ଖୋର୍ଦ୍ଧା: କୋରୋନାରୁ ମୁକ୍ତି ପାଇଥିବା ବାଣପୁର ମେଡିକାଲର ଦୁଇ ଜଣ କୋରୋନା ଯୋଦ୍ଧାଙ୍କୁ ବାଣପୁର ଜନସାଧାରଣଙ୍କ ଦ୍ବାରା ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ନିଜ ଜୀବନକୁ ବାଜି ଲଗାଇ କୋରୋନା ଆକ୍ରାନ୍ତଙ୍କ ସେବା କରିଥିବାବେଳେ ନିଜେ ଆକ୍ରାନ୍ତ ହୋଇଥିଲେ । ପରେ ଦୁହେଁ ସୁସ୍ଥ ହୋଇଥିବାରୁ ସେମାନଙ୍କୁ ଜନସାଧାରଣ ମାନେ ସମ୍ବର୍ଦ୍ଧନା ଦେଇଛନ୍ତି ।
ସୂଚନା ଅନୁସାରେ, ଦୁହେଁ କୋରୋନା ଯୋଦ୍ଧା ସାଜିଥିବାବେଳେ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ । ଫଳରେ ସେହି ଅଞ୍ଚଳର ଜନସାଧାରଣଙ୍କ ମନରେ ଦୁଃଖର ବାତାବରଣ ସୃଷ୍ଟି ହୋଇଥିଲା । କିନ୍ତୁ ଗତକାଲି ଦୁହେଁ ସୁସ୍ଥ ହୋଇଛନ୍ତି ।
ତେବେ କୋଭିଡ ହସପିଟାଲରୁ ଫେରିବା ପରେ ବାଣପୁରର ଜନସାଧାରଣ ଏବଂ ମେଡିକାଲର କର୍ମଚାରୀ ମାନେ ସେମାନଙ୍କୁ ଦୀପ ଜଳାଇ ଫୁଲ ପକାଇ ହୁଳହୁଳି ସହ ତାଳିମାରି ସ୍ବାଗତ କରିବା ସହ ଆରୋଗ୍ୟ କାମନା କରି ପାଛୋଟି ନେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ