ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଷ୍ଟାଫ, ଛାତରୁ ଖସୁଛି ପ୍ଲାଷ୍ଟର - ସମସ୍ୟା ଘେରରେ ଭିଙ୍ଗାରପୁର ସ୍ବାସ୍ଥ୍ୟକେନ୍ଦ୍ର

ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧାର ଜିଲ୍ଲାର ବାଲଅନ୍ତା ବ୍ଲକ ସ୍ଥିତ ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ନା ଅଛନ୍ତି ଆବଶ୍ୟକ ପରିମାଣର ଷ୍ଟାଫ ନା ଅଛି ଭଲ ଗୃହ । ଛାତରୁ ପ୍ଲାଷ୍ଟର ଖସୁଥିବା ବେଳେ ସରକାରୀ କ୍ବାର୍ଟସ ଗୁଡିକ ଏବେ ଭୂତ କୋଠିରେ ପରିଣତ ହେଲାଣି । ଅଧିକ ପଢନ୍ତୁ

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା
author img

By ETV Bharat Odisha Team

Published : Nov 6, 2023, 7:32 PM IST

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ନିଆଳି: ରୁଗ୍ଣ ଅବସ୍ଥାରେ ଖୋର୍ଦ୍ଧାର ଜିଲ୍ଲାର ବାଲିଅନ୍ତା ବ୍ଲକ ସ୍ଥିତ ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ୧୯୨୮ ମସିହା ଅର୍ଥାତ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିବା ଏହି ସରକାରୀ ମେଡିକାଲର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ । ବାରମ୍ବାର ଦାବି ସତ୍ତ୍ବେ ହସ୍ପିଟାଲରେ ଥିବା ସମସ୍ୟାର ସମାଧାନ ନିମନ୍ତେ ସରକାର କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା । ଖୁବ ଶୀଘ୍ର ହସ୍ପିଟାଲରେ ଥିବା ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..ସ୍ମାର୍ଟ ସହରରେ ଢିଲା ସ୍ବାସ୍ଥ୍ୟସେବା, ବେଡ଼ ଅଭାବରୁ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ! ରାଜଧାନୀ ଉପକଣ୍ଠରେ ଥିବା ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉପରେ ପଡୁନି ସରକାରଙ୍କ ଦୃଷ୍ଟି । ପାଖାପାଖି 95 ବର୍ଷ ହେବ ସେବା ଯୋଗାଇ ଆସୁଥିବା ହସ୍ପିଟାଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଛାତରୁ ପ୍ଲାଷ୍ଟର ଖସୁଥିବା ଯୋଗୁଁ ରୋଗୀ ଏବଂ ଡାକ୍ତର ଭୟଭୀତ ଅବସ୍ଥାରେ ଅଛନ୍ତି । ଗୋଟିଏ ଡାକ୍ତରକୁ ନେଇ ଏବେ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଚାଲୁଥିବା ବେଳେ ଯେଉଁ ଦିନ ଡାକ୍ତର ଛୁଟିରେ ରୁହନ୍ତି ସେଦିନ ଫାର୍ମାସିଷ୍ଟ ଭରସାରେ ଚାଲେ ରୋଗୀ ସେବା । ଖାଲି ସେତିକି ନୁହେଁ ନର୍ସ,ଏ.ଏନ.ଏମଠୁ ଆରମ୍ଭ କରି ଅନେକ ସରକାରୀ ପଦବୀ ଦୀର୍ଘ ଦିନରୁ ଖାଲିପଡିଥିବା ବେଳେ ତାହା ପୂରଣ ହୋଇପାରୁନି । ଅଳ୍ପ କିଛି ଷ୍ଟାଫଙ୍କ ଉପରେ ନ୍ୟସ୍ତ ରହିଛି ପୁରା ହସ୍ପିଟାଲ । ଫନି ପର ଠାରୁ ଭାଙ୍ଗିରୁଜି ଯାଇଥିବା ସରକାରୀ କ୍ବାର୍ଟସ ଗୁଡିକ ଏବେ ଭୂତକୋଠିରେ ପରିଣତ ହେବା ସହିତ ସାପ ଓ ବେଙ୍ଗ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ..ସମସ୍ୟା ପାହାଡରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ: ମାଳ ମାଳ ଅଭିଯୋଗ, କେବେ ସୁଧୁରିବ ସ୍ବାସ୍ଥ୍ୟସେବା

ତେବେ ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ କହିବାନୁଯାୟୀ, 'ପ୍ରତ୍ୟେକ ଦିନ ଏହି ହସ୍ପିଟାଲକୁ ପାଖାପାଖି 100 ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ହସ୍ପିଟାଲରେ ଷ୍ଟାଫଙ୍କ ଅଭାବ ଓ ଜରାଜୀର୍ଣ୍ଣ ଘର ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଆଗାମୀ ଦିନରେ ଷ୍ଟାଫ ନିୟୋଜିତ ହେଲେ ଲୋକମାନେ ଉପକୃତ ହୋଇପାରନ୍ତେ ।'

ତେବେ ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ଭିଙ୍ଗାରପୁର, ବେଣ୍ଟପୁର, ପ୍ରତାପରୁଦ୍ରପୁର, ଜୟଦେବ, କାକରୁଦ୍ରପୁର ଓ ବଇଁଚୁଆ ଆଦି ପଞ୍ଚାୟତର ୫୦ ହଜାରରୁ ଊର୍ଦ୍ଧ୍ଵ ଲୋକେ । ପ୍ରତ୍ୟେକ ଦିନ ଶହେ ଉପରେ ରୋଗୀ ଚିକିତ୍ସା ପାଇଁ ଆସୁଥିବା କହିଛନ୍ତି ଫାର୍ମାସିଷ୍ଟ । ବ୍ରିଟିଶ ଅମଳରେ ନିର୍ମିତ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରାଜ୍ଯ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଭିଙ୍ଗାରପୁର ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.