ETV Bharat / state

Hockey World Cup 2023: ବିଶ୍ୱକପ ଖେଳିବାକୁ ଯୋଗ୍ୟତା ହରାଇଛି ପାକିସ୍ତାନ, ଦିନେ ଥିଲା ବିଶ୍ୱର ଶ୍ରେଷ୍ଠ ଦଳ - ହକି ବିଶ୍ବକପ ଖେଳିବାକୁ ପାକିସ୍ତାନୀ ଦଳ ଆସିନାହିଁ

ଶୁକ୍ରବାର ଠାରୁ ହକି ବିଶ୍ବକପ ୨୦୨୩ ଆରମ୍ଭ ହୋଇଛି । କିନ୍ତୁ ପାକିସ୍ତାନ ଏହି ବିଶ୍ବକପରେ ଅଂଶଗ୍ରହଣ କରିନଥିବାବେଳେ ଭାରତ ସହିତ ସୀମା ବିବାଦ ଯୋଗୁଁ ପାକିସ୍ତାନ ଆସିନଥିବା ଅନେକ ମତ ରଖୁଛନ୍ତି । କିନ୍ତୁ ବାସ୍ତବରେ ଚଳିତ ବର୍ଷ ହକି ବିଶ୍ବକପ ଖେଳିବାକୁ ପାକିସ୍ତାନ ହକି ଟିମ୍‌ ଯୋଗ୍ୟତା ହାସଲ କରିପାରିନାହିଁ । ଅଧିକ ପଢ଼ନ୍ତୁ

ହକି ବିଶ୍ବକପରେ ପାକିସ୍ତାନ
ହକି ବିଶ୍ବକପରେ ପାକିସ୍ତାନ
author img

By

Published : Jan 14, 2023, 4:57 PM IST

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ବକପ ୨୦୨୩ । ଲଗାତାର ଦ୍ବିତୀୟ ଥର ପାଇଁ ଓଡ଼ିଶା ସରକାର ହକି ବିଶ୍ବକପ ଆୟୋଜନ କରୁଛନ୍ତି । ତେବେ ଶୁକ୍ରବାରଠାରୁ ଏହି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବାବେଳେ ପାକିସ୍ତାନ ହକି ଦଳ କିନ୍ତୁ ଚଳିତବର୍ଷ ବିଶ୍ବକପରେ ଅଂଶଗ୍ରହଣ କରିନାହିଁ । ଏନେଇ ଭାରତ ସହିତ ସୀମା ବିବାଦ ଯୋଗୁଁ ପାକିସ୍ତାନ ଆସିନଥିବା ଅନେକ ମତ ରଖୁଥିବାବେଳେ, ଏହା କିନ୍ତୁ ସତ୍ୟ ନୁହେଁ । ବାସ୍ତବରେ ଚଳିତ ବର୍ଷ ହକି ବିଶ୍ବକପ ଖେଳିବାକୁ ପାକିସ୍ତାନ ହକି ଟିମ୍‌ ଯୋଗ୍ୟତା ହାସଲ କରିପାରିନାହିଁ । ସେଥିପାଇଁ ହକି ବିଶ୍ବକପ ଖେଳିବାକୁ ପାକିସ୍ତାନ ଟିମ ଆସିନାହିଁ ।

ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିୟମ ଅନୁସାରେ ଏସିଆର କେବଳ ଶୀର୍ଷରେ ଥିବା ୪ଟି ଟିମ ହକି ବିଶ୍ବକପ ଖେଳିପାରିବେ । କିନ୍ତୁ ଏହି ଶୀର୍ଷ ୪ଟି ଦଳ ମଧ୍ୟରେ ପାକିସ୍ତାନ ସାମିଲ ନଥିଲା । ହକି ବିଶ୍ବକପ ୨୦୨୨ରେ ପାକିସ୍ତାନ ଗୋଟିଏ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ ୧-୧ରେ ଅମୀମାଂଶିତ ରହିଥିଲା । ଏହାପରେ ପାକିସ୍ତାନ ଏହାର ଦ୍ବିତୀୟ ମ୍ୟାଚରେ ଜାପାନ ଠାରୁ ୩-୨ରେ ପରାସ୍ତ ହୋଇଥିଲା । ଫଳରେ ପାକିସ୍ତାନ ଟିମ ଗ୍ରୁପର ତୃତୀୟ ସ୍ଥାନରେ ରହିଥିଲା ଏବଂ ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରିନଥିଲା । ଅନ୍ୟପକ୍ଷରେ ଚଳିତ ବର୍ଷ ଭାରତ, ଜାପାନ, କୋରିଆ ଓ ମାଲେସିଆ ହକି ବିଶ୍ବକପ ୨୦୨୩ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

ପୂର୍ବରୁ ହକି ଖେଳରେ ପାକିସ୍ତାନ ବିଶ୍ବର ଶ୍ରେଷ୍ଠ ଦଳ ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି । ବିଶ୍ବର ଏକମାତ୍ର ଦଳ ଭାବେ ପାକିସ୍ତାନ ୪ ଥର ବିଶ୍ବକପ ଟାଇଟଲ ହାତେଇଛି । ପୂର୍ବରୁ ୧୯୭୧, ୧୯୭୮, ୧୯୮୨ ଓ ୧୯୯୪ ମସିହାରେ ପାକିସ୍ତାନ ବକି ବିଶ୍ବକପ ହାତେଇବାରେ ସଫଳ ହୋଇଥିଲା । ଏହାପରେ ଅର୍ଥାତ ୧୯୯୪ ପରେ ପାକିସ୍ତାନ ଦଳ ହକି ବିଶ୍ବକପ ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରିନାହିଁ । ତେବେ ପୂର୍ବରୁ ହକି ଖେଳରେ ବିଶ୍ବର ସବୁଠାରୁ ସଫଳ ଦଳ ୨୦୨୩ ହକି ବିଶ୍ବକପ ଖେଳିବା ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.