩ ହଜାର ୩୬୭ ଜଣ ଆବେଦନ କରିଥିଲେ । ଯୁକ୍ତ ତିନିରେ ପ୍ରଥମ ରାଉଣ୍ଡରେ ୯୨ ହଜାର ୬୧୨ ଜଣ ନାମ ଲେଖାଇଥିବା ବେଳେ ୮୮ ହଜାର ୮୮୫ ଜଣ ସ୍ଲାଇଡ୍ ଅଫ କରିଛନ୍ତି । ଜୁଲାଇ 31ରୁ ଅଗଷ୍ଟ 3 ପର୍ଯ୍ୟନ୍ତ ନାମଲେଖା ହେବ ।

ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାରେ ୩୪ ହଜାର ୬୨୩ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେଥିମଧ୍ୟରୁ ମୋଟ ୧୫ ହଜାର ୫୩୬ ଛାତ୍ର ହୋଇଥିବାବେଳେ ୧୯ ହଜାର ୮୫ ଜଣ ଛାତ୍ରୀ ରହିଛନ୍ତି । ସେହିପରି ଭାବରେ ୨ ଜଣ ଟି-ଜେଣ୍ଡରର ରହିଛନ୍ତି । ତଥ୍ୟ ଅନୁସାରେ କଳାରେ ୨୦ ହଜାର ୩୨୦, ଫିଜିକାଲ ସାଇନ୍ସରେ ୫ ହଜାର ୯୯୪, ବାୟୋଲୋଜିକାଲ୍ ସାଇନ୍ସରେ ୫ ହଜାର ୮୧୦, ବାଣିଜ୍ୟରେ ୧ ହଜାର ୮୯୧, ସଂସ୍କୃତରେ ୨୨୬ ଏବଂ ସେଲ୍ପ ଫାଇନ୍ସରେ ୩୮୨ ଛାତ୍ରଛାତ୍ରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଚୟନ କରାଯାଇଛି ।

ସୂଚନା ଅନୁଯାୟୀ, ଜୁଲାଇ ୧୫ ତାରିଖରୁ ଯୁକ୍ତ ତିନି ନାମଲେଖା ଆରମ୍ଭ ହୋଇଛି । ବିଜ୍ଞାନ ବିଭାଗରେ ରେଭେନ୍ସା ରହିଥିବା ବେଳେ ବିଜେବି କଲେଜକୁ ପଛରେ ପକାଇଛି ପୁରୀ ଏସସିଏସ କଲେଜ ଆଗରେ ରହିଛି । ରାଜ୍ୟରେ ଥିବା କିଛି ପ୍ରମୁଖ କଲେଜରୁ ଏବେ ମୁହିଁ ଫେରାଉଛନ୍ତି ମେଧାବୀ ଛାତ୍ରଛାତ୍ରୀ । ତେବେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ତିନିରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଟ୍ ଅଫ୍ ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ନାମୀଦାମୀ କଲେଜ ଗୁଡ଼ିକର କ୍ରେଜ୍ ଆଉ ଦେଖିବାକୁ ମିଳୁ ନାହିଁ । ଚଳିତ ବର୍ଷ କଟ ଅଫ ମାର୍କରେ କଳା, ବିଜ୍ଞାନରେ ବିଜେବି ଓ ରେଭେନ୍ସା ମହାବିଦ୍ୟାଳୟକୁ ଟପି ଯାଇଛି ଅନ୍ୟ ସବୁ କଲେଜ । ସାମସ ମାଧ୍ୟମରେ ହେଉଥିବା ନାମଲେଖା ପ୍ରକ୍ରିୟାରେ ବିଏ, ବିଏଡ ଓ ବିଏସସି ବିଏଡ ପାଠ୍ୟକ୍ରମ ପ୍ରଥମ ଥର ପାଇଁ ସାମିଲ କରାଯାଇଥିବାରୁ ଏହି ପାଠ୍ୟକ୍ରମର କଟ ଅଫ ମାର୍କ ରେକର୍ଡ କରିଛି ।

ଏହା ବି ପଢନ୍ତୁ..ଆଜିଠୁ ଯୁକ୍ତ ତିନି ନାମଲେଖା, ରାଜ୍ୟର କମୁଛି ଟପ୍ କଲେଜର କ୍ରେଜ

ଏହା ବି ପଢନ୍ତୁ...ଆଜି ପ୍ରକାଶ ପାଇବ ଯୁକ୍ତ 3 ନାମଲେଖା ପ୍ରଥମ ମେଧା ତାଲିକା, ସିଟ ଅନୁସାରେ ଆବେଦନ କମ୍

କଳା ବିଭାଗରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ବିଏ ,ବିଏଡ ପାଠ୍ୟକ୍ରମର କଟ ଅଫ ମାର୍କ ହିଁ ଶୀର୍ଷରେ ରହିଛି । ଚଳିତ ବର୍ଷ ଯୁକ୍ତ ତିନି କଟ ଅଫ ମାର୍କରେ ରାଜ୍ୟର ଥିବା ପ୍ରମୁଖ ଭୁବନେଶ୍ଵରର ବିଜେବି କଲେଜ, ରମାଦେବୀ ମହିଳା କଲେଜ, କଟକର ଶୈଳବାଳା କଲେଜ ଭଳି ଅନେକ କଲେଜର ଧୀରେ ଧୀରେ ମେଧାବୀଙ୍କ କ୍ରେଜ କମିବାରେ ଲାଗୁଛି । ସାମ୍ସର ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୦୪୧ଟି ମହାବିଦ୍ୟାଳୟରେ ୨ ଲକ୍ଷ୍ୟ ୭୦ ହଜାର ୧୬୩ ସିଟ ରହିଛି । ପରବର୍ତ୍ତୀ ସମୟରେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ୍ ଆଲଟମେଣ୍ଟ ନୋଟିସ ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.