ETV Bharat / state

ରାଜ୍ୟ ଫରେନ୍ସିକ ଲ୍ୟାବରେ ପହଞ୍ଚିଲା ସନ୍ଦିଗ୍ଧ ଗୁଇନ୍ଦା ପାରା, ଟିକିନିଖି ପରଖିବେ ବିଶେଷଜ୍ଞ ଦଳ

author img

By

Published : Mar 9, 2023, 10:08 PM IST

Updated : Mar 16, 2023, 8:50 PM IST

ପାରାଦ୍ବୀପ ମଝି ଆକାଶରୁ ଧରାଯାଇଥିବା ସନ୍ଦିଗ୍ଧ ପାରାକୁ ଭୁବନେଶ୍ବର ଆଣିଛି ମେରାଇନ ପୋଲିସ । ଏଠାରେ ରାଜ୍ୟ ଫରେନ୍ସିକ ଲ୍ୟାବ୍‌ରେ ପାରାକୁ ଗୋଟି ଗୋଟି କରି ପରଖାଯିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Suspect spy parrot
Suspect spy parrot
ରାଜ୍ୟ ଫରେନ୍ସିକ ଲ୍ୟାବରେ ପହଞ୍ଚିଲା ସନ୍ଦିଗ୍ଧ ଗୁଇନ୍ଦା ପାରା

ଭୁବନେଶ୍ବର: ଭୁବନେଶ୍ବର ଷ୍ଟେଟ ଫରେନ୍ସିକ ସାଇଣ୍ଟିଫିକ ଲ୍ୟାବ୍‌ (SFSL)ରେ ପହଞ୍ଚିଲା ପାରାଦ୍ବୀପ ମଝି ସମୁଦ୍ରରୁ ଧରାଯାଇଥିବା ସନ୍ଦିଗ୍ଧ ପାରା । ଅଧିକ ତଦନ୍ତ ପାଇଁ ପାରାଦ୍ବୀପ ନେହେରୁ ବଙ୍ଗଳା ମେରାଇନ ପୋଲିସ ଏଠାକୁ ଆଣିଛି । ଗତ ୬ ତାରିଖରେ ପାରାଦ୍ବୀପ କୋଣାର୍କ ମଝି ସମଦ୍ରରୁ ଉଦ୍ଧାର ହେଇଥିଲା ଏହି ଗୁଇନ୍ଦା ଧଳା ପାରା । ତା' ଗୋଡ଼ରେ କ୍ୟାମେରା ଓ ଚିପ ଲାଗିଥିବାରୁ ପାରାକୁ ଗୋଟି ଗୋଟି କରି ପରଖାଯିବ ବୋଲି ଜଣାପଡ଼ିଛି ।

ସନ୍ଦିଗ୍ଧ ପାରାର ସ୍ବାସ୍ଥ୍ୟଗତ ଅବସ୍ଥା ପାରାଦ୍ବୀପରେ ଯାଞ୍ଚ ପରେ ଭୁବନେଶ୍ବର ଅଣାଯାଇଛି । ପାରାଦ୍ବୀପରୁ ସ୍ବତନ୍ତ୍ର ଟିମ ପାରାକୁ ପିଞ୍ଜରାରେ ଏଠାକୁ ଅଣାଯାଇଛି । ଷ୍ଟେଟ ଫରେନ୍ସିକ ଲ୍ୟାବ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୁଚନା ଅନୁଯାୟୀ ବିଭିନ୍ନ ଦୃଷ୍ଟି କୋଣରୁ ପାରାକୁ ତର୍ଜମା କରାଯିବ । ବିଶେଷ କରି ୨ଟି ଗୋଡ଼ରେ ଲାଗିଥିବା କ୍ୟାମେର ଓ ଚିପକୁ ଯାଞ୍ଚ କରାଯିବ । ପାରାର ବାମ ଗୋଡ଼ରେ ଲାଗିଥିବା ଚିପରେ କଣ ସବୁ ରେକର୍ଡ ହେଉଛି ଓ ତାକୁ ଯାଞ୍ଚ କରାଯିବ। ବିଶେଷ କରି ବିଦେଶୀ ଭାଷାରେ ଲେଖାଯାଇଥିବା ତଥ୍ୟ କେଉଁ ଦେଶର ଓ ଏଥିରେ କିଛି ତଥ୍ୟ ହାସଲ କଲା ଭଳି ଉଦ୍ୟମ ହୋଇଥଲା କି ନାହିଁ ସେ ନେଇ ଯାଞ୍ଚ କରାଯିବ ।

ଏହା ବି ପଢନ୍ତୁ- ଗୁଇନ୍ଦା ପାରା ଉଦ୍ଧାର: ଗୋଡରେ କ୍ୟାମେରା ଓ ଚିପ, ଡେଣାରେ ବିଦେଶୀ ଭାଷା

ଆଜି ଗୁଇନ୍ଦା ସନ୍ଦିଗ୍ଧ ପାରା କେଉଁ ଉଦ୍ଦେଶ୍ୟରେ ପାରାଦ୍ବୀପରେ ବୁଲୁଥିଲା ତାହା ଜଣାପଡିବ ବୋଲି କୁହାଯାଉଛି । ସୂଚନା ଥାଉ କି ଗତ ୬ ତାରିଖରେ ପାରାଦୀପ କୋଣାର୍କ ମଝି ସମଦ୍ରରୁ ଉଦ୍ଧାର ହେଇଥିଲା ଏହି ଗୁଇନ୍ଦା ଧଳା ପାରା । ସାରଥୀ ନାମକ ଏକ ବୋଟ୍‌ ମାଛ ଧରୁଥିବା ବେଳେ ବୋଟ୍‌ରେ ଆସି ବସିଥିଲା ପାରା । ମତ୍ସ୍ୟଜୀବୀମାନେ ପ୍ରଥମେ ପାରାକୁ ଧରିବା ପରେ ଗୋଡ଼ରେ କ୍ୟାମେରା, ଚିପ ଲାଗିଥିବାର ଦେଖିଥିଲେ ଓ ଡେଣାରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିଲା । ତେଣୁ ମାଛ ଧରାଳିମାନେ ପାରାକୁ ନେହେରୁ ବଙ୍ଗଳା ମେରାଇନ ଥାନାର ଜିମା ଦେଉଥିଲେ । ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଇଥିଲା ।

କାରଣ ବାମ ପଟ ଗୋଡ଼ରେ କ୍ୟାମେରା ଡାହାଣ ପଟ ଗୋଡ଼ରେ ଚିପ, ଆଉ ଦେହରେ ଲେଖାଥିଲା ବିଦେଶୀ ଭାଷା । ଯେଉଁଥିପାଇଁ ପାରା ଉପରେ ସନ୍ଦେହ ବଢିଥିଲା । ସନ୍ଦେହ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ପାରାଦ୍ବୀପ ପୋଲିସ । ପରେ ପାରାଦ୍ବୀପରୁ ଷ୍ଟେଟ ଫରେନ୍ସିକ ଲ୍ୟାବକୁ ଆଣିଛି ପୋଲିସ । ଏଠାରେ ପହଞ୍ଚିବା ପରେ ପାରାକୁ ଗୋଟି ଗୋଟି କରି ପରଖା ଯିବ। ଲାଗିଥିଵା କ୍ୟାମେରାରେ କଣ ରେକର୍ଡ କରାଯାଇଛି ତାହା ବି ଦେଖାଯିବ । ଆଉ ଚିପରେ କିଛି ଅଛି କି ନାହିଁ କେଉଁ ଭାଷାରେ କାହା ପାଇଁ ଏହି ମେସେଜ ବା ଲେଖା ଆସିଛି ତାହାର ମଧ୍ୟ ଯାଞ୍ଚ ହେବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 16, 2023, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.