ETV Bharat / state

ଆକାଶରୁ ବର୍ଷୁଛି ଅଗ୍ନି ! ଝାଞ୍ଜିମାଡ଼ରେ ଜଳୁଛି ରାଜଧାନୀ, ଝାରସୁଗୁଡାରେ ପାରଦ 42 ଡିଗ୍ରୀ ପାର - ଭୁବନେଶ୍ବର ନ୍ୟୁଜ

ପ୍ରଚଣ୍ଡ ଅଗ୍ନିବର୍ଷାରେ ଜଳୁଛି ରାଜଧାନୀ । ଝାଞ୍ଜି ମାଡକୁ ନେଇ ଅସହ୍ୟ ଗରମ ହେବା ସହ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଅଧିକ ପଢନ୍ତୁ

odisha heat wave
odisha heat wave
author img

By

Published : Apr 12, 2023, 5:38 PM IST

Updated : Apr 12, 2023, 7:00 PM IST

ଝାରସୁଗୁଡାରେ ପାରଦ 42 ଡିଗ୍ରୀ ପାର

ଭୁବନେଶ୍ବର: ରାଜ୍ୟରେ ବଢୁଛି ତାତି । ଧୀରେଧୀରେ ଏହାର ପ୍ରକୋପ ଅନୁଭୂତ ହେବାରେ ଲାଗିଛି । ପ୍ରଚଣ୍ଡ ଅଗ୍ନିବର୍ଷାରେ ଜଳୁଛି ରାଜଧାନୀ । ଏଠାରେ ଝାଞ୍ଜି ମାଡକୁ ନେଇ ଅସହ୍ୟ ଗରମ ହେବା ସହ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ବର୍ତ୍ତମାନ ପାଣିପାଗ ନିୟାମକକୁ ନେଇ ଏପ୍ରିଲ ୧୩ରୁ ୨୦ ତାରିଖ ଯାଏଁ ସ୍ଥିତି ସାଂଘାତିକ ହେବ ବୋଲି କହିଛି ପାଣିପାଗ ବିଭାଗ । ବୁଧବାର ଦିନ 2ଟା 30 ମିନିଟ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୩ ତାରିଖରେ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭକୁ ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

  • ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

    ଝାରସୁଗୁଡା: ୪୨.୪ ଡ଼ିଗ୍ରୀ
    ସମ୍ବଲପୁର: ୪୧.୮ ଡ଼ିଗ୍ରୀ
    ହୀରାକୁଦ: ୪୦.୪ ଡ଼ିଗ୍ରୀ

    ଚାନ୍ଦବାଲି: ୩୯.୬ ଡ଼ିଗ୍ରୀ
    ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ

    କେନ୍ଦୁଝର: ୩୮ ଡ଼ିଗ୍ରୀ
    ବାଲେଶ୍ୱର: ୩୭.୨ ଡ଼ିଗ୍ରୀ
    ପୁରୀ: ୩୫.୨ ଡ଼ିଗ୍ରୀ
    ଗୋପାଳପୁର: ୩୫.୨ ଡ଼ିଗ୍ରୀ

    — Meteorological Centre, Bhubaneswar (@mcbbsr) April 12, 2023 " class="align-text-top noRightClick twitterSection" data=" ">

ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ, କେନ୍ଦୁଝର ମୟୁରଭଞ୍ଜ, ବାଲେଶ୍ୱର । ଅନ୍ୟପଟେ ୧୪ ତାରିଖରେ ୮ ଜିଲ୍ଲାକୁ ଏବଂ ୧୫ ତାରିଖରେ ମଧ୍ୟ ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୪ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେବଗଡ଼, ଅନୁଗୋଳ, ବାଲେଶ୍ୱରରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୫ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଥିବା ବେଳେ ସେହିସବୁ ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ।

ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଶୁଷ୍କ ବାୟୁ ସ୍ଥିତିକୁ ସଙ୍ଗୀନ କରିଛି । ଏପ୍ରିଲ ୧୩ରୁ ୨୦ ତାରିଖ ଯାଏଁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରୀ ବୃଦ୍ଧି ହେବା ସହ ଦିନ ତାପମାତ୍ରା ୪୦ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି । ଏଥିସହ ୧୬ ତାରିଖ ପରେ ପାଗ ବଦଳିବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନା ମୁତାବକ, ଆଜି ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ଦିନର ତାପମାତ୍ରା ୪୨.୪ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୧.୮ ଡ଼ିଗ୍ରୀ, ହୀରାକୁଦରେ ୪୦.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୨ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ପିଇବା ସହ ଦିନ ୧୧ଟାରୁ ୩ ସମୟ ମଧ୍ୟରେ ଘରୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ୨୦୦୦ ପରଠୁ ରାଜ୍ୟରେ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇନାହିଁ ବୋଲି ବିଭାଗ କହିଛି । ମୌସୁମୀ ଋତୁରେ ରାଜ୍ୟରେ ୧୧୫୦ ମିମି ବର୍ଷା ରେକର୍ଡ ହୋଇଥାଏ, ଏହି ବର୍ଷାର ୧୯ % ବର୍ଷା ରେକର୍ଡ ହେଲେ ତାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯାଏ । ଶେଷ ଥର ପାଇଁ ୨୦୦୦ ମସିହାରେ ନିଅଣ୍ଟିଆ ମୌସୁମୀ ରହିଥିଲା । ମୌସୁମୀ ଋତୁରେ ୨୫% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା । ୨୦୦୨-୦୩, ୨୦୦୪-୦୫, ୨୦୦୬-୦୭, ୨୦୦୯-୧୦, ୨୦୧୪-୧୫, ୨୦୧୫-୧୬, ୨୦୧୮-୧୯ ରେ ଏଲନିନୋ ବର୍ଷ ସତ୍ତ୍ବେ ରାଜ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ବୋଲି ବିଭାଗ ସୂଚନା ଦେଇଛି ।

ସେପଟେ ରାଜଧାନୀର ଅନୁଭୂତ ହେଉଥିବା ଅସହ୍ୟ ତାତିକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ । ଆବଶ୍ୟକତା ଓ କାର୍ଯ୍ୟର ବାଧ୍ୟତାକୁ ନେଇ ଲୋକମାନଙ୍କୁ ଘରୁ ବାହାରିବାକୁ ପଡୁଥିବା ବେଳେ ରାଜଧାନୀରେ ଅସହ୍ୟ ତାତି ଲୋକଙ୍କୁ ବେଶ ପ୍ରଭାବିତ କରିଛି । ଏପ୍ରିଲରୁ ୪୦ ଡିଗ୍ରୀ ରାଜଧାନୀର ତାତି ଟପିଥିବା ବେଳେ ଆଗକୁ ଆହୁରି ଅସହ୍ୟ ହେବ ଖରାର ପ୍ରକୋପ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 12, 2023, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.